ସାମସଙ୍ଗ ପକ୍ଷରୁ ‘ସାମସଙ୍ଗ ପ୍ରିଜମ’ କାର୍ଯ୍ୟକ୍ରମର ଶୁଭାରମ୍ଭ


ଭୁବନେଶ୍ୱର: ସାମସଙ୍ଗ ପକ୍ଷରୁ ଏକ ସ୍ୱତନ୍ତ୍ର ଉଦ୍ୟୋଗ ଶିକ୍ଷା କାର୍ଯ୍ୟକ୍ରମ-ସାମସଙ୍ଗ ପ୍ରିଜିମ ( ପ୍ରିପେୟାରିଙ୍ଗ ଆଣ୍ଡ ଇନସ୍ପାୟରିଙ୍ଗ ଷ୍ଟୁଡେଂଟ ମାଇଣ୍ଡ)ର ଶୁଭାରମ୍ଭ କରାଯାଇଛି, ଯାହାର ଉଦ୍ଦେଶ୍ୟ ହେଉଛି ଭାରତୀୟ ଇକୋସିଷ୍ଟମରେ ନୂତନତାକୁ ସାମିଲ କରିବା ଏବଂ ଉଦ୍ୟୋଗର ଆବଶ୍ୟକତା ପୂରଣ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କର ଦକ୍ଷତାର ବିକାଶ କରିବା । ଏହି କାର୍ଯ୍ୟକ୍ରମକୁ ସାମସଙ୍ଗ ଆର ଆଣ୍ଡ ଡି ଇନଷ୍ଟିଚ୍ୟୁଟ ବାଙ୍ଗାଲୋର (ଏସଆରଆଇ-ବି) ଦ୍ୱାରା ପରିଚାଳିତ କରାଯିବ, ଯାହାକି କୋରିଆ ବାହାରେ ସାମସଙ୍ଗର ସବୁଠାରୁ ବଡ଼ ଆର ଆଣ୍ଡ ଡି ସୁବିଧା କେନ୍ଦ୍ର ଅଟେ । ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର‌୍ୟାଙ୍କି ଫ୍ରେମୱର୍କ(ଏନଆଇଆରଏଫ)ର ଶୀର୍ଷରେ ରହିଥିବା ଇଞ୍ଜିନୀୟରିଂ କଲେଜଗୁଡ଼ିକୁ ସାମିଲ କରାଯିବା ପାଇଁ ଲକ୍ଷ ରଖାଯାଇଛି । ଏସଆରଆଇ-ବି ଏପର୍ଯ୍ୟନ୍ତ ୧୦ଟି ଇଞ୍ଜିନୀୟରିଂ କଲେଜ ସହ ଏମଓୟୁ ସ୍ୱାକ୍ଷରିତ କରିଛି, ଯେବେକି ଆମାଗୀ କିଛି ମାସ ମଧ୍ୟରେ ଏହା ସହିତ ଆଉ କିଛି କଲେଜକୁ ସାମିଲ କରାଯିବ ।
ଏହି କାର୍ଯ୍ୟକ୍ରମରେ ଏସଆରଆଇ-ବି ଏହି ଇଞ୍ଜିନୀୟରିଂ କଲେଜ ଛାତ୍ରଛାତ୍ରୀ ଏବଂ ଫାକଲ୍ଟିମାନଙ୍କ ସହିତ ମିଶି ତାଙ୍କୁ ଗବଷେଣା ତଥା ବିକାଶମୂଳକ ପ୍ରୋଜେକ୍ଟ ପ୍ରଦାନ କରିବ, ଯାହାକି ଚାରିରୁ ଛଅ ମାସ ମଧ୍ୟରେ କାର୍ଯ୍ୟକାରୀ କରାଯିବ । ଛାତ୍ରଛାତ୍ରୀମାନେ ଆଧୁନିକ ଟ୍ରେକ୍ନୋଲୋଜି କ୍ଷେତ୍ର ତଥା ଆର୍ଟିଫିସିଆଲ ଇଂଟେଲିଜେନ୍ସି (ଭିଜନ ଟେକ ସହିତ), ମେସିନ ଲର୍ଣ୍ଣଂ, ଇଂଟରନେଟ ଅଫ ଥିଙ୍ଗସ ଓ କନେକ୍ଟେଡ ଡିଭାଇସ ଏବଂ ୫ଜି ନେଟୱର୍କ ସମ୍ବନ୍ଧିତ କାର୍ଯ୍ୟ କରିବେ ଓ ବାସ୍ତବିକ ଦୁନିଆର ସମସ୍ୟାର ସମାଧାନ କରିବାର ସୁଯୋଗ ପାଇବେ । ପ୍ରତି ପ୍ରୋଜେକ୍ଟରେ ତିିନିଜଣ ଛାତ୍ର ଥିବା ଏକ ଟିମଙ୍କ ଦ୍ୱାରା ନିଆଯିବ, ଯେଉଁଥିରେ ଜଣେ ପ୍ରଫେସର ରହିବେ ଓ ଏସଆରଆଇ-ବିର ଜଣେ ପରାମର୍ଶଦାତା ତାଙ୍କୁ ମାର୍ଗଦର୍ଶନ ପ୍ରଦାନ କରିବା ସହିତ ତାଲିମ ପ୍ରଦାନ କରିବେ । ଏହା ସହିତ ନୀୟମିତ ବ୍ୟବଧାନରେ ଏହାର ସମୀକ୍ଷା ମଧ୍ୟ କରାଯିବ । ପ୍ରତି ଇଞ୍ଜିନୀୟରିଂ କଲେଜରେ ଅନେକଗୁଡ଼ିଏ ଟିମ ରହିପାରିବେ ଓ ଏସଆରଆଇ-ବି ଦ୍ୱାରା ପରିଚାଳନା କରାଯାଇଥିବା ଏକ ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଚୟନ କରାଯିବ । ଏହା ଛଡ଼ା ଛାତ୍ରଛାତ୍ରୀମାନଙ୍କୁ ପେପର ପ୍ରକାଶିତ କରିବା ପାଇଁ ପ୍ରୋତ୍ସାହିତ କରାଯିବ ଏବଂ ସେମାମେ ଏସଆରଆଇ-ବି ସହିତ ମିଳିତ ଭାବେ ଫାଇଲ ପେଟେଂଟ ମଧ୍ୟ କରିପାରିବେ ।
“ସାମସଙ୍ଗ ପ୍ରିଜମ କାର୍ଯ୍ୟକ୍ରମ ସାହାଯ୍ୟରେ ଛାତ୍ରଛାତ୍ରୀମାନେ ସାମସଙ୍ଗରେ କାର୍ଯ୍ୟ କରିବାର ସୁଯୋଗ ପାଇପାରିବେ ଓ ନିଜକୁ ଉଦ୍ୟୋଗ ନିମନ୍ତେ ପ୍ରସ୍ତୁତ କରିପାରିବେ ତଥା ଆତ୍ମନିର୍ଭରଶୀଳ ଭାରତରେ ଏକ ବଳିଷ୍ଠ ଅବଦାନ ଦେଇପାରିବେ,” ବୋଲି ସାମସଙ୍ଗ ଆର ଆଣ୍ଡ ଡି ଇନଷ୍ଟିଚ୍ୟୁଟ, ବାଙ୍ଗାଲୋରର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦୀପେଶ ସାହ କହିଛନ୍ତି । ଲକଡାଉନ ସମୟରେ ଏହି କାର୍ଯ୍ୟକ୍ରମ ଅନଲାଇନରେ ଆୟୋଜିତ ହୋଇଛି । ଟିମଗୁଡ଼ିକ ଘରୁ ରହି ସେମାନଙ୍କ ପ୍ରୋଜେକ୍ଟ ଉପରେ କାର୍ଯ୍ୟ କରୁଥିଲେ ଏବଂ ଭିଡିଓ କଲ ଓ ୱେବିନାର ମାଧ୍ୟମରେ ମେଂଟରମାନଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଉଥିଲା । ଛାତ୍ରଛାତ୍ରୀମାନେ ସେମାନଙ୍କର ପ୍ରୋଜେକ୍ଟର ସମସ୍ତ ବିବରଣୀକୁ ଅପଡେଟ କରିବା ଏବଂ ପର୍ଯ୍ୟାୟକୃତ ସମୀକ୍ଷା ପାଇଁ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍ଗଙ୍ଗଙ୍ଗ.ଗ୍ଦବଜ୍ଞଗ୍ଦଙ୍କଦ୍ଭଶକ୍ଟ୍ରକ୍ସସଗ୍ଦଜ୍ଞ.ମକ୍ଟଜ୍ଞ ରେ ଲଗ ଇନ କରିପାରିବେ ।


Share It

Comments are closed.