ଟିମ ଇଣ୍ଡିଆ ଜର୍ସିରେ ଏବେ ନାଇକ୍ ବଦଳରେ ଦେଖିବାକୁ ମିଳିବ ଏମପିଏଲ


ଫାଂଟାସି ଗେମ ସହିତ ଜଡିତ ମୋବାଇଲ୍ ପ୍ରିମିୟର ଲିଗ୍ (MPL) ସହାୟକ କମ୍ପାନୀ ‘ଏମପିଏଲ ସ୍ପୋର୍ଟସ୍ ଏପରେଲ ଆଣ୍ଡ ଆସେସୋରିଜ୍’ ଆସନ୍ତା ତିନି ବର୍ଷ ପାଇଁ ଭାରତୀୟ କ୍ରିକେଟ୍ ଦଳର ପୋଷାକ ପ୍ରଯୋଜକ ଭାବରେ ମନୋନୀତ ହୋଇଛି | କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ମଙ୍ଗଳବାର ଏହି ସୂଚନା ପ୍ରକାଶ କରିଛି। ଏହି କମ୍ପାନୀ ନାଇକ୍ କୁ ସ୍ଥାନ ଗ୍ରହଣ କରିବ |

ଏହି ଚୁକ୍ତି ଡିସେମ୍ବର ୨୦୧୩ ପାଇଁ ଅଟେ | ଏମପିଏଲ ବର୍ତ୍ତମାନ ଦୁଇଟି ଆଇପିଏଲ୍ ଫ୍ରାଞ୍ଚାଇଜ୍ ଦଳ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହିତ ଜଡିତ | ବର୍ତ୍ତମାନ ଭାରତୀୟ ପୁରୁଷ ଦଳ, ମହିଳା ଦଳ ତଥା ୧ ବର୍ଷରୁ କମ୍ ଦଳର ଜର୍ସିରେ ମଧ୍ୟ ଏମପିଏଲର ଛାପ ସ୍ଥାନ ପାଇବ।


ତିନୋଟି ୱାନ ଡେ,ତିନୋଟି ଟି -20 ଏବଂ ଚାରିଟି ଟେଷ୍ଟ ମ୍ୟାଚର ଲମ୍ବା ସିରିଜ୍ ଖେଳିବା ପାଇଁ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପହଞ୍ଚିଛି। ନଭେମ୍ବର ୨୭ ରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ପ୍ରଥମ ଦିନିକିଆ ପାଇଁ ଏହି ସିରିଜ୍ ଆରମ୍ଭ ହେବ | ଭାରତୀୟ କ୍ରିକେଟ୍ ଦଳର ପୋଷାକ ଏବଂ ଅନ୍ୟାନ୍ୟ ସାମଗ୍ରୀ ବର୍ତ୍ତମାନ ଏମପିଏଲ ଦ୍ୱାରା ପ୍ରାୟୋଜିତ ହେବ ।
ଟିମ୍ ଇଣ୍ଡିଆ ଜର୍ସି ବ୍ୟତୀତ, ଏମପିଏଲ ସ୍ପୋର୍ଟସ୍ ଲାଇସେନ୍ସପ୍ରାପ୍ତ ଟିମ୍ ଇଣ୍ଡିଆ ମରଚାଣ୍ଡାଇଜ ମଧ୍ୟ ବିକ୍ରି କରିବ | ଏମପିଏଲ ସ୍ପୋର୍ଟସ୍ ଜର୍ସି ଏବଂ ଏହାର ବ୍ୟାପକ ରେଞ୍ଜର ଟିମ୍ ଇଣ୍ଡିଆ ମରଚାଣ୍ଡାଇଜକୁ ପ୍ରଶଂସକମାନଙ୍କୁ ସୁଲଭ ମୂଲ୍ୟରେ ପ୍ରଦାନ କରିବ ବୋଲି ବିସିସିଆଇ ପକ୍ଷରୁ ପ୍ରକାଶିତ ।

ଏହି ଚୁକ୍ତି ପରେ ବୋର୍ଡର ମୁଖ୍ୟ ସୌରଭ ଗାଙ୍ଗୁଲି ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ‘ଏହି ସହଭାଗୀତାର ଉଦ୍ଦେଶ୍ୟ ହେଉଛି ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଉଚ୍ଚମାନର ସାମଗ୍ରୀ ଆଣିବା, ଏହା କେବଳ ଦେଶର କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ନୁହେଁ, ବିଶ୍ୱବ୍ୟାପୀ ମଧ୍ୟ ଆନନ୍ଦଦାୟକ ହେବ।


Share It

Comments are closed.