ଆକର୍ଷଣୀୟ ଅଫର ସହ ସାମ୍‌ସଙ୍ଗର ଗ୍ୟାଲାକ୍ସି ଏସ୍‌୨୦, ଏସ୍‌୨୦+ ଓ ଏସ୍‌୨୦ ଅଲ୍‌ଟ୍ରା ପାଇଁ ପ୍ରି-ବୁକିଙ୍ଗ୍ ଆରମ୍ଭ


ଭାରତର ସର୍ବାଧିକ ବିଶ୍ୱସନୀୟ ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ଓ ସ୍ମାର୍ଟଫୋନ୍ ବ୍ରାଣ୍ଡ ସାମ୍‌ସଙ୍ଗ ପକ୍ଷରୁ ଆଜି ଏହାର ନୂତନ ସ୍ମାର୍ଟଫୋନ୍ ଗ୍ୟାଲାକ୍ସି ଏସ୍‌୨୦ ସିରିଜ୍‌ର ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ପ୍ରି-ବୁକ୍ ଅଫର୍ ଘୋଷଣା କରାଯାଇଛି । ସାମ୍‌ସଙ୍ଗର ଏହି ନୂତନ ସିରିଜ୍‌ର ଫ୍ଲାଗ୍‌ସିପ୍ ଡିଭାଇସ୍‌କୁ ଆମେ ଆମ ଦୁନିଆକୁ କ୍ୟାପ୍‌ଚର ଓ ଅନୁଭବ କରୁଥିବା ଶୈଳୀକୁ ବଦଳାଇବା ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି ।

ପ୍ରି-ବୁକିଙ୍ଗ୍ କରିଥିବା ଭାରତର ଉପଭୋକ୍ତା ଆସନ୍ତା ମାର୍ଚ୍ଚ ୬ ତାରିଖରୁ ସେମାନଙ୍କର ଗ୍ୟାଲାକ୍ସି ଏସ୍‌୨୦ ସ୍ମାର୍ଟଫୋନ୍ ପାଇପାରିବେ ଏବଂ ସେମାନେ ଏହି ଆକର୍ଷଣୀୟ ସ୍ମାର୍ଟଫୋନ୍‌କୁ କିଣିବାରେ ବିଶ୍ୱର ପ୍ରଥମ ଉପଭୋକ୍ତା ସମୂହ ହୋଇପାରିବେ । ଗ୍ୟାଲାକ୍ସି ଏସ୍‌୨୦ ସିରିଜ୍‌ର ସମସ୍ତ ଡିଭାଇସ୍ ଗ୍ୟାଲାକ୍ସି ଏସ୍‌୨୦, ଗ୍ୟାଲାକ୍ସି ଏସ୍‌୨୦+ ଓ ଗ୍ୟାଲାକ୍ସି ଏସ୍‌୨୦ ଅଲ୍‌ଟ୍ରା ଭାରତରେ ଉପଭୋକ୍ତାମାନଙ୍କ ପାଇଁ ନିମ୍ନଲିଖିତ ମୂଲ୍ୟରେ ଉପଲବ୍ଧ ହେବ ।

  • ଗ୍ୟାଲାକ୍ସି ଏସ୍‌୨୦ : ୬୬,୯୯୯ ଟଙ୍କା
  • ଗ୍ୟାଲାକ୍ସି ଏସ୍‌୨୦+: ୭୩,୯୯୯ଟଙ୍କା
  • ଗ୍ୟାଲାକ୍ସି ଏସ୍‌୨୦ ଅଲ୍‌ଟ୍ରା: ୯୨,୯୯୯ଟଙ୍କା

