ସାମ୍ସଙ୍ଗ୍ ପକ୍ଷରୁ ଏହାର କନେକ୍ଟେଡ୍ ରେଫ୍ରିଜରେଟର୍ ସ୍ପେସ୍ମ୍ୟାକ୍ସ ଫ୍ୟାମିଲି ହବ୍ର ଶୁଭାରମ୍ଭ
ଭୁବନେଶ୍ୱର: ସାମ୍ସଙ୍ଗ ପକ୍ଷରୁ ନୂଆ କନେକ୍ଟେଡ୍ ସ୍ପେସ୍ମ୍ୟାକ୍ସ ଫ୍ୟାମିଲି ହବ୍ ରେଫ୍ରିଜରେଟର୍ର ଶୁଭାରମ୍ଭ ସହିତ ଦେଶରେ ଏହାର ଇଂଟର୍ନେଟ୍ ଅଫ୍ ଥିଙ୍ଗ୍ସ (ଆଇଓଟି) ଉତ୍ପାଦ ପୋର୍ଟଫୋଲିଓର ବିସ୍ତାର ଘୋଷଣା କରାଯାଇଛି । ଗ୍ରାହକଙ୍କ ଦୃଷ୍ଟିକୋଣ ଓ ମତାମତ ଆଧାରରେ ନିର୍ମିତ ଦ ସ୍ପେସ୍ମ୍ୟାକ୍ସ ଫ୍ୟାମିଲି ହବ୍ ରେଫ୍ରିଜରେଟର୍ରେ ରହିଥିବା ଫିଚରଗୁଡିକ ସ୍ୱୟଂଚାଳିତ ଭାବେ ମିଲ୍ ପ୍ଲାନିଙ୍ଗ୍ କରିବା ସହ ଆପଣଙ୍କୁ ଯେକୌଣସି ସ୍ଥାନରୁ ନିଜ ରେଫ୍ରିଜରେଟର୍ର ଭିତରକୁ ଦେଖିବାକୁ ଦେଇଥାଏ । ଆପଣଙ୍କ ଘରେ ଥିବା ଅନ୍ୟ ସ୍ମାର୍ଟ ଆପ୍ଲାଏନ୍ସେସ୍ ଓ ସ୍ମାର୍ଟଫୋନ୍ଗୁଡିକ ସହ କନେକ୍ଟ ହୋଇଥାଏ, ଯେବେକି ରୋଷେଇ ଘରେ କାମ କରୁଥିବା ସମୟରେ ଏହି ରେଫ୍ରିଜରେଟର୍ର ବୃହତ୍ ଏଂଟର୍ଟେନ୍ମେଂଟ୍ ସ୍କ୍ରିନ୍ରେ ଆପଣ ନିଜର ମନପସନ୍ଦର ଟିଭି ଶୋ’ ମଧ୍ୟ ଦେଖି ପାରିବେ । ଏଥିରେ ଥିବା ଫୁଡ୍ ମ୍ୟାନେଜ୍ମେଂଟ୍ ଫିଚର ଦ୍ୱାରା ଜଣେ ଉପଭୋକ୍ତ ଫ୍ରିଜ୍ର ଡୋର୍ ନଖୋଲି ମଧ୍ୟ ଫ୍ରିଜ ଭିତରେ ଥିବା ସାମଗ୍ରୀକୁ ଦେଖିପାରିବେ ।
ସ୍ପେସ୍ମ୍ୟାକ୍ସ ଫ୍ୟାମିଲି ହବ୍ ଆପଣଙ୍କ ରୋଷେଇ ଘରକୁ ସମ୍ପୂର୍ଣ୍ଣ ପରିବାର ପାଇଁ ଏକ କନେକ୍ଟେଡ୍ ଲିଭିଙ୍ଗ୍ ଫନ୍ ଜୋନ୍ରେ ପରିଣତ କରିଥାଏ । ନୂଆ ସ୍ପେସ୍ମ୍ୟାକ୍ସ ଫ୍ୟାମିଲି ହବ୍ରେ ନନ୍-ଷ୍ଟପ୍ ଏଂଟର୍ଟେନ୍ମେଂଟ୍ ପାଇଁ ୨୫ ୱାଟ୍ ସ୍ପିକର୍ ସହିତ ଏକ ୨୧.