କେଉଁ ପଶୁପକ୍ଷୀ ପାଳିଲେ ଅପଣଙ୍କ ଘରର ବାସ୍ତୁ ଦୋଷ ଦୂର ହେବ


ବାସ୍ତୁ ଶାସ୍ରରେ ପଶୁପକ୍ଷୀମାନଙ୍କର ମଣିଷ ଜୀବନରେ ସ୍ୱତନ୍ତ୍ର ମହତ୍ୱ ରହିଥିବା ଦର୍ଶାଯାଇଛି । ପଶୁପକ୍ଷୀଙ୍କଠାରେ ଅନିଷ୍ଟକାରୀ ତତ୍ୱଗୁଡିକୁ ନିୟନ୍ତ୍ରିତ କରିବା ପାଇଁ ଅଦ୍ଭୁତ ଶକ୍ତି ରହିଥାଏ । ପାଳିତ ପଶୁମାନଙ୍କଠାରେ ନକରାତ୍ମକ ଶକ୍ତିଗୁଡିକୁ ନିଷ୍କ୍ରିୟ କରିବାର ଶକ୍ତି ରହିଥାଏ ।

Image Source – wikimedia.org

କୌଣସି ପ୍ରକାରର ଅନିଷ୍ଟରୁ ବଂଚିବା ପାଇଁ ଗୋଦାନକୁ ସବୁଠାରୁ ଉତମ ଉପାୟ ଭାବେ ଦର୍ଶାଯାଇଛି । ଏହା ମଧ୍ୟ ମାନ୍ୟତା ରହିଛି ଯେ, ଯେଉଁ ଜମିରେ ଘର ନିର୍ମାଣ ହେବାର ଥାଏ ଯଦି ସେଠାରେ ୧୫ ଦିନ ପାଇଁ ଗାଇ ଓ ବାଛୁରୀକୁ ରଖାଯାଏ ତେବେ ସେହି ସ୍ଥାନ ପବିତ୍ର ହୋଇଯାଇଥାଏ । ଭଗବାନ ବିଷ୍ଣ ଓ ମା ଲକ୍ଷ୍ମୀଙ୍କ ପ୍ରସନ୍ନତା ପାଇଁ ଗୋପାଳନ ଏକ ଉତମ ଉପାୟ ଅଟେ । ପ୍ରତି ଦିନ ଗାଇକୁ ରୁଟି ଖୁଆଇବା ଉଚିତ । ଗାଇର ସେବା କରିବା ଦ୍ୱାରା ପିତୃପୁରୁଷଙ୍କ ଆତ୍ମାକୁ ମୁକ୍ତି ମିଳିଥାଏ । ପାରିବାରିକ ସମସ୍ୟାକୁ ଦୂର କରିବା ପାଇଁ ପ୍ରତିଦିନ ପକ୍ଷୀଙ୍କୁ ଦାନା ଖୁଆନ୍ତୁ । ବ୍ୟବସାୟ କରୁଥିବା ଲୋକେ ମଧ୍ୟ ପକ୍ଷୀଙ୍କୁ ଦାନା ଖୁଆଇବା ଉଚିତ । ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

ଗୂଂଡୁଚି ମୂଷାକୁ ରୁଟି ଖୁଆଇବା ଦ୍ୱାରା ସବୁ ସମସ୍ୟାରୁ ସହଜରେ ମୁକ୍ତି ମିଳିଥାଏ । ଘରେ ଶୂଆ ପାଳନ ମଧ୍ୟ ଶୁଭ ହୋଇଥାଏ । ମାଛ ପାଳିବା ସହ ସେମାନଙ୍କୁ ଅଟାର ଗୁଳା ଖୁଆଇବା ଦ୍ୱାରା ଅନେକ ଦୋଷ ଦୂର ହୋଇଥାଏ । ସେହିପରି ଗୁରୁବାର ଦିନ ହାତୀକୁ କଦଳୀ ଖୁଆଇବା ଦ୍ୱାରା ନକାରାତ୍ମକ ପ୍ରଭାବ ଦୂର ହୋଇଥାଏ । ସଫଳତା ପାଇବାର ଇଚ୍ଛା ଥିଲେ ନିଜ ଘରେ ଗରୁଡଙ୍କ ମୂର୍ତି କିମ୍ବା ଫଟୋ ରଖନ୍ତୁ ।


Share It

Comments are closed.