ସାମ୍‌ସଙ୍ଗ୍ ପକ୍ଷରୁ ଏହାର ୨୦୨୦ ସାଉଣ୍ଡ ଡିଭାଇସ୍ ଶୃଙ୍ଖଳାର ଶୁଭାରମ୍ଭ


ଭୁବନେଶ୍ୱର: ସାମ୍‌ସଙ୍ଗ ପକ୍ଷରୁ ଭାରତରେ ନୂତନ ପାର୍ଟି ସ୍ପିକର ସାଉଣ୍ଡ ଟାୱାର ଓ ପ୍ରିମିୟମ ସାଉଣ୍ଡବାର୍ ସହିତ ଏହାର ୨୦୨୦ ସାଉଣ୍ଡ ଡିଭାଇସ୍ ଶୃଙ୍ଖଳାର ଶୁଭାରମ୍ଭ କରାଯାଇଛି । ଏହି ଦୁଇଟି ସାଉଣ୍ଡ ଡିଭାଇସ୍‌ରେ ଏକ ବର୍ଦ୍ଧିତ ସାଉଣ୍ଡ ଅନୁଭବ ପାଇଁ ବିଶ୍ୱର ପ୍ରଥମ ଆଟ୍‌ମସ ଟେକ୍ନୋଲୋଜି ରହିଛି । ଏହି ଡିଭାଇସ୍‌ଗୁଡିକୁ କାଲିଫର୍ଣ୍ଣିଆର ଭାଲେନ୍‌ସିଆସ୍ଥିତ ସାମ୍‌ସଙ୍ଗ ଅଡିଓ ଲ୍ୟାବ୍‌ରେ ଟ୍ୟୁନ୍ କରାଯାଇଛି । ସାଉଣ୍ଡ ଟାୱାର ଏହାର ସ୍ୱଚ୍ଛ ସାଉଣ୍ଡ କ୍ୱାଲିଟି ମାଧ୍ୟମରେ ୧୫୦୦ ୱାଟ୍ ଆଉଟ୍‌ପୁଟ୍‌, ବିଲ୍ଟ-ଇନ୍ ଉଫର ଓ ବାଇ-ଡାଇରେକ୍ସନାଲ ସାଉଣ୍ଡ ଡାଇନାମିକ୍ ବାସ୍‌, ଡିଜେ ଇଫେକ୍ଟ, କ୍ୟାରିଓକେ ଓ ଏଲ୍‌ଇଡି ପାର୍ଟି ଲାଇଟ୍ ଭଳି ସବୁ କିଛି ପ୍ରଦାନ କରି ପାର୍ଟିକୁ ଅଧିକ ଜୀବନ୍ତ କରିଥାଏ । ଏହି ନୂତନ ଓ ପ୍ରିମିୟମ କ୍ୟୁ ସିରିଜ୍ ସାଉଣ୍ଡ ବାର୍‌ରେ ସାମ୍‌ସଙ୍ଗର ସିଗ୍‌ନେଚର କ୍ୟୁ-ସିମ୍ଫୋନି ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । ଏହି ସ୍ୱତନ୍ତ୍ର ଟେକ୍ନୋଲୋଜି ଟିଭି ଓ ସାଉଣ୍ଡବାର୍‌ରୁ ସମାନ୍ତରାଳ ଭାବେ ଆଖପାଖର ସାଉଣ୍ଡ ପ୍ଲେ କରି ଅତୁଳନୀୟ ଅଡିଓ ସିନର୍ଜି ସୃଷ୍ଟି କରିଥାଏ । ଏଥିରେ ଥିବା ବିଲ୍ଟ-ଇନ୍ ଆଲେକ୍ସା ଭଏସ୍ ସର୍ଭିସ୍ ସହିତ ଆପଣ ହ୍ୟାଣ୍ଡସ୍‌-ଫ୍ରି ଭାବେ ମ୍ୟୁଜିକ୍‌କୁ ସହଜରେ ନିୟନ୍ତ୍ରଣ କରିପାରିବେ । ଏହା ବ୍ୟତୀତ ଏହାର ସାଉଣ୍ଡବାର୍‌ର କ୍ୟୁ ଆଣ୍ଡ ଟି ସିରିଜ୍‌ରେ ଡଲ୍‌ବି ଆଟ୍‌ମସ ଓ ଡିଟିଏସ୍‌:ଏକ୍ସ, ବିଲ୍ଟ-ଇନ୍ ଆଲେକ୍ସା, ଗେମ୍ ମୋଡ୍ ଓ ହାସଲ ଫ୍ରି ୱାୟାରଲେସ୍ କନେକ୍ସନ ଭଳି ଫିଚର ରହିଛି ।
