ଏୟାରଟେଲ ଥ୍ୟାଙ୍କସ ଗ୍ରାହକଙ୍କ ପାଇଁ ମାଗଣା ହେଲୋ ଟ୍ୟୁନ ନେଇ ଆସିଛି ୱିଙ୍କ ମ୍ୟୁଜିକ


ଭୁବନେଶ୍ୱର: ଏୟାରଟେଲର ମ୍ୟୁଜିକ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମ ୱିଙ୍କ ମ୍ୟୁଜିକ ପକ୍ଷରୁ ହାସ୍‌ଟ୍ୟାଗ ଏକ୍ସପ୍ରେସ ୱିଥ ମ୍ୟୁଜିକ ଭଳି ଏକ ଅଭିନବ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହାଦ୍ୱାରା ଗ୍ରାହକମାନେ ସେମାନଙ୍କ ପସନ୍ଦର ଗୀତ ସହିତ ନିଜର ଅନୁଭବକୁ ନିଜର ବନ୍ଧୁ ଏବଂ ପ୍ରିୟଜନଙ୍କ ସହ ସେୟାର କରିପାରିବେ । ଏଥିରେ ଗ୍ରାହକମାନେ ୱିଙ୍କ ମ୍ୟୁଜିକ ଆପରେ ୬ ନିୟୁତରୁ ଅଧିକ ସଂଖ୍ୟକ ଗୀତରୁ ଚୟନ କରିପାରିବେ ଏବଂ ସେଗୁଡ଼ିକୁ ସମ୍ପୂର୍ଣ୍ଣ ମାଗଣାରେ ନିଜର ହେଲୋଟ୍ୟୁନ ଭାବେ ସେଟ କରିପାରିବେ । ଏହାଛଡା ଗ୍ରାହକମାନେ ବିନା କୌଣସି ଅତିରିକ୍ତ ଖର୍ଚରେ ସେମାନଙ୍କ ହେଲୋଟ୍ୟୁନକୁ ଯେତେଥର ଇଚ୍ଛା ବଦଳାଇପାରିବେ । ୱିଙ୍କ ମ୍ୟୁଜିକର ଏହି ସଂପ୍ରସାରିତ ଲାଇବ୍ରେରୀ ଭିନ୍ନ ଭିନ୍ନ ପ୍ରକାର ଏବଂ ଓଡ଼ିଆ ସମେତ ୧୫ରୁ ଉର୍ଦ୍ଧ୍ୱ ଭାଷାରେ ଲୋକପ୍ରିୟ ମ୍ୟୁଜିକ ପ୍ରଦାନ କରୁଛି ।
ସମସ୍ତ ଏୟାରଟେଲ ଥ୍ୟାଙ୍କସ ଗ୍ରାହକମାନଙ୍କ ପାଇଁ ଏୟାରଟେଲ ହେଲୋଟ୍ୟୁନ ମାଗଣାରେ ଉପଲବ୍ଧ ହେଉଛି । ଯେବେକି ଏୟାରଟେଲ ସ୍ୱତନ୍ତ୍ର ଭାବେ ଏହାର ସମସ୍ତ ଅଣ ଏୟାରଟେଲ ଥ୍ୟାଙ୍କସ ଗ୍ରାହକମାନଙ୍କ ପାଇଁ ମଧ୍ୟ ଏହି ହେଲୋ ଟ୍ୟୁନଗୁଡ଼ିକୁ ୧୪ ଦିନ ପାଇଁ ଉପଲବ୍ଧ କରାଉଛି, ଯାହାଦ୍ୱାରାକି ସେମାନେ ଏହି ହାସ୍‌ଟ୍ୟାଗ୍ ଏକ୍ସପ୍ରେସ ୱିଥ ହେଲୋଟ୍ୟୁନ ଅଭିଯାନର ଅଂଶ ହୋଇପାରିବେ । ତେଣୁ ଏଥିପାଇଁ କେବଳ ୱିଙ୍କ ମ୍ୟୁଜିକ ଆପ୍‌ର ଲେଟେଷ୍ଟ ଭର୍ସନକୁ ଡାଉନଲୋଡ଼ କରନ୍ତୁ (ଉଭୟ ଆଇଓଏସ ଓ ଆଣ୍ଡ୍ରଏଡ ପାଇଁ ଉପଲବ୍ଧ), ଆପଣଙ୍କ ପସନ୍ଦର ଗୀତ ଚୟନ କରନ୍ତୁ ଏବଂ ଆରମ୍ଭ କରିବା ପାଇଁ ହେଲୋଟ୍ୟୁନ ଆଇକନ ଉପରେ କ୍ଲିକ କରନ୍ତୁ ।


Share It

Comments are closed.