୬୪ ଏମପି ଇଂଟେଲି-କ୍ୟାମ ଯୁକ୍ତ ସାମ୍‌ସଙ୍ଗର ନୂଆ ଗ୍ୟାଲାକ୍ସି ଏମ୍‌୩୧ଏସ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ଭାରତର ସର୍ବାଧିକ ବିଶ୍ୱାସନୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ ସାମ୍‌ସଙ୍ଗ ପକ୍ଷରୁ ନୂତନ ଗ୍ୟାଲାକ୍ସି ଏମ୍‌୩୧ଏସର ଶୁଭାରମ୍ଭ କରାଯାଇଛି । ଗ୍ୟାଲାକ୍ସି ଏମ୍‌୩୧ ଏମ୍ ସିରିଜ୍‌ରେ ପ୍ରଥମ ଥର ପାଇଁ ଏକାଧିକ ନୂତନ ଫିଚରକୁ ସାମିଲ କରାଯାଇଛି । ଏହି ନୂତନ ଫିଚରଗୁଡିକ ମଧ୍ୟରେ ବାଣିଜ୍ୟ ଅଗ୍ରଣୀ ୬୪ ଏମ୍‌ପି ଇଂଟେଲି-କ୍ୟାମ୍ ଫିଚର, ନ୍ୟୁ କ୍ୟାମେରା ସେନ୍ସର (ଆଇଏମ୍‌ଏକ୍ସ ୬୮୨), ଏସ୍‌ଆମୋଲେଡ୍ ଇନ୍‌ଫିନିଟି ଓ ଡିସ୍‌ପ୍ଲେ, ୨୫ ୱାଟ୍ ଇନ୍‌-ବକ୍ସ ଫାଷ୍ଟ ଚାର୍ଜର, ରିଭର୍ସ ଚାର୍ଜିଙ୍ଗ ଓ ପ୍ରିମିୟମ ଗ୍ରାଡିଏଂଟ୍ ଡିଜାଇନ୍ ଆଦି ସାମିଲ ରହିଛି ।

ଗ୍ୟାଲାକ୍ସି ଏମ୍‌୩୧ଏସ୍‌ରେ ଏକ ଆକର୍ଷଣୀୟ ୬.୫ ଇଂଚ୍ ସୁପର୍ ଆମୋଲେଡ୍ ଇନ୍‌ଫିନିଟି-ଓ ଡିସ୍‌ପ୍ଲେ ରହିଛି ଯାହା ଚମତ୍କାର ରଙ୍ଗ ସୃଷ୍ଟି କରିଥାଏ । ଏହା ୱାଇଡ୍‌ଭାଇନ୍ ଏଲ୍‌୧ ପ୍ରମାଣପତ୍ର ସହ ଆସୁଛି ଯାହା ଉପଭୋକ୍ତାଙ୍କୁ ଷ୍ଟ୍ରିମିଂ ପ୍ଲାଟ୍‌ଫର୍ମଗୁଡିକରେ ହାଇ ଡେଫିନିସନ କଂଟେଂଟ୍ ଦେଖିବାକୁ ସକ୍ଷମ କରିଥାଏ । ଗ୍ୟାଲାକ୍ସି ଏମ୍‌୩୧ଏସ୍ ଇଣ୍ଡଷ୍ଟ୍ରୀ ଲିଡିଙ୍ଗ୍ ୬୦୦୦ ମେଗାହର୍ଜ ବ୍ୟାଟେରୀର ଉପଯୋଗ କରୁଛି ଯାହା ସହଜରେ ସାରା ଦିନ ଓ ରାତି ଚାଲିଥାଏ । ଏଥିରେ ଏକ ଇନ୍‌-ବକ୍ସ ଟାଇପ୍ ସି ୨୫ୱାଟ୍ ଫାଷ୍ଟ ଚାର୍ଜର ମଧ୍ୟ ରହିଛି । ଏମ୍‌୩୧ଏସ୍‌ରେ ପ୍ରଥମ ଥର ପାଇଁ ରିଭର୍ସ ଚାର୍ଜିଙ୍ଗ୍ ଫିଚର ରହିଛି କାରଣ ଏହା ୨୫ୱାଟ୍ ଇନ୍‌-ବକ୍ସ ଚାର୍ଜର ପାଇଁ ଏକ ଟାଇପ୍ ସି ଓ ଟାଇପ୍ ସି କେବୁଲ ସହିତ ଆସୁଛି ଏବଂ ଏହା ମିଲେନିଆଲ୍‌ଙ୍କୁ ଯେକୌଣସି ସମୟରେ ନିଜର ପାୱାର ସେୟାର କରିବାକୁ ଅନୁମତି ଦେଇଥାଏ । ଗ୍ୟାଲାକ୍ସି ଏମ୍‌୩୧ଏସ୍‌ରେ ପ୍ରିମିୟମ ଗ୍ରାଡିଏଂଟ୍ ଡିଜାଇନ୍ ରହିଛି ଯାହା ଯୁବ ମିଲେନିଆଲ ଉପଭୋକ୍ତାଙ୍କୁ ଆକୃଷ୍ଟ କରିବ । ଏଥିରେ ସାଇଡ୍ ଫିଙ୍ଗର ପ୍ରିଂଟ୍ ସ୍କାନର ଓ ଫାଷ୍ଟ ଫେସ୍ ଅନ୍‌ଲକ୍ ଫିଚର ରହିଛି ।