ଗ୍ୟାଲାକ୍ସି ଏସ୍‌୨୦ ସିରିଜ୍‌ରେ କେତେକ ଶ୍ରେଷ୍ଠ କ୍ୟାମେରା ଇନୋଭେସନ୍ ସହିତ ଆସିଛି ଯାହାକି ଉତ୍କୃଷ୍ଟମାନର ଫଟୋ ଓ ଭିଡିଓ ପାଇଁ ଅନୁମତି ଦେଇଥାଏ । ସେଗୁଡିକୁ ଆମେ ଆମ ଜୀବନ ତଥା ଆମ କାହାଣୀକୁ ଯେଉଁଭଳି କ୍ୟାପ୍‌ଚର କରୁଛୁ ତାହାର ଶୈଳୀକୁ ବଦଳାଇବା ପାଇଁ ଡିଜାଇନ୍ କରାଯାଇଛି । ଗ୍ୟାଲାକ୍ସି ଏସ୍‌୨୦ରେ ନୂତନ କ୍ୟାମେରା ବ୍ୟବସ୍ଥା ରହିଛି ଯାହାକି ପ୍ରତ୍ୟେକ ଫଟୋ ଓ ପ୍ରତ୍ୟେକ ମୁହୂର୍ତରେ ଶ୍ରେଷ୍ଠତା ଆଣିବା ପାଇଁ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଓ ସାମ୍‌ସଙ୍ଗର ସର୍ବବୃହତ୍ ଇମେଜ୍ ସେନ୍ସର ଦ୍ୱାରା ପରିଚାଳିତ ।
ଗ୍ୟାଲାକ୍ସି ଏସ୍‌୨୦ ସିରିଜ୍‌ରେ ଇଣ୍ଡଷ୍ଟ୍ରୀର ପ୍ରଥମ ସ୍ପେସ୍ ଜୁମ୍ ଟେକ୍ନୋଲୋଜି ରହିଛି ଯାହା ଗ୍ୟାଲାକ୍ସି ଏସ୍‌୨୦ ଅଲ୍‌ଟ୍ରାକୁ ପୂର୍ବରୁ କେବେ ଦେଖିନଥିବା ଭଳି ୧୦୦ଗୁଣ ଜୁମ୍ ସୁବିଧା ପ୍ରଦାନ କରିବାକୁ ସକ୍ଷମ କରୁଛି । ଏହାକୁ ହାଇବ୍ରିଡ୍ ଅପ୍ଟିକ୍ ଜୁମ୍ ଓ ସୁପର ରିଜୋଲ୍ୟୁସନନ ଜୁମ୍‌ର ମିଶ୍ରଣରେ ହାସଲ କରାଯାଇପାରିଛି । ଗ୍ୟାଲାକ୍ସି ଏସ୍‌୨୦ ଅଲ୍‌ଟ୍ରା ହାଇ ଜୁମ୍ ସ୍ତରରେ ଗୁଣବତାର କ୍ଷତିକୁ କମ୍ କରିବା ଲାଗି ମଲ୍ଟି-ଇମେଜ୍ ପ୍ରୋସେସିଙ୍ଗ୍‌ର ବ୍ୟବହାର କରିଥାଏ, ଯାହାଫଳରେ ଉପଭୋକ୍ତାମାନେ ଏକ ସ୍ପଷ୍ଟ ଦୃଶ୍ୟତା ସହ ୧୦୦ ଗୁଣ ପର୍ଯ୍ୟନ୍ତ ସୁପର ରିଜୋଲ୍ୟୁସନ ଜୁମ୍‌ର ଅଭିଜ୍ଞତା ପାଇପାରିବେ । ଏହି ଏସ୍‌୨୦ ରେଞ୍ଜ୍ ହେଉଛି ଏକ ଟ୍ରୁ ବ୍ଲଡ୍ ସାମ୍‌ସଙ୍ଗ ଫ୍ଲାଗ୍‌ସିପ୍‌, ଯାହା ହାର୍ଡୱେୟାର ଓ ଫିଚର୍ କ୍ଷେତ୍ରରେ ଶୀର୍ଷ ସ୍ତରରେ ପହଂଚିଛି ।

