ଶକ୍ତି ପମ୍ପସ ପକ୍ଷରୁ ୨୦୧୮ ବିତ୍ତିୟ ବର୍ଷର ଲାଭ ଏବଂ ଅପରେଟିଂ ଲାଭର ଘୋଷଣା

Share It

ଭାରତର ଅଗ୍ରଣୀ ଶକ୍ତିଶାଳୀ ଦକ୍ଷ ଷ୍ଟେନଲେସ ଷ୍ଟିଲ, ପମ୍ପ ଏବଂ ସୋଲାର ସିଷ୍ଟମ ନିର୍ମାଣକାରୀ କମ୍ପାନୀ ଶକ୍ତି ପମ୍ପସ ପକ୍ଷରୁ ୨୦୧୮, ମେ ୩୧ ସୁଦ୍ଧା ସମ୍ପୂର୍ଣ୍ଣ ବର୍ଷରେ ଟ.୪୪୦ କୋଟି ଟଙ୍କାର ଆୟ ସହିତ ୨ ପ୍ରତିଶତ ବୃଦ୍ଧି ଏବଂ ସର୍ବମୋଟ ଲାଭ ୬୦ ପ୍ରତିଶତ ତଥା ୩୪.୮୪ କୋଟିର ଘୋଷଣା କରାଯାଇଛି । ଏହାର ଉତ୍ପାଦ ଗୁଡିକ ଭାରତ ସମେତ ୧୧୦ରୁ ଅଧିକ ଦେଶରେ ରପ୍ତାନୀ ହୋଇଥାଏ ।

ୟୁନିଅନ ବଜେଟ ପ୍ରସ୍ତୁତକାରୀ ନୂତନ ଏନର୍ଜିର ମୁଖ୍ୟ ସୋଲାର ଏନର୍ଜି କମ୍ପାନୀକୁ ଲାଭ ପ୍ରଦାନ କରୁଛି । ଆହୁରିମଧ୍ୟ, କମ୍ପାନୀ ପକ୍ଷରୁ ଘୋଷିତ ହୋଇଥିବା କୁସୁମ ଯୋଜନା ମାଧ୍ୟମରେ ଆଗାମୀ ୧୦ ବର୍ଷରେ ନିକଟତମ ଧାରାରେ ୧୭.୫ ଲକ୍ଷ ଡିଜେଲ ପମ୍ପ ଏବଂ ୩୦ ମିଲିୟନ କୃଷି ପମ୍ପକୁ ସୋଲାର ଏନର୍ଜିକୁ ପରିବର୍ତ୍ତିତ କରିହେବ । ସମ୍ପ୍ରତି ରାଇପୁର(ସିଜି)ରେ ଶୁଭାରମ୍ଭ ହୋଇଥିବା ସିମହା ଯୋଜନା ଡାଜିଟାଲ ଇଣ୍ଡିଆ ଏବଂ ମେକ ଇନ ଇଣ୍ଡିଆ ପାଇଁ କମ୍ପାନୀ ପକ୍ଷରୁ ଏକ ପଦକ୍ଷେପ । ଶକ୍ତି ପମ୍ପସ ମଧ୍ୟ ଇନ-ହାଉସ ରିସର୍ଚ୍ଚ ଏବଂ ଡେଭେଲପମେଣ୍ଟ ୟୁନିଟ ପାଇଁ ବିଜ୍ଞାନସମ୍ମତ ଏବଂ ଉଦ୍ୟୋଗ ଗବେଷଣା ବିଭାଗ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା (ଭାରତ ସରକାର)ଙ୍କ ଠାରୁ ମାନ୍ୟତା ପ୍ରାପ୍ତ ।

ଏହି ଫଳାଫଳ ସମ୍ପର୍କରେ ଶକ୍ତି ପମ୍ପସ ଲିଃର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ, ଶ୍ରୀଯୁକ୍ତ ଦିନେଶ ପାତିଦାର କହିଛନ୍ତି ଯେ, “ଏହି ଫଳାଫଳ ଏହା ବ୍ୟକ୍ତ କରୁଛି ଯେ କମ୍ପାନୀର ରଣନିତୀ ସଫଳଭାବେ କାର୍ଯ୍ୟକାରୀ ହେଉଛି । କମ୍ପାନୀ ପକ୍ଷରୁ ୩୭ ପ୍ରତିଶତ ଡିଭିଡେଣ୍ଟ (କିମ୍ବା ଫୋସ ଭାଲ୍ୟୁ)ର ଘୋଷଣା କରାଯାଇଛି ଯାହା ପାଖାପାଖି ୨୦ ପ୍ରତିଶତର ଲାଭ । ଆଗକୁ ଅଗ୍ରସର ହେବା ସହିତ ଆମ୍ଭେମାନେ ଏମଏନଆରଇ, ରାଜ୍ୟ ସରକାର, ଆର୍ନ୍ତଜାତୀୟ ସୋଲାର ଆଲିଏନ୍ସ (ଆଇଏସଏ), ନାବାର୍ଡ ଇତ୍ୟାଦି ଦ୍ୱାରା ସୋଲାର ପ୍ରୋଜେକ୍ଟ ଉପରେ କ୍ରମାଗତଭାବେ ଲକ୍ଷ ରଖିବା ସହିତ ନୂତନ ଡିଲର ଏବଂ ବଣ୍ଟନକାରୀଙ୍କ ସହିତ ଆମ୍ଭମାନଙ୍କର ବ୍ୟବସାୟକୁ ସମ୍ପ୍ରସାରଣ କରିବା ପାଇଁ ଚେଷ୍ଟିତ ।”


Share It

Comments are closed.