ଶରୀରକୁ ଦୁର୍ବଳ କରିଥାଏ ଏହି ସମସ୍ତ ଖାଦ୍ୟ, ଜାଣନ୍ତୁ କ’ଣ


ଚାଲିଛି କରୋନା କାଳ। ଏବେ ଘରଣୀମାନେ ପରିବାରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ନେଇ ବ୍ୟସ୍ତ। କେତେବେଳେ ଔଷଧ ତ ଆଉ କେତେବେଳେ ଘରୋଇ କାଢା ଦେଇ ପରିବାରର ଯତ୍ନ ନେଉଛନ୍ତି ସେମାନେ । କିନ୍ତୁ କେବେ ଥରେ ଭାବିଛନ୍ତି କି? ରୋଗ ପ୍ରତିରୋଧକ ଶକ୍ତି ବଢାଉଥିବା ଖାଦ୍ୟ ଖାଇବା ଯେତିକି ଜରୁରି, ଏହାକୁ ହ୍ରାସ କରୁଥିବା ଖାଦ୍ୟଠାରୁ ଦୂରେଇବା ମଧ୍ୟ ତା’ଠାରୁ ଅଧିକ ଆବଶ୍ୟକ। ଏହି ପରିସ୍ଥିତିରେ ସୁସ୍ଥ ଡାଏଟ୍‌ ପ୍ଲାନ୍‌ ଖୁବ୍‌ ଦରକାର।

ଆମ ନିୟମିତ ଖାଦ୍ୟରେ ଏମିତି ଅନେକ ଜିନିଷ ରହିଛି, ଯାହା ଆମ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଥାଏ । ଯଦି ସେଗୁଡିକୁ ଖାଇବା କମ୍‌ କରିଦିଆଯାଏ, ତେବେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବନାହିଁ । ତେବେ ଆସନ୍ତୁ ଜାଣିବା ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରୁଥିବା ଖାଦ୍ୟଗୁଡିକ କ’ଣ?

ଲୁଣ କମ୍‌ ଖାଆନ୍ତୁ
ଲୁଣ ବିନା ଖାଦ୍ୟର ସ୍ୱାଦ ହିଁ ଆସି ନଥାଏ। କିନ୍ତୁ ଜାଣିଛନ୍ତି କି ଖାଦ୍ୟରେ ଅଧିକ ଲୁଣ ବ୍ୟବହାର କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ। ଅଧିକ ଲୁଣ ବ୍ୟବହାର ଦ୍ୱାରା ଶରୀରରେ ଥିବା ବ୍ୟାକ୍ଟେରିଆଙ୍କଠାରେ ରୋଗ ସହ ଲଢିବାର କ୍ଷମତା କମିଯାଏ । ଆଉ ଶରୀର କମ୍‌ ଦିନ ଭିତରେ ରୋଗାକ୍ରାନ୍ତ ହୋଇପଡିଥାଏ । ତେଣୁ ଖାଦ୍ୟରେ ଲୁଣର ମାତ୍ରା କମ କରିବା ବହୁତ ଜରୁରି ।

ଚା’ ଓ କଫି ପ୍ରଭାବିତ କରେ
କିଛି ଲୋକ ଚା’ ବା କଫି ପିଇବାରେ ବେଶ୍‌ ଅଭ୍ୟସ୍ତ । ଚା’ ବା କଫିରେ ବହୁ ମାତ୍ରାରେ କ୍ୟାଫିନ୍‌ ରହିଥାଏ । ଏହା ରୋଗପ୍ରତିରୋଧକ ବ୍ୟବସ୍ଥାକୁ ଦୁର୍ବଳ କରିଥାଏ । କରୋନାରୁ ବଞ୍ଚିବା ପାଇଁ ଏହି ଅଭ୍ୟାସରେ ପରିବର୍ତ୍ତନ ଆଣିବା ଦରକାର ।

ମିଠା ଖାଇବାରେ ନିୟନ୍ତ୍ରଣ
ଯଦି ଆପଣ ଅଧିକ ମିଠା ଖାଇବାକୁ ପସନ୍ଦ କରୁଥାନ୍ତି। ତେବେ ଏହି ପରିସ୍ଥିତିରେ ସେହି ଅଭ୍ୟାସ ବଦଳାନ୍ତୁ।ମହିଳାମାନେ ଦିନକୁ୬ ଚାମଚ ଓ ପୁରୁଷମାନେ ଦିନକୁ ୯ ଚାମଚ ଚିନି ବ୍ୟବହାର କରିବା ଉଚିତ୍‌ ।

ଏନର୍ଜି ଡ୍ରିଙ୍କସ୍‌ କରେ ଦୁର୍ବଳ
ଯଦି ଆପଣ ଏନର୍ଜି ଡ୍ରିଙ୍କସ୍‌ ପିଉଥାନ୍ତି । ତେବେ ଜାଣି ରଖନ୍ତୁ ଯେ ଏଥିରେ ବହୁ ଏମିତି ଜିନିଷ ବ୍ୟବହାର ହୋଇଥାଏ, ଯାହାର କୁପ୍ରଭାବ ସିଧା ରୋଗ ପ୍ରତିରୋଧକ ବ୍ୟବସ୍ଥା ଉପରେ ହିଁ ପଡିଥାଏ । ଅବଶ୍ୟ ଘରେ ଏନର୍ଜି ଡ୍ରିଙ୍କସ୍‌ ପ୍ରସ୍ତୁତ କରି ପିଇପାରିବେ ।


Share It

Comments are closed.