୫ ଇଂଚ୍ର ଏଫ୍ଏଚ୍ଡି ଟଚ୍ ସ୍କ୍ରିନ୍ ଡିସ୍ପ୍ଲେ ରହିଛି । ଏସମ୍ପର୍କରେ ସାମ୍ସଙ୍ଗ ଇଣ୍ଡିଆର ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ବିଜ୍ନେସ୍ର ବରିଷ୍ଠ ଉପାଧ୍ୟକ୍ଷ ରାଜୁ ପୁଲାନ କହିଛନ୍ତି, “ନୂଆ ଆଇଓଟି-ସକ୍ଷମ ସ୍ପେସ୍ମ୍ୟାକ୍ସ ଫ୍ୟାମିଲି ହବ୍ ରେଫ୍ରିଜରେଟର୍ର ଶୁଭାରମ୍ଭ କରି ଆମେ ଖୁବ୍ ଆନନ୍ଦିତ, ଯାହାକି ହେଉଛି ଅତ୍ୟାଧୁନିକ ଟେକ୍ନୋଲୋଜି ଏକ ମିଶ୍ରଣ ।”
ନୂଆ ସ୍ପେସ୍ମ୍ୟାକ୍ସ ଫ୍ୟାମିଲି ହବ୍ ୬୫୭ ଲିଟର କ୍ଷମତା ସହିତ ପ୍ରିମିୟମ ବ୍ଲାକ୍ ମ୍ୟାଟ୍ ଫିନିସ୍ରେ ଆସୁଥିବା ବେଳେ ଆସନ୍ତା ଜୁଲାଇ ୧୩ରୁ ୨୬ ତାରିଖ ମଧ୍ୟରେ ଫ୍ଲିପ୍କାର୍ଟ, ସାମ୍ସଙ୍ଗ ଡଟ୍ କମ୍, ରିଲାଏନ୍ସଡିଜିଟାଲ ଡଟ୍ ଇନ୍, କ୍ରୋମା ଡଟ୍ କମ୍ ଓ ବିଜୟସେଲ୍ସ ଡଟ୍ କମ୍ରେ ପ୍ରି-ବୁକିଙ୍ଗ ପାଇଁ ୧,୯୬,୯୯୦ ଟଙ୍କାର ସ୍ୱତନ୍ତ୍ର ମୂଲ୍ୟରେ ଉପଲବ୍ଧ ହେବ । ଏହି ପ୍ରି-ବୁକ୍ ଅଫର୍ରେ ୯୦୦୦ ଟଙ୍କାର କ୍ୟାଶବ୍ୟାକ୍ ଓ ୩୭,୯୯୯ ଟଙ୍କା ମୂଲ୍ୟର ଏକ ମାଗଣା ଗ୍ୟାଲାକ୍ସି ନୋଟ୍୧୦ ଲାଇଟ୍ ସ୍ମାର୍ଟଫୋନ୍ ଭଳି ଅତିରିକ୍ତ ଲାଭ ସାମିଲ ରହିଛି । ଏହି ଅବଧି ପରେ ସ୍ପେସ୍ମ୍ୟାକ୍ସ ଫ୍ୟାମିଲି ହବ୍ ୨,୧୯,୯୦୦ ଟଙ୍କାରେ ଉପଲବ୍ଧ ହେବ । ସ୍ପେସ୍ମ୍ୟାକ୍ସ ଫ୍ୟାମିଲି ହବ୍ର ଡିଜିଟାଲ ଇନ୍ଭର୍ଟର୍ ଟେକ୍ନୋଲୋଜି କମ୍ପ୍ରେସର ଉପରେ ୧୦ ବର୍ଷର ୱାରେଂଟି ରହିଛି ।
Comments are closed.