ରାସିଦଙ୍କ ବିଶ୍ୱ ରେକର୍ଡ


ଯୁବ ସମୟ – ଆଫଗାନିସ୍ତାନର ଲୋଗ ସ୍ପିନର ରସିଦ ଖାନ ବିଶ୍ୱ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି । ସେ ମାତ୍ର ୪୪ଟି ମ୍ୟାଚ ଖେଳି ୧୦୦ ୱିକେଟ ନେବାର ହେଉଛନ୍ତି ପ୍ରଥମ ଦ୍ରୁତତ୍ତମ ବୋଲର । ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆ ବାମ ହାତୀ ବୋଲର ମିଚେଲ ଷ୍ଟାର୍କଙ୍କ ନାମରେ ଥିବା ବେଳେ ବର୍ତ୍ତମନ ସେ ଏହି ରେକର୍ଡକୁ ଅତିକ୍ରମ କରି ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ରବିବାର ଜିମ୍ବାୱେର ହାରାରେଠାରେ ଅନୁଷ୍ଠିତ ହୋଇଥିବା କ୍ରିକେଟ ୱାର୍ଲ୍ଡ କପ କ୍ୟାଲିଫାୟର୍ସ ଫାଇନାଲରେ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ସାଇ ହୋଇଙ୍କ ୱିକେଟର ପତନ କରାଇ ସେ ଏହି କୀର୍ତ୍ତିମାନ ଅର୍ଜନ କରିଛନ୍ତି । ପୂର୍ବରୁ ଷ୍ଟାର୍କ ୫୨ଟି ମ୍ୟାଚ ଖେଳି ୧୦୦ ଓି୍ୱକେଟ ନେଇଥିବା ବେଳେ ପୂର୍ବତନ ପାକିସ୍ତାନୀ ଖେଳାଳୀ ୫୨ଟି ମ୍ୟାଚ , ନ୍ୟଜିଲ୍ୟାଣ୍ଡ ଫାଷ୍ଟ ବୋଲର ସେନ ବୋଣ୍ଡ, ଅଷ୍ଟ୍ରେଲିଆର ପୂର୍ବତନ ଫାଷ୍ଟ ବୋଲର ବ୍ରେଟ ଲି ୫୫ଟି ମ୍ୟାଚ ଖେଳି ଏହି କୀର୍ତ୍ତିମାନ ହାସଲ କରିଥିଲେ ।

ସେ ୨୦୧୭ ମସିହାରେ ଆଇପିଏଲରେ ସନରାଇଜର ହାଇଦ୍ରାବାଦ ପକ୍ଷରୁ ଖେଳି ନିଜର ଜଲୱା ଦେଖାଇସାରିଛନ୍ତି । ସେ ଆଇସିସିର ମାନ୍ୟତା ଅନୁଯାୟୀ ବୋଲରମାନଙ୍କ ମଧ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବେଳେ ଟି ୨୦ ତାଲିକାରେ ବୋଲର ମାନଙ୍କ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସେ ଆନ୍ତର୍ଜାତିକ କ୍ରିକେଟରେ ଆପଗାନିସ୍ତାନ ପାଇଁ ପ୍ରତିନିଧିତ୍ୱ କରୁଥିବା ବେଳେ ୧୮ ବୟସ୍କ ରାସିଦ ଆନ୍ତର୍ଜାତିକ ସ୍ତରରେ ସର୍ବକନିଷ୍ଠ ପ୍ରତିନିଧି ହେବାର କୀର୍ତ୍ତି ମଧ୍ୟ ହାସଲ କରିଛନ୍ତି ।


Share It

Comments are closed.