ମଂଚେଶ୍ୱରରେ ଜନା ସ୍ମଲ୍ ଫାଇନାନ୍ସ ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତ


ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ସ୍ଥାନୀୟ ମଂଚେଶ୍ୱରଠାରେ ଏହାର ଏକ ନୂତନ ବ୍ୟାଙ୍କିଙ୍ଗ୍ ଶାଖାର ଉଦ୍‌ଘାଟନ କରିଛି । ଏହି ଶାଖା ସହ ରାଜ୍ୟରେ ବ୍ୟାଙ୍କର ମୋଟ ଶାଖା ସଂଖ୍ୟା ୧୫ରେ ପହଂଚିଛି । ବ୍ୟାଙ୍କର ସମ୍ପ୍ରସାରଣ ଯୋଜନା ଅଧୀନରେ ଏହା ନିଜର ବର୍ତ୍ତମାନର ଆସେଟ୍ ସେଂଟର୍‌ଗୁଡିକୁ ବ୍ୟାଙ୍କର ଶାଖାଗୁଡିକରେ ପରିଣତ କରିବ ଏବଂ ମାର୍ଚ୍ଚ ୨୦୨୧ ସୁଦ୍ଧା ୫୫୦ ଶାଖାରେ ପହଂଚିବ ।
ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ଜିରୋ ବାଲାନ୍ସ ସେଭିଙ୍ଗ୍ ଆକାଉଂଟ୍‌, ଆକର୍ଷଣୀୟ ସୁଧ ହାର ସହିତ ସ୍ଥାୟୀ ଜମା, ବନ୍ଧକମୁକ୍ତ ଋଣ ଓ ସୁଲଭ ଗୃହ ଋଣ ଯୋଜନା ଭଳି ବିଭିନ୍ନ ଉତ୍ପାଦ ମାଧ୍ୟମରେ ଏହାର ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି । ‘ପୈସେ କି କଦର’ ପ୍ରତିଶ୍ରୁତି ପ୍ରତି ବାସ୍ତବ ରହି ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ଏହାର ଗ୍ରାହକଙ୍କ କଷ୍ଟ ଉପାର୍ଜିତ ଅର୍ଥକୁ ଗୁରୁତ୍ୱ ଦେବା ସହ ଦେଶର କୋଣଅନୁକୋଣରେ ନିଜର ଉପସ୍ଥିତି ବୃଦ୍ଧି କରିବାକୁ ଯାଉଛି । ଭାରତରେ ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ନିଜର ୩୦୨ ଶାଖା ଓ ୨୫୦ ଆସେଟ୍ ସେଂଟର୍‌ରେ ୧୫୦୦୦ରୁ ଅଧିକ କର୍ମଚାରୀଙ୍କ ମାଧ୍ୟମରେ ୪୦ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି ।
ଏହି ଶାଖାର ଉଦ୍‌ଘାଟନ କରି ମୁଖ୍ୟ ଅତିଥି, ନାବାର୍ଡ଼ର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ସୁବିର କୁମାର ମିତ୍ର କହିଛନ୍ତିଯେ, \” ଜନା ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଗତ ୬ ବର୍ଷଧରି ଓଡ଼ିଶାରେ ମହିଳା ବ୍ୟାଙ୍କ ଅଧିନରେ କାର୍ଯ୍ୟକରିଆସୁଛି । ଏହି ଶାଖାର ଶୁଭାରମ୍ଭ ସହିତ ଜନା ବ୍ୟାଙ୍କ ପାଖରେ ବର୍ତ୍ତମାନ ଓଡ଼ିଶାର ଅଣ୍ଡର ବ୍ୟାଙ୍କଡ଼ ନାଗରିକଙ୍କୁ ସେବା ଯୋଗାଇ ଦେବା ପାଇଁ ସୂଯୋଗ ରହିଛି । ମୁଁ ଆଜି ଏହି ବ୍ୟାଙ୍କର ଯାତ୍ରାରେ ସାମିଲ ହୋଇଥିବାରୁ ଅତ୍ୟନ୍ତ ଉତ୍ସାହିତ ଏବଂ ଭବିଷ୍ୟତର ଉନ୍ନତି ପାଇଁ ମୁଁ ଏହି ବ୍ୟାଙ୍କକୁ ଶୁଭେଚ୍ଛା ଜଣାଉଛି ।’
ସେହିପରି ଏହି ଅବସରରେ ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କର ହେଡ୍ ରିଟେଲ ଫାଇନାନ୍ସ ଆସେଟ୍‌ସ, ସୁଧୀର ମାଧବନ କହିଛନ୍ତିଯେ, \”ଦେଶର ଦୂର୍ଗମ ଅଂଚଳରେ ବ୍ୟାଙ୍କିଙ୍ଗ୍ ସେବା ପହଂଚାଇବା ନେଇ ଆମର ପ୍ରୟାସ କ୍ଷେତ୍ରରେ ଏହି ମଂଚେଶ୍ୱର ଶାଖା ହେଉଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ଆମର ସେବାଗୁଡିକ ମାଧ୍ୟମରେ ଆମେ ଏକ ବ୍ୟାଙ୍କ ଭାବେ ଆମର ଲକ୍ଷ୍ୟ ଅଧୀନରେ ଗ୍ରାହକଙ୍କୁ ବିଶେଷ କରି ଗ୍ରାମାଂଚଳ ଓ ଅନ୍‌ବ୍ୟାଙ୍କଡ୍ କ୍ଷେତ୍ରରେ ଅଧିକ ବିକଶିତ ହେବାରେ ସମର୍ଥନ କରିବାକୁ ସମର୍ଥ ହୋଇପାରୁଥିବାରୁ ଖୁବ୍ ଖୁସି ଅନୁଭବ କରୁଛୁ ।’
ଏହି ବ୍ୟାଙ୍କ ଶାଖା ରୁପାନ୍ତରଣ ସହ ଆମର ଲକ୍ଷ୍ୟ ହେଉଛି ବ୍ୟାଙ୍କବିହୀନ ଅଂଚଳଗୁଡିକରେ ଗ୍ରାହକଙ୍କୁ ଏହି ଶାଖାଗୁଡିକୁ ସ୍ୱାଗତ ଅନୁଭବ କରାଇବା ।
ଜନା ବ୍ୟାଙ୍କ ଗ୍ରାହକଙ୍କ ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ବ୍ୟବସାୟ ଋଣ, କୃଷି ଋଣ, ବ୍ୟକ୍ତିଗତ ଋଣ, ସୁଲଭ ଗୃହ ଋଣ ଓ ସ୍ୱର୍ଣ୍ଣ ଋଣ ଆଦି ଉତ୍ପାଦ ଗୁଡିକରେ ସମ୍ପ୍ରସାରଣ ଜାରି ରଖିବ ।
ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ୍ ମାର୍ଚ୍ଚ ୨୦୧୮ରେ ପରିଚାଳନା ଆରମ୍ଭ କରିଥିଲା । ୨୦୧୯-୨୦୨୦ ଆର୍ଥିକ ବର୍ଷ ଶେଷ ସୁଦ୍ଧା ପ୍ରାୟ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଏହାର ୩୩୭ଟି ଶାଖା କାର୍ଯ୍ୟକ୍ଷମ ହେବ । ଏଥିସହିତ ଏହାର ଅନେକ ମାଇକ୍ରୋ ଫାଇନାନ୍ସ ଷ୍ଟୋର୍‌ଫ୍ରଂଟ୍ ବ୍ୟାଙ୍କ ଶାଖାରେ ପରିଣତ ହେବ ।


Share It

Comments are closed.