ସାମସଙ୍ଗ ପକ୍ଷରୁ ଗ୍ୟାଲାକ୍ସି ନୋଟ୍‌୨୦, ନୋଟ୍‌୨୦ ଅଲ୍‌ଟ୍ରା ୫ଜି ପାଇଁ ପ୍ରି-ବୁକିଙ୍ଗ୍ ଆରମ୍ଭ


ଭୁବନେଶ୍ୱର: ସାମ୍‌ସଙ୍ଗ ପକ୍ଷରୁ ଏହାର ଅଲ୍ଟିମେଟ୍ ଫ୍ଲାଗ୍‌ସିପ୍ ସ୍ମାର୍ଟଫୋନ୍ ଗ୍ୟାଲାକ୍ସି ନୋଟ୍‌୨୦ ଓ ଗ୍ୟାଲାକ୍ସି ନୋଟ୍‌୨୦ ଅଲ୍‌ଟ୍ରା ୫ଜି ପାଇଁ ପ୍ରି-ବୁକିଙ୍ଗ୍ ଆରମ୍ଭ କରାଯାଇଛି । ଗ୍ୟାଲାକ୍ସି ନୋଟ୍‌୨୦ ସିରିଜ୍ ଏକ କମ୍ପ୍ୟୁଟର ଭଳି କାମ କରିଥାଏ ଏବଂ ପ୍ରୋ ଭଳି ଗେମ ଅଭିଜ୍ଞତା ପ୍ରଦାନ କରିଥାଏ ଯାହାକି ଏହାକୁ ଏକ ପ୍ରଡକ୍ଟିଭ ପାୱାର ହାଉସରେ ପରିଣତ କରୁଛି । ସାମ୍‌ସଙ୍ଗର ଏହି ଅତ୍ୟାଧୁନିକ ନୋଟ୍ ସିରିଜ୍ ଆପଣଙ୍କ କାମ କରିବାର ଶୈଳୀକୁ ପରିବର୍ତନ କରିଥାଏ । ଏଥିରେ ଥିବା ନୂଆ ଏସ୍ ପେନ୍ ଓ ସାମ୍‌ସଙ୍ଗ ନୋଟ୍‌ର ଫିଚର ସହାୟତାରେ ଆପଣ ଯେକୌଣସି ସ୍ଥାନରୁ ଯେକୌଣସି ସମୟରେ ନିଜ କାର୍ଯ୍ୟ କରିପାରିବେ । ଏସ୍ ପେନ୍‌’ର ୫ଟି ନୂତନ ଏନିହ୍ୱେୟାର ଆକ୍ସନ୍ ଆପଣଙ୍କ ଡିଭାଇସ୍‌ର ଟଚ୍‌ଲେସ୍ ନାଭିଗେସନ କରିଥାଏ –ଯେପରି ହୋମ୍‌ସ୍କ୍ରିନ୍‌କୁ ଫେରିବା କିମ୍ବା ଏକ ସ୍କ୍ରିନ୍‌ସଟ୍ ନେବା । ସାମ୍‌ସଙ୍ଗ ନୋଟ୍ ଖୁବ୍ ସହଜରେ ଆପଣଙ୍କର ଅସଜଡା ହାତଲେଖାକୁ ସରଳ ପେନ୍‌ମ୍ୟାନ୍‌ସିପ୍‌ରେ ସିଧା କରିଥାଏ । ଆପଣ ସାମ୍‌ସଙ୍ଗ ନୋଟ୍‌ସ ଆପ୍‌ରେ ପିଡିଏଫ୍‌ଗୁଡିକୁ ଟିପ୍ପଣୀ ଓ ହାଇଲାଇଟ୍ କରିପାରିବେ । ଏବେ ଆପଣ ସାମ୍‌ସଙ୍ଗ ନୋଟ୍‌ସ୍ ଆପରୁ ଟେକ୍ସଟ୍‌ଗୁଡିକୁ ସିଧାସଳଖ ପିପିଟିରେ କନ୍‌ଭର୍ଟ କରିପାରିବା ସହ ଆହୁରି ଅନେକ କିଛି କରିପାରିବେ ।
