ଭାରତରେ ଶୁଭାରମ୍ଭ ହେଲା ସାମସଙ୍ଗ ଗ୍ୟାଲେକ୍ସି ଜେ୭ ଡୁଓ


ସାମସଙ୍ଗ ଇଣ୍ଡିଆ ପକ୍ଷରୁ ଆଜି ଏହାର ନୂତନ ସ୍ମାର୍ଟଫୋନ ଗ୍ୟାଲେକ୍ସି ଜେ୭ ଡୁଓର ଶୁଭାରମ୍ଭ କରାଯାଇଛି ।  ଗ୍ୟାଲେକ୍ସି ୭ ହେଉଛି ଭାରତରେ ସବୁଠାରୁ ଅଧିକ  ବିକ୍ରି ହେଉଥିବା ସ୍ମାର୍ଟଫୋନ । କମ୍ପାନୀ ଏହି ଗ୍ୟାଲେକ୍ସି ଜେ୭ ଡୁଓକୁ ଶୁଭାରମ୍ଭ କରାଇ ଏହାର ସୃଙ୍ଖଳାରେ ସଂପ୍ରସାରଣ କରାଇଛି ।
ଏହି ସ୍ମାର୍ଟଫୋନଟିର ପଛ ଭାଗରେ ୧୩ ଏମପି ଓ ୫ ଏମପିର ଡୁଆଲ କ୍ୟାମେରା ରହିବା ସହ ସାମନା ଭାଗରେ ୮ଏମପିର କ୍ୟାମେରା ରହଛି । ଫୋନଟିର ଉଭୟ ପାଶ୍ୱର୍ରେ ଏଫ/୧.୯ ଆପ୍ରେଚର ଓ ଏଲଇଡି ଫ୍ଲାସ ରହିଛି, ଯାହାକି ବ୍ୟବହାରକରୀଙ୍କୁ ସ୍ୱଳ୍ପ ଆଲୋକରେ ଉନ୍ନତ ଫଟୋ ଉଠାଇବାର ସୁଯୋଗ ପ୍ରଦାନ କରିବ ।
ଫୋନଟିର ବୈଶିଷ୍ଟ୍ୟ ଦୃଷ୍ଟିକୋଣରୁ ଏଥିରେ ଏକ୍ସିନସ ୭ ସିରିସ ଓ ୪ଜିବିର ରାମ ସହ ୩୨ଜିବିର ଆଭ୍ୟନ୍ତରୀଣ ମେମୋରୀ ରହିଛି ଯାହାକି ଆବଶ୍ୟକ ମୁତାବକ ୨୫୬ଜିବି ମାଇକ୍ରୋ ଏସଡି କାର୍ଡ ପର୍ଯ୍ୟନ୍ତ ସଂପ୍ରାସରିତ ହୋଇପାରିବ । ଏଥିରେ ୫.୫ଏଚଡି ସୁପର ଆମୋଲେଡ ଡିସପ୍ଲେ ସହ ୩୦୦୦ ଏମଏଏଚର ବ୍ୟାଟେରୀ ରହିଛି । ବ୍ଲାକ, ଗୋଲ୍ଡ ଭଳି ଦୁଇଟି ରଙ୍ଗରେ ଉପଲବ୍ଧ ଥିବା ଏହି ସ୍ମାର୍ଟଫୋନର ମୂଲ୍ୟ  ୧୬,୯୯୦ ଟଙ୍କା ରହିଛି , ଯାହାକି ସମସ୍ତ ରିଟେଲ ଷ୍ଟୋରମାନଙ୍କରେ ଉପଲବ୍ଧ ରହିବ ।


Share It

Comments are closed.