ନିଯୁକ୍ତି ସୁଯୋଗ ସୃଷ୍ଟି ନିମେନ୍ତ ଏୟାରଟେଲ ପେମେଂଟ ବ୍ୟାଙ୍କ ଏବଂ ଏନଏସଡିସିର ମିଳିତ ଉଦ୍ୟମ


ଭୁବନେଶ୍ୱର: ଭାରତର ଗ୍ରାମାଂଚଳରେ ଥିବା ଯୁବକମାନଙ୍କୁ ଦକ୍ଷତା ପ୍ରଦାନ କରିବା ଏବଂ ଆର୍ଥିକ ସେବା ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସନ୍ଧାନ କରିବାରେ ସେମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଏୟାରଟେଲ ପେମେଂଟ ବ୍ୟାଙ୍କ ଏବଂ ନ୍ୟାସନାଲ ସ୍କିଲ ଡେଭଲପମେଂଟ କର୍ପୋରେସନ (ଏନଏସଡିସି) ପକ୍ଷରୁ ଏକ ସହବନ୍ଧିତାର ଘୋଷଣା କରାଯାଇଛି । ଏହି ସହବନ୍ଧିତା ଗ୍ରାମାଂଚଳ ଯୁବକମାନଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ କରିବା ନିମେନ୍ତ ଏନଏସଡିସିର ଅଭିଜ୍ଞତା, ଦୃଢ଼ ପ୍ରଶିକ୍ଷଣ ଭିତିଭୂମି ଏବଂ ବ୍ୟାପକ ନେଟୱର୍କ ସହିତ ଏୟାରଟେଲ ପେମେଂଟ ବ୍ୟାଙ୍କର ବାଣିଜ୍ୟ ଦୃଷ୍ଟିକୋଣକୁ ଏକତ୍ରିତ କରିବାକୁ ଲକ୍ଷ ରଖିଛି ।
ଏଥିପାଇଁ ଆଗକୁ ଏୟାରଟେଲ ପେମେଂଟ ବ୍ୟାଙ୍କ ମଧ୍ୟ ଏନଏସଡିସିର ପ୍ରଶିକ୍ଷଣ କେନ୍ଦ୍ରମାନଙ୍କରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିବ । ଏହି କାର୍ଯ୍ୟକ୍ରମ ଅଧିନରେ ବ୍ୟାଙ୍କ ପକ୍ଷରୁ ଡିଜିଟାଲ ବ୍ୟାଙ୍କିଙ୍ଗର ଗୁରୁତ୍ୱ, ଏହାର ଲାଭ ଉପରେ ଆଲୋକପାତ କରୁଥିବା ଅଧିବେଶନର ଆୟୋଜନ କରାଯିବା ସହ ଅଧିବେଶନ ସମୟରେ ଡିଜିଟାଲ ବ୍ୟାଙ୍କିଙ୍ଗ ଅଭିଜ୍ଞତା ମଧ୍ୟ ପ୍ରଦାନ କରାଯିବ । ଏହି ସହବନ୍ଧିତା ଏନଏସଡିସର ଡିଜିଟାଲ କୌଶଳ ପଦକ୍ଷେପ: ଇସ୍କିଲ ଇଣ୍ଡିଆକୁ ସଂପ୍ରସାରିତ ହେବ । ଡିଜିଟାଲ ଆର୍ଥିକ ସେବା ବିଷୟରେ ସଚେତନତା ସୃଷ୍ଟି କରିବା ନିମନ୍ତ ସ୍ୱତନ୍ତ୍ର ଶିକ୍ଷଣୀୟ ମଡ୍ୟୁଲର ନିର୍ମାଣ କରାଯିବା ସହ ଉକ୍ତ ମଂଚରେ ଏହାକୁ ଉପସ୍ଥାପନା କରାଯିବ ।
ଏହି ସହବନ୍ଧିତା ଉପରେ ମତ ରଖି ଏନଏସଡିସିର ଏମଡି ତଥା ସିଇଓ ଶ୍ରୀ ମନୀଷ କୁମାର କହିଛନ୍ତି ଯେ, “ଏୟାରଟେଲ ପେମେଂଟ ବ୍ୟାଙ୍କ ସହିତ ଆମର ରଣନୈତିକ ସହବନ୍ଧିତା ମାଧ୍ୟମରେ ଆମେ ଯୁବକମାନଙ୍କୁ ଜ୍ଞାନ ଏବଂ ପ୍ରଶିକ୍ଷଣ ଯୋଗାଇଦେବାର ଲକ୍ଷ ରଖିଛୁ ଯାହାକି ଭାରତର ଗ୍ରାମାଂଚଳ ଏବଂ ଅର୍ଦ୍ଧ ସହରାଂଚଳ ପାଇଁ ଆର୍ଥିକ ଏବଂ ବ୍ୟାଙ୍କିଙ୍ଗ ସେବାକୁ ଆହୁରି ସୁଗମ କରିବ ।”ସେହିଭଳି ଏୟାରଟେଲ ପେମେଂଟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ଅନୁବ୍ରତ ବିଶ୍ୱାସ କହିଛନ୍ତି ଯେ, “ଆମର ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବାକୁ ଏବଂ ଏକ ଆର୍ଥିକ ସମୃଦ୍ଧ ଭାରତର ନିର୍ମାଣ କରିବା ପାଇଁ ଏନଏସଡିସି ସହ ସହବନ୍ଧତା କରି ଆମେ ବେଶ ଆନନ୍ଦିତ ।”


Share It

Comments are closed.