ଚଳିତ ଲୋକସଭା ନିର୍ବାଚନରେ ସାମିଲ ହୋଇପାରନ୍ତି ଏହି ୭ଟି ନୂଆ ଦଳ
[vc_row][vc_column][vc_column_text]ଲୋକସଭା ନିର୍ବାଚନ ପୂର୍ବରୁ ୭ଟି ନୂଆ ଦଳ ନିର୍ବାଚନ କମିଶନ ପାଖରେ ପଞ୍ଜୀକରଣ ପାଇଁ ଆବେଦନ କରିଛନ୍ତି । ନିର୍ବାଚନ କମିଶନଙ୍କ ପାଖରେ ପଞ୍ଜୀକରଣ କରିଥିବା ଦଳ ଗୁଡିକ ହେଲା, ଭାରତୀୟ ବିକାଶ ଦଳ ୟୁନାଇଡେଟ, ଲୋକତାନ୍ତ୍ରିକ ଜନ ସ୍ୱରାଜ ପାର୍ଟି, ରାଷ୍ଟ୍ରିୟ ଆୱାମୀ ୟୁନାଇଟେଡ ପାର୍ଟି, ପୂର୍ବାଞ୍ଚଳ ନବ ନିର୍ମାଣ ପାର୍ଟି, ରାଷ୍ଟ୍ରୀୟ ଜନଶକ୍ତି ସମାଜ ପାର୍ଟି, ସକଲ ଜନୁଲା ସମାଜ ପାର୍ଟି, ସ୍ୱତନ୍ତ୍ରତା ପାର୍ଟି ।
ଚଳିତ ବର୍ଷ ଏପ୍ରିଲ ଏବଂ ମେ’ରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ କେନ୍ଦ୍ରର ବିଜେପି ସରକାର ପୁଣି ଥରେ ସରକାର ଗଢିବା ପାଇଁ ବେଶ ଆଶାବାଦୀ ଥିବାବେଳେ ସେପଟେ ବିରୋଧୀଙ୍କ ମହାମେଣ୍ଟ କେନ୍ଦ୍ରର ମୋଦି ସରକାରଙ୍କୁ ଉପାଡି ଫିଙ୍ଗିଦେବାର ଜୋରଦାର ପ୍ରୟାସ ଚଳାଇଛନ୍ତି । ସେପଟେ ବିରୋଧୀ ଦଳଙ୍କ ଏହି ମହାମେଣ୍ଟରୁ ଉତ୍ତର ପ୍ରଦେଶର ଦୁଇ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଏବଂ ମାୟାବତୀ ଭିନ୍ନ ରହି ନିଜ ମଧ୍ୟରେ ଏକ ନୂଆ ରାଜନୈତିକ ସମୀକରଣ ସୃଷ୍ଟି କରିଥିବାବେଳେ ଏବେ ଆଗାମୀ ନିର୍ବାଚନରେ ଫଳାଫଳ କ’ଣ ରହିବ, ତାହା ଖାଲି ଦେଖିବାକୁ ବାକି ରହିଛି ।
ସେପଟେ ନିର୍ବାଚନ କମିଶନଙ୍କ ପାଖରେ ଆବେଦନ କରିଥିବା ଏହି ନୂଆ ରାଜନୈତିକ ଦଳ ମାନଙ୍କର ଗତବିଧି କ’ଣ ରହିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନଥିବାବେଳେ ତେବେ ସମସ୍ତଙ୍କ ନଜର ଏହି ନୂଆ ରାଜନୈତିକ ଦଳ ମାନଙ୍କ ଉପରେ ରହିବ ।
ପ୍ରକାଶ ଥାଉକି ପୂର୍ବରୁ ୨୦୦୦ଟି ଦଳ ନିର୍ବାଚନ କମିଶନଙ୍କ ପାଖରେ ନୂଆ ଦଳ ଗଢିବା ପାଇଁ ଆବେଦନ କରିଥିବାବେଳେ ସେଥିରେ ମଧ୍ୟରୁ କମିଶନ ଅଳ୍ପ କେତେକଙ୍କୁ ମାନ୍ୟତା ପ୍ରଦାନ କରିଥିଲେ । ଅନ୍ୟପଟେ ଜାତୀୟ ସ୍ତରରରେ କଂଗ୍ରେସ, ବିଜେପି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାର୍କସବାଦୀ), ବହୁଜନ ସମାଜ ପାର୍ଟି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ତୃଣ ମୂଳ କଂଗ୍ରେସ ଏବଂ ରାଷ୍ଟ୍ରିୟ ପାର୍ଟି, ସାମଜବାଦୀ ପାର୍ଟି, ରାଷ୍ଟ୍ରିୟ ଜନତା ଦଳ ଭଳି ପ୍ରମୁଖ ଦଳ ରହିଥିବାବେଳେ ରାଜ୍ୟସ୍ତରରେ ପ୍ରାୟ ୫୯ଟି ଦଳକୁ ରାଜନୈତିକ ଦଳ ରୂପେ ମାନ୍ୟତା ମିଳିଛି ।[/vc_column_text][/vc_column][/vc_row]
Comments are closed.