ଚାଞ୍ଚଲ୍ୟକର ବୟାନ ଦେଲେ ସୁଶାନ୍ତଙ୍କ ମୃତଦେହକୁ ଦେଖିଥିବା ପ୍ରତ୍ୟେକ୍ଷଦର୍ଶୀ, ମୃତ୍ୟୁ ପଛର ମାଷ୍ଟରମାଇଣ୍ଡି ହୋଇପାରନ୍ତି ‘ସନ୍ଦିପ ସିଂହ’


ସୁଶାନ୍ତ ସିଂହ ରାଜପୁତଙ୍କ ଅସ୍ଵାଭାବିକ ମୃତ୍ୟୁ ପରେ ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ ଶବ ବ୍ୟବଚ୍ଛେଦ ଗୃହ ଯିବା ନେଇ ଅନେକ ପ୍ରଶ୍ନ ଉଠିଛି। ସୁଶାନ୍ତ ସିଂହଙ୍କ ପରିବାରଠୁ ନେଇ ବିଜେପି ନେତା ସୁବ୍ରମଣ୍ୟମ ସ୍ଵାମୀଙ୍କ ପର୍ଯ୍ୟନ୍ତ ଏହାକୁ ନେଇ ଆପତ୍ତି ପ୍ରକାଶ କରିଛନ୍ତି। ଏହା ମଧ୍ୟରେ ଜଣେ ପ୍ରତ୍ୟକ୍ଷଦର୍ଶୀ ସାମ୍ନାକୁ ଆସିଛନ୍ତି, ଯିଏ ରିୟା ଚକ୍ରବର୍ତ୍ତୀଙ୍କୁ ସେଠାରେ କ’ଣ କ’ଣ କରୁଥିବା ଦେଖିଛନ୍ତି। ଶବ ବ୍ୟବଚ୍ଛେଦ ଗୃହରେ ସେ ଥିବା ଦାବି କରି କରଣୀ ସେନାର ସଦସ୍ୟ ସୁରଜିତ ସିଂହ ରାଠୋର ଶନିବାର କହିଛନ୍ତି ଯଦି ସିବିଆଇ ଟିମ୍ ତାଙ୍କୁ ଜେରା କରନ୍ତି ତେବେ ସେ ସବୁ କିଛି କହିବାକୁ ପ୍ରସ୍ତୁତ।

କରଣ ସେନାର ସଦସ୍ୟ ଦାବି କରିଛନ୍ତି ସେ କୁପର ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ଗୃହରେ ଉପସ୍ଥିତ ଥିଲେ, ଯେଉଁଠି ସୁଶାନ୍ତଙ୍କ ଶବର ପୋଷ୍ଟମର୍ଟମ ଚାଲିଥିଲା। ସୁରଜିତ କହିଛନ୍ତି ସେହି ସମୟରେ ସେଠାରେ ଉପସ୍ଥିତ ରିୟା ଚକ୍ରବର୍ତ୍ତୀଙ୍କ ବ୍ୟବହାର ଜଣେ ଦୋଷୀଙ୍କ ପରି ଲାଗୁଥିଲା। ସେ ସୁଶାନ୍ତଙ୍କ ଶବ ଦେଖିବା ପରେ ‘ସରି ବାବୁ’ କହିଥିଲେ। ସୁରଜିତ  ସିଂହ କହିଛନ୍ତି ସେ ଜୁନ ୧୫ରେ କୁପର ହସ୍ପିଟାଲରେ ଥିଲି। ଯେବେ ମୁଁ ହସ୍ପିଟାଲ ଥିଲି, ସେହି ସମୟରେ ସେଠାରେ କେହି ନଥିଲେ। ସେଠାରେ ନା ସୁଶାନ୍ତଙ୍କ କେହି ସାଙ୍ଗ ଥିଲେ ନା ତାଙ୍କ ପରିବାରର ସଦସ୍ୟ। ଏହି ସମୟରେ ରିୟା ଚକ୍ରବର୍ତ୍ତୀ ନିଜର ଭାଇ, ମା ଓ ଅନ୍ୟ କୌଣସି ଜଣେ ବ୍ୟକ୍ତିଙ୍କ ସହ ସେଠାରେ ପହଞ୍ଚିଥିଲେ। ଏହି ସବୁ ଲୋକ କୁପର ହସ୍ପିଟାଲର ପଛ ଗେଟ୍‌ରେ ଯାଇ ଛିଡା ହୋଇଥିଲେ। ଏହା ପରେ ମୁଁ ରିୟାଙ୍କୁ ଧରି ଶବ ବ୍ୟବଚ୍ଛେଦ ଗୃହ ଭିତରକୁ ନେଇ ଯାଇଥିଲି। ଏହା ପରେ ମୁଁ ସୁଶାନ୍ତଙ୍କ ଚେହେରାରୁ ଚାଦର ହଟାଇଥିଲି। ସେହି ସମୟରେ ବହୁତ ଭାବୁକ ହୋଇ ପଡିଥିଲି। ମୋ ପାଖରେ ରିୟା ହାତ ଯୋଡି ଛିଡା ହୋଇଥିଲେ।