ଏସମ୍ପର୍କରେ ସାମ୍‌ସଙ୍ଗ ଇଣ୍ଡିଆର ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ବିଜ୍‌ନେସ ବିଭାଗର ବରିଷ୍ଠ ଉପାଧ୍ୟକ୍ଷ, ଶ୍ରୀ ରାଜୁ ପୁଲନ କହିଛନ୍ତି ଯେ, “ଆମର ୨୦୨୦ ସାଉଣ୍ଡ ଡିଭାଇସ୍ ଶୃଙ୍ଖଳାରେ ସାମ୍‌ସଙ୍ଗର ସିଗ୍‌ନେଚର କ୍ୟୁ-ସିମ୍ଫୋନି ଟେକ୍ନୋଲୋଜି ଅତୁଳନୀୟ ସାଉଣ୍ଡ କ୍ୱାଲିଟି ପ୍ରଦାନ କରିବାକୁ ଯାଉଛି । ବର୍ତମାନର ନୂଆ ସ୍ୱଭାବିକ ବା ନ୍ୟୁ ନର୍ମାଲରେ ଯେହେତୁ ଗ୍ରାହକମାନେ କଂଟେଂଟ୍ ଦେଖି ଅଧିକ ପାରିବାରିକ ସମୟ ଅତିବାହିତ କରୁଛନ୍ତି, ତେଣୁ ଆମେ ନିଶ୍ଚିତ ଯେ ଆମର ଏହି ନୂତନ ରେଞ୍ଜ ସେମାନଙ୍କର ସିନେମାଟିକ୍ ଅନୁଭବକୁ ଉନ୍ନତ କରିବ ।”
ଏହି ୨୦୨୦ ସାଉଣ୍ଡ ଡିଭାଇସ୍ ଶୃଙ୍ଖଳାର ଭିନ୍ନ ଭିନ୍ନ ସଂସ୍କରଣଗୁଡ଼ିକ ଭିନ୍ନ ଭିନ୍ନ ମୂଲ୍ୟରେ ସାମ୍‌ସଙ୍ଗର ଅଫିସିଆଲ ଅନ୍‌ଲାଇନ୍ ଷ୍ଟୋର ସାମ୍‌ସଙ୍ଗ ସପ୍ ଓ ନିର୍ଦ୍ଧିଷ୍ଟ ସାମ୍‌ସଙ୍ଗ ସ୍ମାର୍ଟ ପ୍ଲାଜାଗୁଡିକରେ ଆସନ୍ତା ଜୁଲାଇ ୧୬ ତାରିଖରୁ ଉପଲବ୍ଧ ହେବ । ସାଉଣ୍ଡଟାୱାର ଦୁଇଟି ସଂସ୍କରଣ ଯଥା ଏମ୍‌ଏକ୍ସ-ଟି୭୦ ସଂସ୍କରଣର ମୂଲ୍ୟ ୪୨,୯୯୦ ଟଙ୍କା ରହିଥିବା ବେଳେ ଏମ୍‌ଏକ୍ସ-ଟି୫୦ ସଂସ୍କରଣ ୨୯,୯୯୦ ଟଙ୍କା ରହିଛି । ସେହିଭଳି ଏହାର କ୍ୟୁ-ସିରିଜ ସାଉଣ୍ଡ ବାର ଚାରୋଟି ମଡେଲରେ ପ୍ରାରମ୍ଭିକ ମୂଲ୍ୟ ୩୫,୯୯୦ରେ ଉପଲବ୍ଧ ହେଉଛି । ସେହିଭଳି ଏହାର ଟି-ସିରିଜ ସାଉଣ୍ଡବାର ସାତୋଟି ମଡେଲରେ ପ୍ରାରମ୍ଭିକ ମୂଲ୍ୟ ୧୬,୯୯୦ଟଙ୍କାରେ ଉପଲବ୍ଧ ହେଉଛି । ଉପଭୋକ୍ତାମାନେ ନୂଆ ସାଉଣ୍ଡ ଡିଭାଇସ୍‌ଗୁଡିକ ଉପରେ ନିଜର ଆଇସିଆଇସିଆଇ ବ୍ୟାଙ୍କ ଓ ଫେଡେରାଲ ବ୍ୟାଙ୍କ ଡେବିଟ୍ ଓ କ୍ରେଡିଟ୍ କାର୍ଡ ମାଧ୍ୟମରେ ୧୦% ପର୍ଯ୍ୟନ୍ତ କ୍ୟାଶବ୍ୟ।।କ୍ ପାଇପାରିବେ । ସମସ୍ତ ସାଉଣ୍ଡବାର୍ ଓ ସାଉଣ୍ଡ ଟାୱାରଗୁଡିକରେ ୧୨ ମାସର ୱାରେଂଟି ରହିଛି ।


Share It

Comments are closed.