ଏବେ ପଢ଼ନ୍ତୁ ମାଗଣା ଇ-ବୁକ ଜଗର୍‌ନଟ୍ ବୁକ୍ ମାଧ୍ୟମରେ


ଭୁବନେଶ୍ୱର: ଭାରତର ବୃହତ୍ତମ ଟେଲିକମ୍ ସଂସ୍ଥା ଭାରତୀ ଏୟାରଟେଲ ଏହାର ଇ-ବୁକ ପ୍ଲାଟଫର୍ମ ଜଗର୍‌ନଟ୍‌ରେ ହଜାରରୁ ଉର୍ଦ୍ଧ୍ୱ ପୁସ୍ତକ ଗ୍ରାହକଙ୍କୁ ମାଗଣାରେ ପଢ଼ିବା ପାଇଁ ଉପଲବ୍ଧ କରାଇଛି । ଯେହେତୁ କୋଭିଡ-୧୯ର ସଂକ୍ରମଣକୁ ରୋକିବା ଦିଗରେ ଭାରତ ସରକାରଙ୍କର ପ୍ରୟାସକୁ ସମର୍ଥର୍ନ କରି ପୁରା ଭାରତ ଘରେ ଆବଦ୍ଧ ରହିଛି, ଏହି ସମୟରେ ପାଠକମାନେ ସେମାନଙ୍କ ସ୍ମାର୍ଟଫୋନରେ (ଆଣ୍ଡ୍ରଏଡ/ ଆଇଓଏସ) ସହଜରେ ଆପ୍ ଡାଉନଲୋଡ଼ କରି ଜଗର୍‌ନଟ ବୁକ୍‌ରେ(ପୂର୍ବରୁ ଏୟାରଟେଲ ବୁକ ଭାବେ ଜଣାଶୁଣା ଥିଲା)ହଜାରରୁ ଉର୍ଦ୍ଧ୍ୱ ସଂଖ୍ୟକ ଆଗଧାଡ଼ିର ପୁସ୍ତକ ଓ ନୋଭେଲ ପଢ଼ିପାରିବେ ।
ଏହା ସମ୍ପର୍କରେ ଭାରତୀ ଏୟାରଟେଲ, ଚିଫ ପ୍ରଡକ୍ଟ ଅଫିସର ଶ୍ରୀ ଆଦର୍ଶ ନାୟର କହିଛନ୍ତି ଯେ, “ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ଲୋକମାନେ ସାମାଜିକ ଦୂରତ୍ୱ ପାଳନ କରୁଥିବାବେଳେ ଯେଭଳି ନିଜକୁ ବ୍ୟସ୍ତ ରଖିବାର ଅଧିକ ବକଳ୍ପ ପାଇପାରିବେ ତାହା ସୁନିଶ୍ଚିତ କରିବା ପାଇଁ ଏୟାରଟେଲ ଓ ଜଗର୍‌ନଟ ପ୍ରୟାସରତ୍ତ ।” ସେହିଭଳି ଜଗର୍‌ନଟ୍ ବୁକ୍‌ସର ସହ ପ୍ରତିଷ୍ଠାତା ଶ୍ରୀ ଚିକି ସରକାର କହିଛନ୍ତି ଯେ, “ଏକ ପରିବର୍ତ୍ତୀତ ଭାରତ ପାଇଁ ଏକ ନୂଆ ଧରଣର ପଠନ ଏବଂ ନୂଆ ଧରଣର ପାଠକଙ୍କର ଅନ୍ୱେଷଣ ପାଇଁ ଆମେ ଜଗର୍‌ନଟ୍ ପ୍ରସ୍ତୁତ କରିଛୁ ।’’
ଜଗର୍‌ନଟ୍ ବୁକ୍‌ସ, ଲଭ ଆଣ୍ଡ ରୋମାନ୍ସ, ବାଣିଜ୍ୟ, ଇତିହାସ ଓ ରାଜନୀତି, ଫିଟନେସ, ଡାଏଟ, ଆଧ୍ୟାତ୍ମିକତା ଏବଂ କ୍ଲାସିକ ଉପରେ ଆଧାରିତ ଇ-ବୁକ ଏବଂ ନୋବେଲ ଯୋଗାଇଦେଉଛି । ଏଥି ମଧ୍ୟରୁ କେତେକ ଲୋକପ୍ରିୟ ପୁସ୍ତକ ମଧ୍ୟରେ ରହିଛି-ସୁଧିର ସୀତାପତିଙ୍କର ଦ ସିଇଓ ଫ୍ୟାକ୍ଟରି, କ୍ୟାଥ୍‌ରିନ ଏବାନଙ୍କର ବଟଲ ଅଫ ଲାଇଜ ଏବଂ ଟୋନି ଜୋଶେଫଙ୍କର ଆର୍ଲି ଇଣ୍ଡିଆନ୍‌ସ ଆଦି । ଏହାଛଡ଼ା ଲୋକମାନଙ୍କୁ ପଢ଼ିବା ପ୍ରତି ଆକର୍ଷିତ କରିବା ଲକ୍ଷ୍ୟରେ ନୀକଟରେ ଜଗର୍‌ନଟ ପକ୍ଷରୁ ହାସ୍‌ଟ୍ୟାଗ ରିଡ୍‌ଇନ୍‌ଷ୍ଟେଡ୍ ଭଳି ଏକ ଅଭିଯାନର ଶୂଭାରମ୍ଭ କରାଯାଇଛି । ଏହାର କଣ୍ଟେଣ୍ଟ ପୋର୍ଟଫୋଲିଓର ଏକ ଅଂଶଭାବେ ଏୟାରଟେଲ ଏହାର ଗ୍ରାହକମାନଙ୍କୁ ଏୟାରଟେଲ ଏକ୍ସଟ୍ରିମ ଆପରେ ୧୦,୦୦୦ରୁ ଅଧିକ ମୁଭି ଓ ଶୋ ସମେତ ଲାଇଭ ଟିଭି ଏବଂ ୱିଙ୍କ ମ୍ୟୁଜିକରେ ୪ ନିୟୁତରୁ ଅଧିକ ଗୀତ ଓ ସଂଙ୍ଗୀତ ଯୋଗାଇଦେଉଛି ।


Share It

Comments are closed.