  • ଆକର୍ଷଣୀୟ ସ୍ପଷ୍ଟତା: ଗ୍ୟାଲାକ୍ସି ଏସ୍‌୨୦ ଓ ଏସ୍‌୨୦+ରେ ୬୪ ମେଗାପିକ୍ସେଲର କ୍ୟାମେରା ରହିଥିବା ବେଳେ ଗ୍ୟାଲାକ୍ସି ଏସ୍‌୨୦ ଅଲ୍‌ଟ୍ରାରେ ୧୦୮ ଏମ୍‌ପିର କ୍ୟାମେରା ରହିଛି । ସମସ୍ତ ୩ଟି ସ୍ମାର୍ଟଫୋନ୍‌ରେ ଉନ୍ନତ ଫଟୋଗ୍ରାଫି ପାଇଁ ବୃହତ୍ ସେନ୍ସର ରହିଛି ।
  • ଗ୍ରାଉଣ୍ଡବ୍ରେକିଙ୍ଗ୍ ଜୁମ୍‌: ଗ୍ୟାଲାକ୍ସି ଏସ୍‌୨୦ର ସ୍ପେସ୍ ଜୁମ୍ ଟେକ୍ନୋଲୋଜି ସହ ଉପଭୋକ୍ତାମାନେ ଏକ ସ୍ପଷ୍ଟ ଦୃଶ୍ୟତା ସହ ୧୦୦ ଗୁଣ ପର୍ଯ୍ୟନ୍ତ ସୁପର୍ ରିଜୋଲ୍ୟୁସନ ଜୁମ୍‌ର ଅନୁଭବ ପାଇପାରିବେ । ଗ୍ୟାଲେକ୍ସି ଏସ୨୦ ଏବଂ ଏସ୨୦+ ୩୦ ଗୁଣ ପର୍ଯ୍ୟନ୍ତ ଜୁମ କରିପାରେ ।
  • ସିଙ୍ଗଲ୍ ଟେକ୍‌: ସିଙ୍ଗଲ୍ ଟେକ୍ ହେଉଛି ଏକ ଅତ୍ୟାବଶ୍ୟକୀୟ ବର୍ଷ୍ଟ ମୋଡ୍ ଯାହା ପଛ କ୍ୟାମେରାରେ ଥିବା ସମସ୍ତ ଲେନ୍ସକୁ ଏକା ସଙ୍ଗେ୍ ବ୍ୟବହାର କରିଥାଏ । ଏକାଧିକ ଫର୍ମାଟ୍ ପାଇବା ପାଇଁ ଆପଣ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଏକ ସିଙ୍ଗଲ୍ ଟେକ୍ ଭିଡିଓ ସୁଟ୍ କରିପାରିବେ । ରିସୁଟ୍ ବିନା ଆପଣ ଉକ୍ତ ନିର୍ଦ୍ଧିଷ୍ଟ ମୁହୂର୍ତ ପାଇଁ ବେଷ୍ଟ ଷ୍ଟାଇଲ୍ ଚୟନ କରିପାରିବେ ।
  • ପ୍ରୋ-ଗ୍ରେଡ୍ ଫିଲ୍ମିଙ୍ଗ୍‌: ଗ୍ୟାଲାକ୍ସି ଏସ୍‌୨୦ ହେଉଛି ବିଶ୍ୱର ଏକମାତ୍ର ସ୍ମାର୍ଟଫୋନ୍ ଯାହା ଆକର୍ଷଣୀୟ ୮କେ ଭିଡିଓ ରେକର୍ଡିଙ୍ଗ ସୁବିଧା ପ୍ରଦାନ କରୁଛି ।

