ବିଏମଡବ୍ଲୁ ପକ୍ଷରୁ ଭାରତରେ ନୂତନ ବିଏମଡବ୍ଲୁ ଏସ ୧୦୦୦ ଏକ୍ସଆର ଶୁଭାରମ୍ଭ


ଭୁବନେଶ୍ୱର : ବିଏମଡବ୍ଲୁ ମୋଟୋରାଡ ୍‌ଇଣ୍ଡିଆ ପକ୍ଷରୁ ଭାରତରେ ଏହାର ସର୍ବାଧିକ ବିକ୍ରି ହୋଇଥିବା ଆଡ୍‌ଭେଂଚର ସ୍ପୋର୍ଟ ବାଇକ୍‌, ନୂତନ ବିଏମଡବ୍ଲୁ ଏସ ୧୦୦୦ ଏକ୍ସଆରର ଶୁଭାରମ୍ଭ କରାଯାଇଛି । ଦୀର୍ଘସ୍ଥାୟୀ ପ୍ରଦର୍ଶନ ଓ କ୍ରୀଡା କ୍ଷମତା ଗୁଡିକୁ ହାସଲ କରିବା ପାଇଁ ଏହି ଅତ୍ୟାଧୁନିକ ବାଇକ୍‌କୁ ଡିଜାଇନ୍ କରାଯାଇଛି । ଅଲ୍‌-ନ୍ୟୁ ବିଏମଡବ୍ଲୁ ଏସ ୧୦୦୦ ଏକ୍ସଆର, ବିଏମଡବ୍ଲୁ ମୋଟୋରାଡ୍ ଡିଲର୍ ନେଟ୍‌ୱର୍କ ମାଧ୍ୟମରେ ଏକ କମ୍ପ୍ଲିଟ୍‌ଲି ବିଲ୍ଟ-ଅପ୍ ୟୁନିଟ୍ (ସିବିୟୁ) ଭାବେ ଉପଲବ୍ଧ ହେବ । ଅଲ୍‌-ନ୍ୟୁ ବିଏମଡବ୍ଲୁ ଏସ ୧୦୦୦ ଏକ୍ସଆର ହେଉଛି ଏକ ଅଲ୍‌-ଡେ ସ୍ପୋର୍ଟସ୍ ବାଇକ୍ ଯାହା ଜିଏସର ଏର୍ଗୋନୋମିକ ଓ ଆର୍‌ଆର୍ ଜିନର ଏକ ଅପ୍ରତ୍ୟାଶିତ ମିଶ୍ରଣ । ଏହାର ଆଡ୍‌ଜଷ୍ଟେବୁଲ ୱାଇଣ୍ଡସିଲ୍ଡ ଶୀତ, ଡ୍ରାଇଭିଙ୍ଗ୍ କୋଳାହଳ ବିରୋଧରେ ଉନ୍ନତ ସୁରକ୍ଷା ପ୍ରଦାନ କରିଥାଏ । ଏହାର ସମସ୍ତ ଲାଇଟିଙ୍ଗ ୟୁନିଟ୍ ଯେପରିକି ମୁଖ୍ୟ ହେଡ୍‌ଲ୍ୟାମ୍ପ, ଟେଲ୍‌ଲାଇଟ୍‌, ଇଣ୍ଡିକେଟର ଲାଇଟ୍‌ସ ଓ ଇନ୍‌ଷ୍ଟ୍ରୁମେଂଟ୍ କ୍ଲଷ୍ଟର ଆଦି ନୂତନ ଏଲଇଡି ଟେକ୍ନୋଲୋଜିର ବ୍ୟବସ୍ଥିତ ।