ଏସମ୍ପର୍କରେ ସାମ୍‌ସଙ୍ଗ ଇଣ୍ଡିଆର ବରିଷ୍ଠ ଉପାଧ୍ୟକ୍ଷ ଆସିମ ୱାର୍‌ସି କହିଛନ୍ତି ଯେ, “ଗ୍ୟାଲାକ୍ସି ଏମ୍‌୩୧ଏସ୍ ଏହାର ୬୪ଏମ୍‌ପି ଇଂଟେଲି-କ୍ୟାମ୍ ଓ ସିଙ୍ଗଲ୍ ଟେକ୍ ଫିଚର ସହିତ ମଧ୍ୟ ବର୍ଗରେ କ୍ୟାମେରା ପ୍ରଦର୍ଶନ ପାଇଁ ନିଶ୍ଚିତ ରୂପେ ବେଂଚମାର୍କ ସ୍ଥାପନ କରିବ ବୋଲି ଆମର ଦୃଢ ବିଶ୍ୱାସ ରହିଛି ।” ଗ୍ୟାଲାକ୍ସି ଏମ୍‌୩୧ଏସ୍ ଦୁଇଟି ମେମୋରୀ ଭାରିଆଂଟ୍ ଯଥା ୬/୧୨୮ଜିବି ଓ ୮/୧୨୮ଜିବିରେ ଆସନ୍ତା ଅଗଷ୍ଟ ୬ ତାରିଖ ଦିନ ୧୨ଟାରୁ ଆମାଜନ୍ ଡଟ୍ ଇନ୍ ଏବଂ ସାମ୍‌ସଙ୍ଗ ଡଟ୍ କମ୍ ଓ ନିର୍ଦ୍ଧିଷ୍ଟ ରିଟେଲ୍ ଷ୍ଟୋରଗୁଡିକରେ ଉପଲବ୍ଧ ହେବ । ଗ୍ୟାଲାକ୍ସି ଏମ୍‌୩୧ଏସ୍ ଆମାଜନ୍‌ରେ ୬/୧୨୮ ଜିବି ଭାରିଆଂଟ୍ ପାଇଁ ୧୯୪୯୯ ଟଙ୍କାରେ ଓ ୮ଜିବି/୧୨୮ଜିବି ଭାରିଆଂଟ୍ ଭାଇଁ ୨୧,୪୯୯ ଟଙ୍କାରେ ଉପଲବ୍ଧ ହେବ ।


Share It

Comments are closed.