ଏକ ନୂତନ କ୍ୟାମେରା ସ୍ଥାପତ୍ୟ ଓ ଓପନ୍ କୋଲାବରେସନ ଦ୍ୱାରା ଅନୁପ୍ରାଣିତ ପ୍ରଭାବଶାଳୀ ସହଭାଗିତା ସହ ଗ୍ୟାଲାକ୍ସି ଏସ୍‌୨୦ ନିଜ ଫୋନ୍‌ରେ ଆପଣ କରିବାକୁ ପସନ୍ଦ କରୁଥିବା ଯେକୌଣସି କାର୍ଯ୍ୟର ଅଭିଜ୍ଞତାକୁ ସହଜ ଓ ଉନ୍ନତ କରିଥାଏ । ଗ୍ୟାଲାକ୍ସି ଏସ୍‌୨୦ ଉତ୍କୃଷ୍ଟମାନର ୮କେ ଭିଡିଓ ରେକଡିଙ୍ଗ୍ ସୁବିଧା ପ୍ରଦାନ କରୁଛି ଯାହାଫଳରେ ଉପଭୋକ୍ତା ନିଜ ଦୁନିଆକୁ ଏକ ବାସ୍ତବ ଜୀବନ୍ତ ରଙ୍ଗ ଓ ଗୁଣମାନରେ କ୍ୟାପ୍‌ଚର କରିପାରିବେ । ଏହି ଭିଡିଓ ସୁଟ୍‌କୁ ସାମ୍‌ସଙ୍ଗ କ୍ୟୁଏଲ୍‌ଇଡି ୮କେରେ ଷ୍ଟ୍ରିମ୍ କରାଯାଇପାରିବ ଯାହା ଉପଭୋକ୍ତାଙ୍କୁ ସର୍ବୋତମ ଭ୍ୟୁଇଙ୍ଗ୍ ଏକ୍ସପେରିଏକ୍ସର ମଜା ଉଠାଇବାକୁ କିମ୍ବା ୮କେ ଭିଡିଓରୁ ଏକ ଫଟୋ ବାହାର କରି ତାହାକୁ ଏକ ହାଇ ରିଜୋଲ୍ୟୁସନନ ଫଟୋରେ ପରିଣତ କରିବାକୁ ଅନୁମତି ଦେଇଥାଏ ।

    • ୮କେରେ ୟୁଟ୍ୟୁବ୍‌: ସାମ୍‌ସଙ୍ଗ ୟୁଟ୍ୟୁବ୍ ସହ ସହଭାଗିତା କରିଛି ଯାହାଦ୍ୱାରା ଆପଣ ୟୁଟ୍ୟୁବ୍‌ରେ ସିଧାସଳଖ ନିଜର ୮କେ ଭିଡିଓଗୁଡିକୁ ଅପ୍‌ଲୋଡ୍ କରିପାରିବେ ।
    • ଗେମିଙ୍ଗ୍‌: ୧୨୦ ଏଚ୍‌ଜେଡ୍ ଡିସ୍‌ପ୍ଲେ, ଫାଷ୍ଟ ପ୍ରୋସେସର୍‌, ୧୨ ଜିବି ରାମ୍‌, ଏକେଜିର ଅଡିଓ ଟ୍ୟୁ୍‌ନ ଓ ଏକ ଗେମ୍ ବୁଷ୍ଟର ସହ ଆପଣ ଅତୁଳନୀୟ ସହଜ ଗେମିଙ୍ଗ୍ ଅଭିଜ୍ଞତା ପାଇପାରିବେ ।
    • ମ୍ୟୁଜିକ୍‌: ମ୍ୟୁଜିକ୍ ସେୟାର ସହ ଆପଣ ନିଜର ପେୟାର ହୋଇଥିବା ବ୍ଲୁଟୁଥ୍ କନେକ୍ସନକୁ ନିଜ ଡିଭାଇସ୍‌ରୁ ଏକ କାର୍ ଷ୍ଟେରିଓ କିମ୍ବା ସ୍ପିକର୍‌କୁ ବିସ୍ତାର କରିପାରିବେ ।
    • ଗୁଗଲ୍ ଡୁଓରେ ଉତ୍କୃଷ୍ଟ ଭିଡିଓ ଚାଟ୍‌: ଗ୍ୟାଲାକ୍ସି ଏସ୍‌୨୦ ପ୍ରଥମ ଥର ପାଇଁ ନୂଆ ଡୁଓ ଫିଚରକୁ ଆଣିବା ସହ ଗୁଗଲ୍ ଡୁଓ ସହ ଏକ ଗଭୀର ଏକତ୍ରୀକରଣ ମାଧ୍ୟମରେ ଭିଡିଓ ଚାଟିଙ୍ଗ୍ ଅଭିଜ୍ଞତାକୁ ବୃଦ୍ଧି କରିଥାଏ ।

 

