ସୋନାଲିକା ଟ୍ରାକ୍ଟର ପକ୍ଷରୁ ଏହାର କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ବେତନ ପ୍ରଦାନ କରାଯିବାର ଘୋଷଣା


ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଟ୍ରାକ୍ଟର ବ୍ରାଣ୍ଡ, ସୋନାଲିକା ପକ୍ଷରୁ କୋଭିଡ୍‌-୧୯ର ସଙ୍କଟ ମଧ୍ୟରେ ଏହାର କର୍ମଚାରୀ, ସହଯୋଗୀ ଓ ସମାଜର ମଙ୍ଗଳ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ସୋନାଲିକା ଗ୍ରୁପ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶକ, ରମଣ ମିତଲ ବର୍ତମାନର ଜଟିଳ ସ୍ଥିତିରେ ସଂସ୍ଥାକୁ ଆଶ୍ୱସନା ପ୍ରଦାନ କରି କହିଛନ୍ତି, ଆମେମନେ ବର୍ତମାନ ସମଗ୍ର ବିଶ୍ୱରେ ବ୍ୟାପିଥିବା ଏକ ଭୟଙ୍କର ମହାମାରୀର ସାମ୍‌ନା କରୁଛେ । ବର୍ତମାନ ସ୍ଥିତିର ଆବଶ୍ୟକତା ଅନୁଯାୟୀ ଆମେ ସମସ୍ତଙ୍କର ମଙ୍ଗଳ ସୁନିଶ୍ଚିତ କରିବା ପାଇଁ ସେମାନଙ୍କ ସହ ମଜଭୁତ ଭାବେ ଠିଆ ହୋଇଛୁ । ସୋନାଲିକାରେ ଆମେ ଜନ କୈନ୍ଦ୍ରିକ ହେବା ଆମ ମୂଲ୍ୟବୋଧର ଏକ ଅଂଶ ଅଟେ । ଆମେ ସମସ୍ତ ପ୍ରକାରର ଆହ୍ୱାନକୁୁ ସାମ୍‌ନା କରି ବିଜେତା ହେବା ପାଇଁ ମନୁଷ୍ୟ ପାଖରେ ରହିଥିବା କ୍ଷମତାକୁ ବିଶ୍ୱାସ କରୁଥିବା ଏକ ଜୀବନ୍ତ ସଂଗଠନ ଅଟୁ । ଆମେ ଆମର କର୍ମଚାରୀ ଓ ସେମାନଙ୍କ ପରିବାରକୁ ସହାୟତା ପ୍ରଦାନ କରିବା ଲାଗି ଆଉ କିଛି ପାଦ ଆଗକୁ ଯିବୁ ଏବଂ ଆମେ ଏହି ଲକ୍‌ଡାଉନ୍ ଅବଧି ପାଇଁ ଆମର କାରଖାନା, ବ୍ୟବସାୟ ଓ କାର୍ଯ୍ୟାଳୟ ଗୁଡିକର ସମସ୍ତ ଚୁକ୍ତିଭିତିକ ଶ୍ରମିକ, କର୍ମଚାରୀ, ଶିକ୍ଷାର୍ଥୀ ଓ ପ୍ରଶିକ୍ଷାର୍ଥୀମାନଙ୍କୁ ସମ୍ପୂର୍ଣ୍ଣ ବେତନ ସୁନିଶ୍ଚିତ କରିବା ଲାଗି ନିଷ୍ପତି ନେଇଛୁ । ଏହାଛଡା ଆମେ ସୋନାଲିକାର ସମସ୍ତ କର୍ମଚାରୀଙ୍କୁ ସମ୍ଭାବ୍ୟ ଜରୁରୀ ସ୍ଥିତିର ପରିଚାଳନା କରିବା ଲାଗି ମାର୍ଚ୍ଚ ୨୦୨୦ ପାଇଁ ୨୦ ଦିନର ଅଗ୍ରୀମ ବେତନ ପ୍ରଦାନ କରିଛୁ । ଆମେ ସମାଜ ଓ ଦେଶର ମଙ୍ଗଳ ପାଇଁ ଆବଶ୍ୟକୀୟ ପଦକ୍ଷେପ ସୁନିଶ୍ଚିତ କରି ରାଜ୍ୟସ୍ତରୀୟ ପ୍ରଶାସନ ସହ ମିଶି କାର୍ଯ୍ୟ କରିବା ଜାରି ରଖିବୁ ।


Share It

Comments are closed.