ସୁରଜିତ କହିଛନ୍ତି ସୁଶାନ୍ତଙ୍କ ବେକରେ ଫାଶିର ଚିହ୍ନ ଦେଖିବା ପରେ ସେ ଆତ୍ମହତ୍ୟା କରିଥିବା ଭଳି ମୋତେ ଲାଗିନଥିଲା। ଏହା ପରେ ମୁଁ ସୁଶାନ୍ତଙ୍କ ଶରୀରରୁ ଚାଦରକୁ ଛାତି ପର୍ଯ୍ୟନ୍ତ କାଢି ଦେଇଥିଲି। ସେଠାରେ ଛିଡା  ହୋଇଥିବା ରିୟା ସୁଶାନ୍ତଙ୍କ ଛାତିରେ ଦୁଇ ହାତ ରଖି କେବଳ ଏତିକି କହିଲେ ସରି ବାବୁ। ଏହା ପରେ ମୁଁ ଚିନ୍ତା କଲି ସେ ସରି କାହିଁକି କହିଲେ ? ସୁରଜିତ କହିଛନ୍ତି ମୋତେ ଲାଗୁଛି ସନ୍ଦୀପ ସିଂହ ଏହି କେସ୍‌ର ମାଷ୍ଟର ମାଇଣ୍ଡ। ମୁଁ ଏଥିପାଇଁ ମୁମ୍ବାଇ ପୋଲିସ ନିକଟକୁ ଯାଇଥିଲି। ମୁଁ ଡିସିପି ଅଭିଷେକ ତ୍ରିମୁଖେଙ୍କ ସହ ଯୋଗାଯୋଗ କରିଥିଲି। ସେ ମୋତେ ଦେଖା କଲେ ଏବଂ ଯାହା କିଛି ମୁଁ କହିଲି ସେ ସବୁ ଲେଖିକି ଦେବାକୁ କହିଲେ। ମୁଁ ନିଜର ବୟାନ ଲେଖି କି ଦେଲି, ତଥାପି କୌଣସି ଫାଇଦା ହେଲା ନାହିଁ। ଯଦି ସିବିଆଇ ଟିମ୍ ମୋ ସହ ଯୋଗାଯୋଗ କରିବେ ତେବେ ମୁଁ ସବୁକିଛି କହିବାକୁ ପ୍ରସ୍ତୁତ। ମୁଁ ସୁଶାନ୍ତଙ୍କ ପରିବାର ସହିତ ରହିଛି ଏବଂ ଆମେ ଚାହୁଁଛୁ ନ୍ୟାୟ ମିଳୁ।


Share It

Comments are closed.