ଆଜୀବନ ବାସନ୍ଦ ହୋଇପାରନ୍ତ ସ୍ମିତ ଏବଂ ୱାର୍ଣ୍ଣର ?


ଯୁବ ସମୟ – ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭେନ ସ୍ମିଥ ଜୋହାମବର୍ଗରେ ଅନୁଷ୍ଠିତ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟେଷ୍ଟ ଖେଳିପାରିବେ ନାହିଁ । ବଲ ଟାମ୍ପେରିଂ ଅଭିଯୋଗରେ ସ୍ମିତ ଗୋଟିଏ ଟେଷ୍ଟରୁ ବାସନ୍ଦ କରାଯାଇଛି । ତା ମଧ୍ୟରେ ମ୍ୟାଚ ଫି’ର ଶତପ୍ରତିଶତ ଜୋରିମାନ କରାଯାଇଛି । ଏହି ଘଟଣାକୁ ନେଇ ଅଧିନାୟକ ସ୍ମିତ ଏବଂ ଉପ- ଅଧିନାୟକ ୱାର୍ଣ୍ଣର ଆଜୀବନ ବାସନ୍ଦ କରାଯିବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି । ରବିବାର (ଆଇସିସ) ସ୍ମିତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ତାଙ୍କୁ ଗୋଟିଏ ଟେଷ୍ଟରୁ ବ୍ୟାନ କରିଛି । ଅନ୍ୟ ପକ୍ଷରେ ପ୍ରକୃତରେ ବୋଲିଂ ଟାମ୍ପେରିଂ କରିଥିବା ଫିଲ୍ଟର କ୍ୟାମେରନ ବ୍ୟାନକକ୍ରଫ୍ଟଙ୍କୁ ୩ ଡିମେରିଟ ପଏଣ୍ଟ ଦିଆଯିବା ସହ ମ୍ୟାଚ ଫିର ୭୫% ଜୋରିମାନା କରାଯାଇଛି । ପୂବରୁ ୍େରକ୍ରକେଟ ଅଷ୍ଟ୍ରେଲିଆ (ସିଏ) ମଧ୍ୟ ସ୍ମିଥ ଏବଂ ଡେଭିଡ ୱାର୍ଣ୍ଣରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲା । ଉଭୟ ନିଜ ନିଜ ପଦବୀରୁ ଅବ୍ୟାହତ ହେବା ପରେ ୱିକେଟ କିପର ଟିମ ପେନଙ୍କୁ କାମଚଳା ଅଧିନାୟକ ଭାବେ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ନିଯୁକ୍ତି ଦିଆଯାଇଛି

ଶନିବାର ଅଷ୍ଟ୍ରେଲିଆ ବିରୋଧରେ ବଲ ଟାମ୍ପରିଂ ଅଭିଯୋଗ ଆସିବା ପରେ ସ୍ମିଥ ଏବଂ ବ୍ୟାନକ୍ରଫ୍ଟ ଏହି ଘଟଣା ସ୍ୱୀକାର କରିଥିଲେ । ଏହା ଅଷ୍ଟ୍ରେଲିଆ କ୍ରିକେଟ ମହଲାରେ ଆଲୋଡନା ସୃଷ୍ଠି କରିଥିଲା । (ସିଏ)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଜେମ୍ସ ସଦରଲ୍ୟାଣ୍ଡ ଏହି ଘଟଣାର ତଦନ୍ତ ଲାଗି ଅଷ୍ଟ୍ରେଲିଆ ଇଣ୍ଟେଗ୍ରିଟି ୟୁନିଟକୁ ନିର୍ଦ୍ଦେଶ ଦେଇଥିଲେ । ୟୁନିଟକୁ ହେଡ ଲେନ ରଏ ଏବଂ ଫରଫର୍ମାନ୍ସ ମ୍ୟାନେଜର ପ୍ୟାଟ ହାୱାର୍ଡ ଏହି ଘଟଣାର ତଦନ୍ତ ଲାଗି ରବିବାର ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛନ୍ତି । ଏମାନଙ୍କ ରିପୋର୍ଟକୁ ଆଧାର କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଦରଲାଣ୍ଡ କରିଛନ୍ତି । ଏହି ଘଟଣାକୁ ନେଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମାଲକମ ଟର୍ଣ୍ଣବୁଲ ଏହି ଘଟଣାକୁ ନିନ୍ଦା ଏହା ଏକ ଧୋକାବାଜି ବୋଲି କହିଛନ୍ତି । ଏହି ଘଟଣାକୁ ନେଇ ଏହି ଦୁହେଁ ଆଇପିଏଲ ଖେଳିବା ନେଇ ଅନିଶ୍ଚୟତା ମଧ୍ୟ ପ୍ରକାଶ ପାଇଛି


Share It

Comments are closed.