ସାମ୍‌ସଙ୍ଗ ଗ୍ୟାଲାକ୍ସି ଏମ୍‌୩୦ଏସ୍‌ର ନୂତନ ମେମୋରୀ ଭାରିଆଂଟ୍‌ର ଶୁଭାରମ୍ଭ


ଭାରତର ବିଶ୍ୱସନୀୟ ଇଲେକ୍‌ଟ୍ରୋନିକ୍ସ ଓ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ସାମ୍‌ସଙ୍ଗ ପକ୍ଷରୁ ଏହାର ବେଷ୍ଟ ସେଲର୍ ଗ୍ୟାଲାକ୍ସି ଏମ୍‌୩୦ଏସ୍ ସ୍ମାର୍ଟଫୋନ୍‌ର ନୂଆ ୪/୧୨୮ଜିବି ଭାରିଆଂଟର ଉନ୍ମୋଚନ କରାଯାଇଛି । ଗ୍ୟାଲାକ୍ସି ଏମ୍‌୩୦ଏସ୍‌ର ନୂତନ ୪/୧୨୮ ଜିବି ଭାରିଆଂଟ୍ ଦେଶବ୍ୟାପୀ ରିଟେଲ୍ ଷ୍ଟୋର୍‌, ଆମାଜନ୍ ଡଟ୍ ଇନ୍ ଓ ସାମ୍‌ସଙ୍ଗର ନିଜସ୍ୱ ଅନ୍‌ଲାଇନ୍ ଷ୍ଟୋରଗୁଡିକରେ ଉପଲବ୍ଧ ହେବ ।
ଗ୍ୟାଲାକ୍ସି ଏମ୍‌୩୦ଏସ୍‌କୁ ଟେକ୍‌-ସ୍ୟାଭି ମିଲେନିଆଲ ଓ ଜେନ୍ ଜେଡ୍ ଗ୍ରାହକଙ୍କ ବିବିଧ ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜାଇନ୍ କରାଯାଇଛି । ଏଥିରେ ଏକ ଟାଇପ୍ ସି ୧୫ ଡବ୍ଲ୍ୟୁ ଫାଷ୍ଟ ଚାର୍ଜର୍ ସହ ମନ୍‌ଷ୍ଟର ୬୦୦୦ ମେଗାହର୍ଜ ବ୍ୟାଟେରୀ ରହିଛି । ଏକ ବାଣିଜ୍ୟ ଅଗ୍ରଣୀ ବ୍ୟାଟେରୀ ଦ୍ୱାରା ପ୍ୟାକ୍ ହୋଇଥିବା ସତ୍ତ୍ୱେ ଗ୍ୟାଲାକ୍ସି ଏମ୍‌୩୦ଏସ୍ ମାତ୍ର ୮.୯ ଏମ୍‌ଏମ୍ ମୋଟା ଓ ଏହାର ଓଜନ ମାତ୍ର ୧୮୮ ଗ୍ରାମ, ଯାହାକି ଏହାକୁ ଉପଭୋକ୍ତାଙ୍କ ପାଇଁ ସ୍ମାର୍ଟଫୋନଟି୍‌କୁ ଧରିବା ଓ ବହନ କରିବାରେ ଅତ୍ୟଧିକ ଆରାମଦାୟକ କରିଥାଏ । ଗ୍ୟାଲାକ୍ସି ଏମ୍‌୩୦ଏସ୍‌ର ଏହି ନୂତନ ସଂସ୍କରଣରେ ଏକ ୬.୪ ଇଂଚ୍ ଏଫ୍‌ଏଚ୍‌ଡି+ ସୁପର ଆମୋଲେଡ୍ ଇନ୍‌ଫିନିଟି ୟୁ ଡିସ୍‌ପ୍ଲେ ରହିଛି ଯାହା ଆକର୍ଷଣୀୟ ଓ ଜୀବନ୍ତ ରଙ୍ଗ ସୃଷ୍ଟି କରିଥାଏ ।
