୨୦୦୩ ବିଶ୍ୱକପରେ ହେଡେନଙ୍କ ସହ ହୋଇଥିବା ଝଗଡାର କଥା ମନେ ପକାଇଲେ ସୋଏବ


ପାକିସ୍ତାନର ପୂର୍ବତ୍ତନ ଦ୍ରୁତ ବୋଲର ସୋଏବ ଅଖତର, ୨୦୦୩ ବିଶ୍ୱକପରେ ଅଷ୍ଟ୍ରେଲିଆ ଓପନର ମାଥ୍ୟୁ ହେଡେନଙ୍କ ସହ ଏକ ସ୍ଲେଜିଙ୍ଗର କଥାକୁ ମନେ ପକାଇଛନ୍ତି । ଆଣ୍ଡ୍ରୁ ଫ୍ଲିଣ୍ଟଫଙ୍କ ସହ ଏକ ଭିଡିଓ ଚ୍ୟାଟ ଅବସରରେ ସୋଏବ ଅଖତର କହିଛନ୍ତି ୨୦୦୩ ବିଶ୍ୱକପ ସମୟରେ ତାଙ୍କର ମାଥ୍ୟୁ ହେଡେନଙ୍କ ସହ ଝଗଡା ହୋଇଥିଲା । ଏହା ବିଶ୍ୱକପର ପ୍ରଥମ ମ୍ୟାଚ ଥିଲା, ଯେଉଁଥିରେ ପାକିସ୍ତାନ ହାରିଯାଇଥିଲା । କରୋନା ଭାଇରସ ପାଇଁ ସମସ୍ତ ସ୍ପୋର୍ଟ ଇଭିଣ୍ଟ ଉପରେ ବ୍ରେକ ଲାଗିଛି । ଏଥିରେ ସମସ୍ତ ଖେଳାଳୀ ସୋସିଆଲ ମିଡିଆ ଜରୀଆରେ ନିଜ ପ୍ରଶଂସକଙ୍କୁ ଏଣ୍ଟରଟେନମେଣ୍ଟ କରାଉଛନ୍ତି ।
ସୋଏବ ଅଖତର ସବୁଦିନ ଏକ ନୂଆ କାହାଣୀ ସହ ସାମନାକୁ ଆସୁଛନ୍ତି ଏବଂ ଏଣ୍ଟରଟେନମେଣ୍ଟ କରାଉଛନ୍ତି । ଏହି ଅବସରରେ ସୋଏବ, ହେଡେନ ଏବଂ ତାଙ୍କ ସହ ଘଟିଥିବା ସ୍ଲେଜିଙ୍ଗ ସଂପର୍କରେ କିଛି କାହାଣୀ ସମସ୍ତଙ୍କୁ କହିଛନ୍ତି । ସୋଏବ କହିଛନ୍ତି ଯେ, ହେଉଡଙ୍କ ସହ ତାଙ୍କ ମିଳାମିଶା ସତେତା ଭଲ ନୁହେଁ ।
ସୋଏବ କହିଛନ୍ତି ଯେ, “ସେ ମୋ ସଂପର୍କରେ କିଛି ଜାଣି ନାହାନ୍ତି, ସେ ମୋତେ ସି ଗ୍ରେଡ ଅଭିନେତା ଏବଂ ଲୋ ଗ୍ରେଡ ଦ୍ରୁତ ବୋଲର କହି ସମ୍ବୋଧିତ କରିଥିଲେ । ଏହା ପରେ ମୁଁ ତାଙ୍କୁ କହିଥିଲି ମୁଁ ତୁମକୁ ବିଶ୍ୱକପରେ ଦେଖିନେବି । ଦୁର୍ଭାଗବଶତଃ ଆମେ ସେହି ମ୍ୟାଚ ହାରିଯାଇଥିଲୁ । ପରଦିନ ଆମେ ଜଳଖିଆ ପାଇଁ ଉଠିଲୁ ଏହା ଅଧିକ ଦୁର୍ଭାଗ୍ୟଜନକ ଥିଲା । ”
ଅଖତର ସେ କଥାକୁ ମନେ ପକାଇ କହିଛନ୍ତି, ଆମ ଦୁହିଁଙ୍କ ମଧ୍ୟରେ ଖୁବ ଜୋରସେ ତୁକ୍ତତା ଆରମ୍ଭ ହୋଇଯାଇଥିଲା । ଆମେ ଦୁହେଁ ପରସ୍ପର ସମ୍ମୁଖରେ ସାମନା ସାମନି ହୋଇଯାଇଥିଲୁ । ଆମେ ଜଳଖିଆ କରି କଥା ହେଉଥିଲୁ । ତାହା ବହୁତ ଖରାପ ଯୁକ୍ତିତର୍କ ଥିଲା । ଅଲ୍ଲାଙ୍କ ଦୟା କିଛି ଲୋକେ ଆମକୁ ଅଟାଇ ଦେଇଥିଲେ ଏବଂ ପରସ୍ପର ଠାରୁ ଦୂରେଇ ନେଇଥିଲେ ।
ପ୍ରକାଶ ଥାଉକି, ଏହା ପୂର୍ବରୁ ସୋଏବ, ଫ୍ଲିଣ୍ଟଫ ସହ ତାଙ୍କର ସ୍ଲେଜିଙ୍ଗର କାହାଣୀ ମଧ୍ୟ କହିଥିଲେ ।


Share It

Comments are closed.