ବଜାଜ ଆଲିଆଞ୍ଜ୍ ଜେନେରାଲ ଇନ୍ସୁରାନ୍ସ ପକ୍ଷରୁ ‘ହେଲ୍‌ଥ ଇନ୍‌ଫିନିଟି’ର ଶୁଭାରମ୍ଭ


ଭୁବନେଶ୍ୱର: ଭାରତର ଅଗ୍ରଣୀ ବୀମା ପ୍ରଦାନକାରୀ ସଂସ୍ଥା ବଜାଜ୍ ଆଲିଆଞ୍ଜ ଜେନେରାଲ ଇନ୍ସ୍ୟୁରାନ୍ସ ପକ୍ଷରୁ ‘ହେଲ୍‌ଥ ଇନ୍‌ଫିନିଟି’ର ଶୁଭାରମ୍ଭ କରାଯାଇଛି, ଯାହାକି ହେଉଛି ଅସୀମିତ ବୀମା ରାଶି (ଏସଆଇ) ପ୍ରଦାନ କରୁଥିବା ଇଣ୍ଡଷ୍ଟ୍ରିର ପ୍ରଥମ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ବୀମା ଯୋଜନା । ହେଲ୍‌ଥ ଇନଫିନିଟି ଅଧୀନରେ ଜଣେ ବ୍ୟକ୍ତି ୩,୦୦୦ ଟଙ୍କାରୁ ୫୦,୦୦୦ ଟଙ୍କା ମଧ୍ୟରେ ପ୍ରତିଦିନ ରୁମ୍ ଭଡା ବିକଳ୍ପ ଆଧାରରେ କଭରେଜ୍ ସୀମା ଚୟନ କରିପାରିବେ । ଚୟନ କରାଯାଇଥିବା ବିକଳ୍ପ ଆଧାରରେ ବୀମାକାରୀଙ୍କୁ ପ୍ରତିଦିନ ରୁମ୍ ଭଡା ସୀମାର ୧୦୦ଗୁଣ କ୍ଷତିପୂରଣ ପ୍ରଦାନ କରାଯିବ । ଏହାପରେ ଯଦି ଦାବି କରାଯାଇଥିବା ରାଶି ଅଧିକ ରହେ ତେବେ ଗ୍ରାହକଙ୍କ ଦ୍ୱାରା ବୀମା କିଣିବା ସମୟରେ ଚୟନ କରାଯାଇଥିବା ବିକଳ୍ପ ଅନୁସାରେ ୧୫%, ୨୦% ଓ ୨୫%ର ଏକ କୋ-ପେମେଂଟ୍ ବ୍ୟବସ୍ଥା ଲାଗୁ ହେବ । ଏହି କୋ-ପେମେଂଟ୍ କେବଳ ଦାବି କରାଯାଇଥିବା ରାଶି ଉପରେ ଲାଗୁ ହେବ ଯାହା ରୁମ୍ ଭଡାଠାରୁ ୧୦୦ ଗୁଣ ଅଧିକ ରହିଥାଏ ଏବଂ ମୋଟ କ୍ଲେମ୍ ରାଶି ଉପରେ ଲାଗୁ ହେବ ନାହିଁ ।
ଏହି ବୀମା ବିନା କୌଣସି ସବଲିମିଟରେ ହସ୍ପିଟାଲରେ ଭର୍ତି ହୋଇଥିବା ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ କଭର୍ କରିଥାଏ ଏବଂ ଏହାକୁ ୧ ବର୍ଷ, ଦୁଇ ବର୍ଷ କିମ୍ବା ୩ ବର୍ଷର ଅବଧି ପାଇଁ କିଣାଯାଇପାରିବ । ଏହି ବୀମାର ପ୍ରିମିୟମ ପ୍ରସ୍ତାବକଙ୍କ ବୟସ, ତାଙ୍କ ଦ୍ୱାରା ଚୟନ କରାଯାଇଥିବା ହସ୍ପିଟାଲ ରୁମ୍‌ର ଦୈନିକ ଭଡା ଉପରେ ନିର୍ଭର କରିଥାଏ ଏବଂ କୋ-ପେମେଂଟ୍ ବିକଳ୍ପ ଉପଲବ୍ଧ ହୋଇଥାଏ । ଉଦାହରଣ ସ୍ୱରୁପ, ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ପାଇଁ ୧୦,୦୦୦ ଟଙ୍କାର ଦୈନିକ ରୁମ୍ ଭଡା ପାଇଁ ପ୍ରିମିୟମ ହେବ ୧୪,୬୦୦ ଟଙ୍କା ।
ହେଲ୍‌ଥ ଇନ୍‌ଫିନିଟିର ଶୁଭାରମ୍ଭ ଅବସରରେ ବଜାଜ ଆଲିଆଞ୍ଜ୍ ଜେନେରାଲ ଇନ୍ସ୍ୟୁରାନ୍ସର ଏମ୍‌ଡି ଓ ସିଇଓ ଶ୍ରୀଯୁକ୍ତ ତପନ ସିଂଘେଲ କହିଛନ୍ତି, “ଆମର ଦୃଢ ବିଶ୍ୱାସ ରହିଛି ଯେ, ପର୍ଯ୍ୟାପ୍ତ କଭେରେଜ୍ ସହ ଏକ ସ୍ୱାସ୍ଥ୍ୟ ବୀମା ଯୋଜନା ଜଣେ ବ୍ୟକ୍ତିଙ୍କ ଜୀବନ ପ୍ରତ୍ୟାଶାକୁ ବଢାଇଥାଏ ଏବଂ ଏହା ଆମକୁ ବୀମା ସେବା କ୍ଷେତ୍ରରେ ନିରନ୍ତର ଉଦ୍ଭାବନ ଜାରି ରଖିବାକୁ ପ୍ରେରିତ କରିଥାଏ । ହେଲ୍‌ଥ ଇନ୍‌ଫିନିଟି ସହ ଆମେ ବୀମା ଶିଲ୍ପରେ ପ୍ରଥମ ଥର ପାଇଁ ଅସୀମିତ ବୀମା ରାଶି ସହ ଲୋକଙ୍କୁ ବାସ୍ତବରେ ଅସୀମିତ ସେବା ଓ ସୁରକ୍ଷା ପ୍ରଦାନ କରିବା ପାଇଁ ଗ୍ରାହକଙ୍କ ପାଇଁ ଏକ କଭର୍‌ର ଶୁଭାରମ୍ଭ କରିଛୁ ।”


Share It

Comments are closed.