ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସମୃଦ୍ଧ ଅଂଚଳ ହେବ ଅନୁଗୁଳ – ଧର୍ମେନ୍ଦ୍ର ପ୍ରଧାନ


ଅନୁଗୁଳ, – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖଣି ଖଦାନ ଅଂଚଳ ଅନୁଗୁଳ ତଥା ତାଳଚେରର ବିକାଶ ପାଇଁ ଡିଏମଏଫ ଫଣ୍ଡ୍ ସମେତ କୋଇଲା ଉତ୍ପାଦନକୁ ବଢ଼ାଇବା ପାଇଁ ଅନେକ ଯୋଜନା କରିଛନ୍ତି । ଆଗାମୀ ଦିନ ମାନଙ୍କରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଗୁଳ ଜିଲ୍ଲାକୁ ସମୃଦ୍ଧ ଅଂଚଳ କରାଯିବ ବୋଲି ରବିବାର ଅନୁଗୁଳ ଜିଲ୍ଲାରେ ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ ଅନେକ ଲୋକଙ୍କୁ ଦଳରେ ସ୍ୱାଗତ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ମିଶ୍ରଣ ପର୍ବରେ ଶ୍ରୀ ପ୍ରଧାନ ଅନୁଗୁଳ, ଛେଣ୍ଡିପଦା, ପାଲଲହଡ଼ା, ତାଳଚେରର ଅନେକ କଂଗ୍ରେସ, ବିଜେଡ଼ି, ବିଏସପିର ଶତାଧିକ କର୍ମୀ ତଥା ଅନେକ ଯୁବକ ମାନଙ୍କୁ ଦଳରେ ସ୍ୱାଗତ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦଳରେ ସମସ୍ତଙ୍କ ଯୋଗଦାନ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ସହ ଓଡ଼ିଶାରେ ଦଳୀୟ ସଂଗଠନକୁ ମଜବୁତ୍ କରିବ ।
ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ବିକାଶ ପାଇଁ ପୂର୍ବଦୋୟର ଯୋଜନା ଆରମ୍ଭ କରିଥିବା ବେଳେ ଓଡ଼ିଶାକୁ ସମୃଦ୍ଧଶାଳୀ କରିବା ପାଇଁ ପଡ଼ିବ । ଏହାସହ ଅନୁଗୁଳ ତଥା ତାଳଚେରବାସୀଙ୍କ ସମ୍ପନ୍ନ ପାଇଁ ଉଦ୍ୟମ କରିବାକୁ ପଡ଼ିବ । ଅନୁଗୁଳ ତଥା ତାଳଚେରରେ ଯୁବକଙ୍କ ରୋଜଗାର ଓ ସ୍ୱରୋଜଗାରକୁ ବଢ଼ାଇବା ପାଇଁ ଉଦ୍ୟମ କରାଯିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଅନୁଗୁଳ ଜିଲ୍ଲା ଓଡ଼ିଶା ଅର୍ଥନୀତିର ପେଣ୍ଠସ୍ଥଳି ହେବ ବୋଲି ସେ କହିଛନ୍ତି ।
ଅନୁଗୁଳରେ ବିଜେପିର ହାତମୁଠାକୁ ଅଧିକ ଟାଣ କରିବା ପାଇଁ କାର୍ଯ୍ୟକର୍ତାଙ୍କୁ ଅକ୍ଳାନ୍ତ ପରିଶ୍ରମ କରିବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ବାର୍ତାକୁ ଘରେ ଘରେ ପହଁଚାଇବା ସମେତ କାର୍ଯ୍ୟକର୍ତାମାନେ ସାମାଜିକ ଓ ଲୋକଙ୍କ ସମସ୍ୟାକୁ ଉଠାଇବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବୋଧନ କରିଛନ୍ତି ।


Share It

Comments are closed.