ଏହାର ମାଇକ୍ରୋସଫ୍ଟର ‘ୟୋର୍ ଫୋନ୍‌’ ଆପ୍େ‌ର ୱିଣ୍ଡୋଜ୍ ଇଂଟିଗ୍ରେସନ୍ ସହ ଲିଙ୍କ୍ କରି ଆପଣଙ୍କ ୱିଣ୍ଡୋଜ୍ ୧୦ ପିସିରୁ ସିଧାସଳଖ ନିଜ ମୋବାଇଲର ଆପ୍‌ଗୁଡିକୁ ଆକ୍‌ସେସ୍ କରିପାରିବେ । ଏହାର ଅତ୍ୟାଧୁନିକ ସାମ୍‌ସଙ୍ଗ ଡେକ୍ସ ସହିତ ମାଷ୍ଟର ମଲ୍ଟିଟାସ୍କିଙ୍ଗ ମଧ୍ୟ କରିପାରିବେ । ଫ୍ଲାଗ୍‌ସିପ୍ ଲେଭେଲ୍ ପ୍ରୋସେସର (୭ଏନ୍‌ଏମ୍‌), ଗେମ୍ ବୁଷ୍ଟର ଓ ପ୍ରତିକ୍ରିୟାଶୀଳ ୧୨୦ଏଚ୍‌ଜେଡ୍ ଡିସ୍‌ପ୍ଲେ ସହିତ ଗେମିଙ୍ଗ୍‌କୁ ଏକ ନୂତନ ଅଭିଜ୍ଞତା ପାଇପାରିବେ । ଭାରତରେ ଆସ୍‌ଫାଲ୍ଟ ୯ ଓ ଫୋର୍‌ଜା ଷ୍ଟ୍ରିଟ୍ ଡାଉନ୍‌ଲୋଡ୍ କରୁଥିବା ଉପଭୋକ୍ତାମାନେ ଗ୍ୟାଲାକ୍ସି ନୋଟ୍ ସିରିଜ୍ ସହିତ ସ୍ୱତନ୍ତ୍ର ପ୍ରି-ବୁକିଙ୍ଗ୍ ଅଫର୍‌ର ଅଂଶ ଭାବେ ୫୦୦୦ ଟଙ୍କାର ସ୍ୱତନ୍ତ୍ର ଲାଭ ପାଇପାରିବେ । ଏହା ସମ୍ପର୍କରେ ସାମ୍‌ସଙ୍ଗ ଇଣ୍ଡିଆର ମୋବାଇଲ ବିଜ୍‌ନେସ୍ ବିଭାଗର ବରିଷ୍ଠ ଉପାଧ୍ୟକ୍ଷ ମୋହନଦିପ ସିଂହ କହିଛନ୍ତି, “ଭାରତରେ ଆମ ପାଖରେ ନୋଟ୍ ପ୍ରଶଂସକଙ୍କର ଏକ ବିଶାଳ ଆଧାର ରହିଛି, ଯିଏକି ବର୍ଷ ପରେ ବର୍ଷ ନିଜ ଗ୍ୟାଲାକ୍ସି ନୋଟ୍‌କୁ ଅପ୍‌ଗ୍ରେଡ୍ କରିଥାନ୍ତି କାରଣ ଏହା ଅନ୍ୟ କୌଣସି ସ୍ମାର୍ଟଫୋନ୍ ପ୍ରଦାନ କରୁନଥିବା ଫିଚର ପ୍ରଦାନ କରିଥାଏ- ଅଲ୍ଟିମେଟ୍ ପାୱାର ଓ ପ୍ରଡକ୍ଟିଭିଟି ।”