ଗ୍ୟାଲାକ୍ସି ଏମ୍‌୩୦ଏସ୍‌ରେ ୪୮ ଏମ୍‌ପିର ମୁଖ୍ୟ କ୍ୟାମେରା ସହ ଏକ ଟ୍ରିପଲ ରିୟର କ୍ୟାମେରା ସେଟ୍‌ଅପ୍ ରହିଛି, ଯାହା ଉପଭୋକ୍ତାଙ୍କୁ ଉତ୍କୃଷ୍ଟମାନର ଫଟୋ ଉତୋଳନ କରିବାକୁ ସକ୍ଷମ କରିଥାଏ । ଗ୍ୟାଲାକ୍ସି ଏମ୍‌୩୦ଏସ୍‌ର ଶକ୍ତିଶାଳୀ ୮ଏମ୍‌ପି ଅଲ୍‌ଟ୍ରା-ୱାଇଡ୍ ଲେନ୍ସ ଉପଭୋକ୍ତାଙ୍କୁ ଯେଉଁଭଳି ଦୁନିଆକୁ ଦେଖୁଛନ୍ତି ଠିକ୍ ସେହିଭଳି କ୍ୟାପ୍‌ଚର କରିବାକୁ ଅନୁମତି ଦେଇଥାଏ । ଏହାର ୫ ଏମ୍‌ପି କ୍ୟାମେରାରେ ଲାଇଭ୍ ଫୋକସ୍ ଫିଚର ରହିଛି । ସେହିପରି ଏହାର ୧୬ ଏମ୍‌ପି ଫ୍ରଂଟ୍ କ୍ୟାମେରାରେ ସେଲ୍‌ଫି ଫୋକସ୍ ଓ ଇନ୍‌-ଡିସ୍‌ପ୍ଲେ ଫ୍ଲାସ୍ ରହିଛି । ଗ୍ୟାଲାକ୍ସି ଏମ୍‌୩୦ଏସ୍‌ରେ କମ୍ ଆଲୋକର ସଟ୍‌ଗୁଡିକ ପାଇଁ ନାଇଟ୍ ମୋଡ୍ ଓ ସର୍ବୋତମ ଭିଡିଓ କ୍ଷମତା ରହିଛି ।
ଗ୍ୟାଲାକ୍ସି ଏମ୍‌୩୦ଏସ୍‌ରେ ୨.୩ ଜିଏଚ୍‌ଜେଡ୍‌ର ଏକ୍ସିନସ୍ ୯୬୧୧ ଅକ୍ଟାକୋର୍ ପ୍ରୋସେସର୍ ରହିଥିବା ବେଳେ ଏହା ସୁପେରିୟର ଗେମିଂ ଅଭିଜ୍ଞତା ପ୍ରଦାନ କରିଥାଏ । ଗ୍ୟାଲାକ୍ସି ଏମ୍‌୩୦ଏସ୍ ଆକର୍ଷଣୀୟ ଡୁଆଲ ଟୋନ୍ କଲର୍‌- ଓପାଲ ବ୍ଲାକ୍‌, ସାଫାୟାର ବ୍ଲୁ ଓ କ୍ୱାର୍ଟଜ୍ ଗ୍ରୀନ୍‌ରେ ଉପଲବ୍ଧ ହେବ । ଗ୍ୟାଲାକ୍ସି ଏମ୍‌୩୦ଏସ୍‌ର ୪/୧୨୮ଜିବି ଭାରିଆଂଟ୍‌ର ମୂଲ୍ୟ ୧୪,୯୯୯ ଟଙ୍କା ରହିଥିବା ବେଳେ ଏହା ଦେଶବ୍ୟାପୀ ରିଟେଲ ଷ୍ଟୋର୍‌, ଆମାଜନ୍ ଡଟ୍ ଇନ୍ ଓ ସାମ୍‌ସଙ୍ଗର ଅନ୍‌ଲାଇନ୍ ଷ୍ଟୋର୍‌ରେ ଆସନ୍ତା ମାର୍ଚ୍ଚ ୧୪ ତାରିଖରୁ ଉପଲବ୍ଧ ହେବ ।
ଏକ ଶୁଭାରମ୍ଭ ଅଫର୍ ଭାବେ ଏହି ନୂତନ ଭାରିଆଂଟ୍‌କୁ କିଣୁଥିବା ଗ୍ରାହକମାନେ ଏଚ୍‌ଡିବି ଫାଇନାନ୍ସିଆଲ ସର୍ଭିସେସ୍ ସହ ୫%ର କ୍ୟାସ୍‌ବ୍ୟାକ୍ ପାଇପାରିବେ ।


Share It

Comments are closed.