କାର୍ତ୍ତୀକଙ୍କ ସହ ବାଇକ୍ ରାଇଡ଼ର ମଜା ନେଲେ ସାରା, ଭିଡିଓ ଭାଇରାଲ୍
ବଲିଓଡ଼ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଓ ଅଭିନେତା କାର୍ତ୍ତୀକ ଆର୍ୟନ୍ଙ୍କ ଏକ ଭିଡିଓ ଇଣ୍ଟରନେଟ୍ରେ ଖୁବ୍ ଭାଇରାଲ୍ ହୋଇଛି । ଏହି ଭିଡିଓରେ ସାରା, କାର୍ତ୍ତୀକଙ୍କ ସହ ମୁମ୍ବାଇ ରାସ୍ତାରେ ବାଇକ୍ ରାଇଡ଼ରେ ଯାଉଥିବା ନଜରରେ ଆସିଛନ୍ତି । ନିଜେ କାର୍ତ୍ତୀକ ଏହି ଭିଡିଓକୁ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରୁ ସେୟାର କରିଛନ୍ତି । ଏଥି ସହିତ ସେ କ୍ୟାପ୍ସନ୍ରେ ଏକ ମଜାଦାର କଥା ମଧ୍ୟ ଲେଖିଛନ୍ତି, ‘ଚାଲାଣ କଟିବ ଓ ମୋର ମଧ୍ୟ…’ । ସେମାନଙ୍କ ପ୍ରଶଂସକମାନେ ତାଙ୍କ ଯୋଡ଼ିକୁ ବହୁତ ପସନ୍ଦ କରିଛନ୍ତି ଏବଂ ଏଥିସହ ଆଜିକାଲି ‘ସାର୍ତ୍ତୀକ ଯୋଡ଼ି’ ନାମରେ ତାଙ୍କୁ ଲୋକମାନେ ବିବେଚନା କରୁଛନ୍ତି ।
କାର୍ତ୍ତୀକ ଓ ସାରା ବର୍ତ୍ତମାନ ତାଙ୍କର ଫିଲ୍ମ ‘ଲଭ୍ ଆଜ୍ କଲ୍’ର ପ୍ରମୋସନ୍ରେ ବ୍ୟସ୍ତ ଅଛନ୍ତି ଓ ଏହି ଫିଲ୍ମଟି ୧୪ ଫେବୃଆରୀ ଅର୍ଥାତ୍ ଭାଲେଣ୍ଟାଇନ୍ ଡେ’ରେ ମୁକ୍ତି ଲାଭ କରୁଛି । ‘ଲଭ୍ ଆଜ୍ କଲ୍’ ପରେ ସାରାଙ୍କର ଆଉ ଏକ ଫିଲ୍ମ ‘କୁଲି ନମ୍ବର ୱାନ୍’ ରିଲିଜ୍ ହେବାକୁ ଯାଉଛି ଏବଂ ଏହା ପରେ ସେ ଅଭିନେତା ଅକ୍ଷୟ କୁମାର ଓ ଧନୁଷଙ୍କ ସହିତ ‘ଅତ୍ରଙ୍ଗୀ ରେ’ ରେ ନଜରରେ ଆସିବେ । ସେହିପରି କାର୍ତ୍ତୀକ ‘ଭୁଲ୍ଭୁଲେୟାଁ ୨’ ଓ ଟି ସିରିଜ୍ର ଏକ ଆକ୍ସନ୍ ମୁଭିରେ ନଜରରେ ଆସିବେ । ଏହିପରି ଭାବେ ଆଗାମୀ କିଛି ମାସ ମଧ୍ୟରେ ଉଭୟଙ୍କ ପ୍ରଶଂସକମାନେ ସେମାନଙ୍କ ଧମାକାଦାର ଅଭିନୟ ଦେଖିବାକୁ ପାଇବେ ।
Comments are closed.