ପ୍ରି-ବୁକ୍ ଅଫର୍‌

  • ଏସ୍‌୨୦: ଗ୍ୟାଲାକ୍ସି ବଡ୍‌ସ+ଅ ୧, ୯୯୯ ଟଙ୍କା ଓ ସାମ୍‌ସଙ୍ଗ କେୟାର+ ଅ ୧, ୯୯୯ ଟଙ୍କା
  • ଏସ୍‌୨୦+: ଗ୍ୟାଲାକ୍ସି ବଡ୍‌ସ+ଅ ୧, ୯୯୯ ଟଙ୍କା ଓ ସାମ୍‌ସଙ୍ଗ କେୟାର+ ଅ ୧,୯୯୯ ଟଙ୍କା
  • ଏସ୍‌୨୦ ଅଲ୍‌ଟ୍ରା: ଗ୍ୟାଲାକ୍ସି ବଡ୍‌ସ+ଅ ୨, ୯୯୯ ଟଙ୍କା ଓ ସାମ୍‌ସଙ୍ଗ କେୟାର+ ଅ ୧, ୯୯୯ ଟଙ୍କା
  • ସାମ୍‌ସଙ୍ଗ କେୟାର+
    ସାମ୍‌ସଙ୍ଗ କେୟାର+ (ଆକ୍ସିଡେଂଟାଲ୍ ଆଣ୍ଡ ଲିକ୍ୱିଡ୍ ଡ୍ୟାମେଜ୍ ପ୍ରୋଟେକ୍ସନ) ଆପଣଙ୍କ ଫୋନ୍‌କୁ ଯେକୌଣସି ପ୍ରକାରର ଦୁର୍ଘଟଣାଜନିତ, ଫିଜିକାଲ କିମ୍ବା ଲିକ୍ୱିଡ୍ ଡ୍ୟାମେଜ୍‌ରୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିଥାଏ । ଏଥିରେ ଫୋନ୍‌ର ଆଗ ସ୍କ୍ରିନ୍ ସାମିଲ ଥିବା ବେଳେ ଏହା ଆପଣଙ୍କ ଫୋନ୍‌କୁ ଏକ ବର୍ଷ ପାଇଁ ଯେକୌଣସି ପ୍ରକାରର ଲିକ୍ୱିଡ୍ ଡ୍ୟାମେଜ୍‌ରୁ ସୁରକ୍ଷା ପ୍ରଦାନ କରିଥାଏ ।

ଅପରେଟର ଅଫର

  • ଜିଓ: ଜିଓର ୪୯୯୯ ଟଙ୍କାର ବାର୍ଷିକ ପ୍ଲାନ୍ ସହ ଦୁଇଗୁଣ ଡାଟା ବେନିଫିଟ୍ + ୧ ବର୍ଷର ଅତିରିକ୍ତ ଅସୀମିତ ସେବା । ଉଦାହରଣ ସ୍ୱରୁପ ୩୫୦ଜିବି+୩୫୦ଜିବି ହାଇସ୍ପିଡ୍ ଡାଟା ବିନା କୌଣସି ଡେଲି କ୍ୟାପିଙ୍ଗ୍ ସହ +ଆଉ ଏକ ବର୍ଷର ଅସିମୀତ ଅନ-ନେଟ ଭଏସ ଓ ୭୦୦ ଜିବି ଡାଟା (୧୪,୯୯୭ ଟଙ୍କାର ଲାଭ)
  • ଏୟାରଟେଲ୍‌: ପ୍ରିପେଡ୍ ଗ୍ରାହକଙ୍କ ପାଇଁ ୨୯୮ ଟଙ୍କା ଓ ୩୯୮ ଟଙ୍କାର ପ୍ରଥମ ୧୦ଟି ରିଚାର୍ଜ ପାଇଁ ଦୁଇଗୁଣ ଡାଟା ସୁବିଧା
  • ଭୋଡାଫୋନ୍ ଏବଂ ଆଇଡିଆ : ପ୍ରିପେଡ୍ ଗ୍ରାହକଙ୍କ ପାଇଁ ୫୬ ଦିନର ବୈଧତା ସହ ୩୯୯ ଟଙ୍କାର ପ୍ରଥମ ୬ଟି ରିଚାର୍ଜ ଉପରେ ଦୁଇଗୁଣ ଡାଟା ସୁବିଧା ।

Share It

Comments are closed.