‘କାଶୀ ମହାକାଲ ଏକ୍ସପ୍ରେସ’ରେ ଭଗବାନ ଶିବଙ୍କ ପୂଜାର୍ଚ୍ଚନାକୁ ପ୍ରଶ୍ନ ଉଠାଇଲେ ଓୱେସି


ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫ୍ରେନ୍ସ ଜରିଆରେ ‘କାଶୀ ମହାକାଲ ଏକ୍ସପ୍ରେସ’ର ଶୁଭାରମ୍ଭ କରିଥିବାବେଳେ ଏହି ଟ୍ରେନ ବାରାଣାସୀରୁ ଇନ୍ଦୋର ମଧ୍ୟରେ ଦୈଡିବ । ଏହି ଟ୍ରେନର ଏକ ବଗିରେ ଛୋଟ ମନ୍ଦିର ମଧ୍ୟ ନିର୍ମାଣ କରାଯାଇଛି । ମନ୍ଦିର ଛବି ଦେଖି ଅଧିକାଂଶ ଲୋକେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିବାବେଳେ କୌଣସି ଟ୍ରେନରେ ମନ୍ଦିର ସ୍ଥାପନା କରାଯିବା ଏହା ପ୍ରଥମ ଘଟଣା ଅଟେ । ଏହାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସୁଥିବାବେଳେ କେତେକ ଏହାକୁ କେତେକ ଏହାକୁ ବିରୋଧ ମଧ୍ୟ କରିଛନ୍ତି ।

ଏହାକୁ ବିରୋଧ କରି ହାଇଦ୍ରାବାଦ ସାଂସଦ ଅସାଦୁଦୀନ ଓୱେସି ପ୍ରଶ୍ନ କରିବା ସହ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଏକ ଟ୍ୱିଟ ମଧ୍ୟ କରିଛନ୍ତି । ଅସାଦୁଦୀନ ଓୱେସି, ନ୍ୟୁଜି ଏଜେନ୍ସି ଏଏନଆଇର ଟ୍ୱିଟକୁ ରିଟ୍ୱିଟ କରି ପିଏମଓକୁ ଟ୍ୟାଗ ମଧ୍ୟ କରିଛନ୍ତି । ଏହି ଟ୍ୱିଟ ସହ ଓୱେସି ସମ୍ବିଧାନର ପ୍ରସ୍ତାବନାକୁ ମଧ୍ୟ ସେୟାର କରିଛନ୍ତି । ପ୍ରକାଶ ଥାଉକି, ସମ୍ବିଧାନର ପ୍ରସ୍ତାବନାରେ ସମସ୍ତ ଧର୍ମର ଲୋକଙ୍କ ସହ ସମାନ ବ୍ୟବହାର କରାଯିବା ପାଇଁ ଲେଖାଯାଇଥିବାବେଳେ ଓୱିସି ଟ୍ୱିଟରେ ସେୟାର କରିଥିବା ଫଟୋ କାଶୀ ମହାକାଳ ଏକ୍ସପ୍ରେସରେ ଏକ ବଗିରେ ଶିବଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ଫଟୋ ମଧ୍ୟ ସେୟାର କରିଛନ୍ତି ।
ପ୍ରକାଶ ଥାଉକି, ଏହି ଟ୍ରେନଟିକୁ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ ପତକା ହଲାଇ ଶୁଭାରମ୍ଭ କରିଥିବାବେଳେ ଏହା ଉତ୍ତରପ୍ରଦେଶର ବାରଣାସୀରୁ ମଧ୍ୟ ପ୍ରଦେଶ ଇନ୍ଦୋର ଯାଏଁ ଗଢିବ ।

 


Share It

Comments are closed.