ଓଡିଶା ସମେତ ଭାରତବର୍ଷରେ କୋଇଲା ଉତ୍ପାଦନ ବୃଦ୍ଧି ହେବ – ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, – କୋଇଲା ଖଣିର ସଂଚାଳନ ସହଜ କରିବା ପାଇଁ ଭାରତ ସରକାର କୋଇଲା କ୍ଷେତ୍ର ପାଇଁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ କୋଇଲା କ୍ଷେତ୍ର ପାଇଁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲର ଶୁଭାରମ୍ଭ ହେବା ଫଳରେ ଖଣି ଲିଜ୍ ପ୍ରକ୍ରିୟାକରଣ ଶୀଘ୍ର ହେବ । କୋଇଲା ଖଣିର କାର୍ଯ୍ୟକାରୀତା ସହଜ ହେବ । ଓଡିଶା ସମେତ ଭାରତବର୍ଷରେ କୋଇଲା ଉତ୍ପାଦନରେ ବୃଦ୍ଧି ହେବା ସହ ଇଜ୍ ଅଫ୍ ଡୁଇଂ ବିଜନେସକୁ ମଧ୍ୟ ପ୍ରାଥମିକତା ଦେବ ।
ମୋଦି ସରକାରରେ ବିଗତ କିଛି ବର୍ଷ ମଧ୍ୟରେ କୋଇଲା କ୍ଷେତ୍ରରେ ଅନେକ ଗୁଡ଼ିଏ ସଂସ୍କାର ଅଣାଯାଇଛି । କ୍ଲିୟରାନ୍ସର ଶୀଘ୍ର ଅନୁମୋଦନ କୋଇଲା କ୍ଷେତ୍ରକୁ ଲାଭ ଦେବ, ଅଧିକ ନିଯୁକ୍ତି ସୃଷ୍ଟି କରିବା ସହ ଆତ୍ମନିର୍ମାଣ ଭାରତ ନିର୍ମାଣରେ ସହାୟକ ହେବ । ଏହା ସଙ୍ଗେସଙ୍ଗେ


Share It

Comments are closed.