ଘରୋଇ କ୍ରିକେଟ, ଟି-୨୦ ବିଶ୍ୱକପ ଏବଂ ୨୦୨୩ ବିଶ୍ୱକପକୁ ନେଇ କ’ଣ କହିଲେ ଗାଙ୍ଗୁଲୀ ଜାଣନ୍ତୁ


ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଦେଶର ସମସ୍ତ ରାଜ୍ୟ ସଂଘ ମାନଙ୍କୁ ଆଶ୍ୱସନା ଦେଇଛନ୍ତି ଯେ, ଘରୋଇ କ୍ରିକେଟ ସେତେବେଳେ ଆରମ୍ଭ ହେବ ଯେତେବେଳେ କୋଭିଡ-୧୯ ସ୍ଥିତି ଆୟତ୍ତକୁ ଆସିବ । କିନ୍ତୁ ଘରୋଇ କ୍ରିକେଟ କେବେ ଆରମ୍ଭ ହେବ ତାହା ସଂପର୍କରେ ଗାଙ୍ଗୁଲୀ ସୂଚନା ଦେଇ ନାହାନ୍ତି । ସାମାନ୍ୟ ପରିସ୍ଥିତିରେ ଘରୋଇ କ୍ରିକେଟ ଅଗଷ୍ଟରେ ଆରମ୍ଭ ହୁଏ କିନ୍ତୁ କରୋନା ମହାମାରୀ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ଭବପର ହୋଇପାରୁ ନାହିଁ । ଗାଙ୍ଗୁଲୀ ଗୁରୁବାର ଦିନ ସମସ୍ତ ରାଜ୍ୟ ସଂଘମାନଙ୍କୁ ପଠାଇଥିବା ପତ୍ରରେ ଏହା ସ୍ପଷ୍ଟ ହୋଇଯାଇଛି ଯେ, ବୋର୍ଡ ବର୍ତ୍ତମାନ ପର୍ଯ୍ୟନ୍ତ ଏ ସଂପର୍କରେ କୌଣସି ତାରିଖ ନିଶ୍ଚିନ୍ତ କରି ନାହିଁ ।
ଘରୋଇ କ୍ରିକେଟ ମଧ୍ୟରେ ବର୍ତ୍ତମାନ ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ କ୍ରିକେଟ ଆରମ୍ଭ ହେବାର ଆଶା ରହିଛି, ଯାହାକି ନଭେମ୍ବର ତୃତୀୟ ସପ୍ତାହରୁ ଆରମ୍ଭ ହୋଇପାରେ । ଗାଙ୍ଗୁଲୀ ସଂଘମାନଙ୍କ ସଭାପତି ଏବଂ ସଚିବଙ୍କୁ ପତ୍ର ଲେଖି, “ବିସିସିଆଇ ଏହା ସୁନିଶ୍ଚିତ କରିବା ପାଇଁ ସଂପୂର୍ଣ୍ଣ ପ୍ରୟାସ କରୁଛି ଯେ, ପରିସ୍ଥିତି ଠିକ ହେବା ମାତ୍ରକେ ଖେଳ ଆରମ୍ଭ ହୋଇଯିବ । ଖେଳାଳୀଙ୍କ ସମେତ ଘରୋଇ କ୍ରିକେଟରେ ସାମିଲ ହେବାକୁ ଥିବା ଅନ୍ୟ ସଦସ୍ୟମାନଙ୍କର ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ବିସିସିଆଇ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଏବଂ ଏହା ଉପରେ ଆମେ କ୍ରମାଗତ ଭାବେ କଡା ନଜର ରଖୁଛୁ । ” ସେ ଆହୁରୀ କହିଛନ୍ତି ଯେ, ବିସିସିଆଇ ଟି-୨୦ ବିଶ୍ୱକପ ଏବଂ ୨୦୨୩ ବିଶ୍ୱକପ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି ।


Share It

Comments are closed.