ଦେଶରେ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା, ବର୍ତ୍ତମାନ ପର୍ଯ୍ୟନ୍ତ ୭୨୪ ସଂକ୍ରମିତ ୧୭ ମୃତ


ଚୀନରୁ ବ୍ୟାପିଥିବା ମହାମାରୀ କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇଦେଇଥିବାବେଳେ ଭାରତରେ ମଧ୍ୟ ଏହି ଭାଇରସ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଶୁକ୍ରବାର ଦିନ ମିଳିଥିବା ତାଜା ସୂଚନା ମୁତାବକ ଏହି ଭାଇରସ ଦ୍ୱାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୭୨୪ରେ ଆସି ପହଞ୍ଚିଛି ଏବଂ ମୃତକଙ୍କ ସଂଖ୍ୟା ୧୭ରେ ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ମୁତାବକ, ଭାରତରେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟି ଏହା ବର୍ତ୍ତମାନ ୭୨୪ରେ ପହଞ୍ଚିଛି । ଏଥି ମଧ୍ୟରୁ ୪୫ ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବାବେଳେ ବର୍ତ୍ତମାନ ସୁଧା ୧୭ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଜଣା ପଡିଛି । ତେବେ ଏହି ସଂକ୍ରମିତଙ୍କ ମଧ୍ୟରୁ ୬୪୭ ଜଣ ଭାରତୀୟ ଥିବାବେଳେ ୪୭ ଜଣ ହେଉଛନ୍ତି ବିଦେଶୀ ।
ବର୍ତ୍ତମାନ ସାରା ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ବଢି ୫ ଲକ୍ଷ ଉର୍ଦ୍ଧ୍ୱକୁ ଚାଲିଯାଇଥିବାବେଳେ ଏଥିରେ ୨୨,୦୦୦ରୁ ଉର୍ଦ୍ଧ୍ୱ ଲୋକେ ପ୍ରାଣ ହରାଇ ସାରିଲେଣି । ତେବେ ସାରା ବିଶ୍ୱରେ ବର୍ତ୍ତମାନ ସୁଧା ୧.୨୧ ଲକ୍ଷ ସଂକ୍ରମିତ ଠିକ ହୋଇ ଘରକୁ ଫେରି ସାରିଲେଣି ।


Share It

Comments are closed.