ଗ୍ୟାଲେକ୍ସି ନୋଟ ୨୦ ମିଷ୍ଟିକ ବ୍ରୋଞ୍ଜ ଏବଂ ମିଷ୍ଟିକ ଗ୍ରୀନ ରଙ୍ଗ ଏବଂ ଗ୍ୟାଲେକ୍ସି ନୋଟ ୨୦ ଅଲଟ୍ରା ୫ଜି ମିଷ୍ଟିକ ବ୍ରୋଞ୍ଜ ଓ ମିଷ୍ଟିକ ବ୍ଲାକ ରଙ୍ଗରେ ଉପଲବ୍ଧ ହେବ । ଭାରତରେ ଗ୍ୟାଲାକ୍ସି ନୋଟ୍‌୨୦ର ମୂଲ୍ୟ ୭୭,୯୯୯ ଟଙ୍କା ରହିଥିବା ବେଳେ ଗ୍ୟାଲାକ୍ସି ନୋଟ୍‌୨୦ ଅଲ୍‌ଟ୍ରା ୫ଜି ସ୍ମାର୍ଟଫୋନ୍‌ର ମୂଲ୍ୟ ୧୦୪୯୯୯ ଟଙ୍କା ରହିଛି । ଉପଭୋକ୍ତାମାନେ ଆଜି ସାମ୍‌ସଙ୍ଗ୍ ଡଟ୍ କମ୍ ଓ ପ୍ରମୁଖ ରିଟେଲ୍ ଷ୍ଟୋରଗୁଡିକରେ ନିଜର ଗ୍ୟାଲାକ୍ସି ନୋଟ୍‌୨୦ ଓ ଗ୍ୟାଲାକ୍ସି ନୋଟ୍‌୨୦ ସିରିଜ୍ ଅଲ୍‌ଟ୍ରା ୫ଜି ପାଇଁ ପ୍ରି-ବୁକ୍ କରିପାରିବେ । ଗ୍ୟାଲାକ୍ସି ନୋଟ୍‌୨୦ ପାଇଁ ପ୍ରି-ବୁକିଙ୍ଗ୍ କରୁଥିବା ଗ୍ରାହକମାନେ ୭୦୦୦ ଟଙ୍କାର ଲାଭ ପାଇପାରିବେ ଏବଂ ଗ୍ୟାଲାକ୍ସି ନୋଟ୍‌୨୦ ଅଲ୍‌ଟ୍ରା ୫ଜି ପାଇଁ ପ୍ରି-ବୁକିଙ୍ଗ୍ କରୁଥିବା ଗ୍ରାହକମାନେ ୧୦,୦୦୦ ଟଙ୍କାର ଲାଭ ପାଇପାରିବେ । ଏହି ଲାଭଗୁଡିକୁ ସାମ୍‌ସଙ୍ଗ ସପ୍ ଆପ୍‌ରେ ଗ୍ୟାଲାକ୍ସି ବଡ୍‌ସ+, ଗ୍ୟାଲାକ୍ସି ବଡ୍‌ସ ଲାଇଭ୍‌, ଗ୍ୟାଲାକ୍ସି ୱାଚ୍‌, ଗ୍ୟାଲାକ୍ସି ଟ୍ୟାବ୍ ସମେତ ଏକାଧିକ ଉତ୍ପାଦଗୁଡିକ ଉପରେ ରିଡିମ୍ କରିପାରିବେ । ଗ୍ୟାଲାକ୍ସି ନୋଟ୍‌୨୦ ଅଲ୍‌ଟ୍ରା ୫ଜିର ପ୍ରି-ବୁକିଙ୍ଗ କରୁଥିବା ଗ୍ରାହକମାନେ ୧୯,୦୦୦ ଟଙ୍କାର ବୃହତ୍ ପ୍ରି-ବୁକ୍ ଲାଭ ପାଇପାରିବେ । ଏଥିସହିତ ଏଚ୍‌ଡିଏଫ୍‌ସି ବ୍ୟାଙ୍କ କ୍ରେଡିଟ୍ ଓ ଡେବିଟ୍ କାର୍ଡରେ ପେମେଂଟ୍ କରିବା ସମୟରେ ଉପଭୋକ୍ତାମାନେ ଆକର୍ଷଣୀୟ ଅଫର ପାଇପାରିବେ ।


Share It

Comments are closed.