ଏଥିରେ ଫୋର ଷ୍ଟାଣ୍ଡାର୍ଡ ରାଇଡିଙ୍ଗ୍ ମୋଡ୍‌-ରେନ୍‌, ରୋଡ୍‌, ଡାଇନାମିକ୍ ଓ ଡାଇନାମିକ୍ ପ୍ରୋ ରହିଛ । ବିଏମଡବ୍ଲୁ ମୋଟୋରାଡ୍ ଡାଇନାମିକ୍ ଇଏସଏ (ଇଲେକ୍‌ଟ୍ରୋନିକ୍ ସସ୍‌ପେନ୍‌ସନ ଆଡ୍‌ଜଷ୍ଟମେଂଟ୍‌)ର ନୂତନ ପିଢି ସାମିଲ ରହିଛି । ବିଏମଡବ୍ଲୁ ମୋଟୋରାଡ୍ କନେକ୍ଟିଭିଟି ସହିତ ବେଷ୍ଟ-ଇନ୍‌-କ୍ଲାସ୍ ୬.୫ -ଇଂଚ୍ କଲର୍ ଟିଏଫଟି ସ୍କ୍ରିନ୍ ଇନଷ୍ଟ୍ରୁମେଂଟ୍ କ୍ଲଷ୍ଟର, ଅତୁଳନୀୟ ଡିସ୍‌ପ୍ଲେ ଓ ସୂଚନା ପାଇଁ ପହଂଚ ପ୍ରଦାନ କରିଥାଏ । ଏହା ବ୍ୟତୀତ ଏଥିରେ ଷ୍ଟୋରେଜ ବ୍ୟାଗ, ବ୍ୟାକପ୍ୟାକ, ରାଇଡର ଗିୟର, ନାଭିଗେସନ ଏବଂ କମ୍ୟୁନିକେସନର ଏକ ରେଞ୍ଜ ସହିତ ଆଗକୁ ରାଇଡିଙ୍ଗ ଅଭିଜ୍ଞତାକୁ ଆହୁରି ବଢ଼ାଇବା ପାଇଁ ରେଟ୍‌ରୋଫିଟ ଏବଂ ଗିୟର ବିକଳ୍ପର ଏକ ବ୍ୟାପକ ରେଞ୍ଜ ଉପଲବ୍ଧ ହେଉଛି । ଏଥିରେ ଗ୍ରାହକମାନେ କେତେକ ସେଫଟି ଆକ୍‌ସେସୋରିଜ୍ ମଧ୍ୟ ପାଇପାରିବେ । ଏ ସମ୍ପର୍କରେ ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆର ଆକ୍ଟିଙ୍ଗ୍ ପ୍ରେସିଡେଂଟ୍ ଆର୍‌ଲିଣ୍ଡୋ ଟେକ୍ସିଏରା କହିଛନ୍ତି ଯେ, “ଅଲ୍‌-ନ୍ୟୁ ବିଏମଡବ୍ଲୁ ଏସ ୧୦୦୦ ଏକ୍ସଆର ଏହାର ନୂତନ ଉନ୍ନତମାନର ଇଞ୍ଜିନ ଏବଂ ସାଲିସହୀନ ଏର୍ଗୋନୋମିକ୍ସ ସହିତ ଏହା ବିସ୍ମୟକର ପ୍ରଦର୍ଶନ, ସ୍ପୋର୍ଟି ରାଇଡ ଏବଂ ଦୀର୍ଘ-ବ୍ୟାପୀ ସାମର୍ଥ୍ୟତା ପ୍ରଦାନ କରୁଛି ।”

ଏହି ଅଲ୍‌-ନ୍ୟୁ ବିଏମଡବ୍ଲୁ ଏସ ୧୦୦୦ ଏକ୍ସଆର ଏକ ପ୍ରୋ ଭାରିଆଂଟରେ ଆଇସ ଗ୍ରେ ଏବଂ ରେସିଙ୍ଗ ରେଡ ରଙ୍ଗ ବିକଳ୍ପରେ ଉପଲବ୍ଧ ହେବ ଯାହାର ଏକ୍ସ-ଶୋ’ରୁମ୍ ମୂଲ୍ୟ ରହିଛି ୨୦,୯୦,୦୦୦ଟଙ୍କା । ସବୁ ସମୟରେ ବାଧାହୀନ ଯାତ୍ରା ପାଇଁ, ଅଲ୍‌-ନ୍ୟୁ ବିଏମଡବ୍ଲୁ ଏସ ୧୦୦୦ ଏକ୍ସଆରରେ ୩ ବର୍ଷ ପାଇଁ ଏକ ଷ୍ଟାଣ୍ଡାର୍ଡ ୱାରେଂଟି, ଅସୀମିତ କିଲୋମିଟର୍‌, ୪ର୍ଥ ଓ ୫ମବର୍ଷ ପାଇଁ ୱାରେଂଟିକୁ ଏକ୍ସଟେଣ୍ଡ କରିବାର ଏକ ବିକଳ୍ପ ସହିତ ଉପଲବ୍ଧ ହେଉଛି । ଟେଷ୍ଟରାଇଡ୍ ଓ ଡେଲିଭରିଗୁଡିକୁ କୋଭିଡ-୧୯ ମହାମାରୀ ଯୋଗୁ ଲାଗୁ ଲକ୍‌ଡାଉନ୍ ଅବଧି ଉପରେ ସମସ୍ତ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଆରମ୍ଭ କରାଯିବ ।


Share It

Comments are closed.