ଭାରତରେ ବିଟି ବାଇଗଣ ପରୀକ୍ଷଣକୁ ସ୍ୱୀକୃତି ନିମେନ୍ତ ଭାରତ ସରକାରଙ୍କୁ ଏଏଆଇର ଆହ୍ୱାନ


ଭୁବନେଶ୍ୱର: ଭାରତୀୟ ବିହନ ଶିଳ୍ପ ମହାସଂଘ (ଏଫ୍‌ଏସ୍‌ଆଇଆଇ)ର ସ୍ୱାର୍ଥ ରକ୍ଷା ଲାଗି କାର୍ଯ୍ୟ କରୁଥିବା ଆଲାଏନ୍ସ ଫର ଏଗ୍ରିକଲଚର୍ ଇନୋଭେସନ୍ (ଏଏଆଇ) ପକ୍ଷରୁ ଭାରତରେ ଚାଷଜମିରେ ବିଟି ବାଇଗଣର ପରୀକ୍ଷଣକୁ ସ୍ୱିକୃତି ଦେବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଆହ୍ୱାନ ଦିଆଯାଇଛି । ଏହି ପ୍ରସଙ୍ଗ ପ୍ରତି ଧ୍ୟାନ ଆକର୍ଷଣ କରିବା ଲାଗି ଏକ ପତ୍ର କୃଷି ମନ୍ତ୍ରଣାଳୟ ଓ ମଧ୍ୟପ୍ରଦେଶ, କର୍ଣ୍ଣାଟକ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତାମିଲନାଡୁ, ଓଡ଼ିଶା ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି ।
ଇଣ୍ଡିଆନ କାଉନ୍‌ସିଲ୍ ଫର ଏଗ୍ରିକଲ୍‌ଚରାଲ ରିସର୍ଚ (ଆଇସିଏଆର୍‌) ଅଧୀନରେ ଥିବା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଂଟ୍ ବାୟୋଟେକ୍‌ନୋଲୋଜି ଦ୍ୱାରା ଏହି ବିଟି ବାଇଗଣକୁ ବିକଶିତ କରାଯାଇଛି ଯାହାକୁ ଜେନେଟିକ୍ ଇଞ୍ଜିନିୟରିଂ ଆପ୍ରୋଜାଲ୍ କମିଟି (ଜିଇଏସି)ର ଅନୁମୋଦନ ମିଳିଥିବା ବେଳେ ଏହାର ପରୀକ୍ଷଣ ହେବାକୁ ଯାଉଛି ଏବଂ ବାଣିଜ୍ୟିକ ବ୍ୟବହାର ପାଇଁ ଭାରତୀୟ କଂପାନିଗୁଡ଼ିକୁ ଏହାର ଲାଇସେନ୍ସ ଜାରି କରାଯାଇଛି । ଏହି ପ୍ରଯୁକ୍ତି ଯାହା ବିଟି ବାଇଗଣ ପ୍ରଯୁକ୍ତି ଠାରୁ ଭିନ୍ନ ହେବା ସହ ଜିଇଏସିର ଅନୁମୋଦନ ହାସଲ କରିଥିଲେ ମଧ୍ୟ ଭାରତରେ ଏହା ଉପରେ ମୋରାଟୋରିଅମ୍ ଲଗାଇ ଦିଆଯାଇଛି, କିନ୍ତୁ ୨୦୧୪ ଠାରୁ ବାଂଲାଦେଶରେ ଚାଷୀମାନେ ଏହାର ବାଣିଜ୍ୟିକ ଉତ୍ପାଦନ କରୁଛନ୍ତି ।
୨୦୧୯ରେ ପ୍ରକାଶିତ ପ୍ରତିପକ୍ଷ ସମୀକ୍ଷା ସର୍ବେକ୍ଷଣ ଅନୁଯାୟୀ, ଚାଷୀଙ୍କ ପାଇଁ ବିଟି ବାଇଗଣରେ ନିଟ୍ ରିଟର୍ଣ୍ଣ ୨୧୫୧ ଡଲାର/ହେକ୍ଟର (୧.୬୧ ଲକ୍ଷ ଟଙ୍କା/ହେକ୍ଟର) ରହିଛି ଯାହା ଅଣ ବିଟି ବାଇଗଣ ଫସଲର ରିଟର୍ଣ୍ଣ ୩୫୭ ଡଲାର/ ହେକ୍ଟର (୨୬,୭୬୮ ଟଙ୍କା/ହେକ୍ଟର) ତୁଳନାରେ ବହୁତ ଅଧିକ । ଫସଲ ସୁରକ୍ଷା ନିଶ୍ଚିତ କରିବା ପାଇଁ କ୍ଷେତ୍ର ପରୀକ୍ଷଣ ଏକମାତ୍ର ବିକଳ୍ପ ହୋଇଥିବା ବେଳେ ଅଣ ବୈଜ୍ଞାନିକ ତର୍କ ଓ ଭାବନାରେ ମତଭେଦ ଯୋଗୁଁ ଏଭଳି ପରୀକ୍ଷଣକୁ ଅଟକାଇବା ଜାତୀୟ ବିକାଶକୁ ରୋକିବା ସଦୃଶ ।
ଏଫ୍‌ଏସ୍‌ଆଇଆଇ-ଏଏଆଇର ଡାଇରେକ୍ଟର ଜେନେରାଲ ଶ୍ରୀଯୁକ୍ତ ରାମ କୌଣ୍ଡିନ୍ୟ କହିଛନ୍ତି ଯେ, “ପନିପରିବା ଭିତରେ ସର୍ବାଧିକ କିଟନାଶକ ବ୍ୟବହାର ହେଉଥିବା ଫସଲ ହେଊଛି ବାଇଗଣ । ଘାତକ ପୋକ ଚାଷୀଙ୍କ ପାଇଁ ଏକ ସମସ୍ୟା ହୋଇଥିବା ବେଳେ ବିଟି ପ୍ରଯୁକ୍ତି ଜରିଆରେ ଏହାର ନିୟନ୍ତ୍ରଣ କରି ଆମେ ଚାଷୀଙ୍କ ଆୟକୁ ସଂଚୟ କରିପାରିବା, ପରିବେଶ ଉପରେ କିଟନାଶକର ପ୍ରଭାବକୁ ରୋକିପାରିବା ଏବଂ ଗ୍ରାହକମାନଙ୍କୁ କିଟନାଶକ ଓ କିଟ ମୁକ୍ତ ବାଇଗଣ ଦେଇପାରିବା । ଆରମ ଜାତୀୟ ପ୍ରତିଷ୍ଠାନ ଦ୍ୱାରା ବିକଶିତ ସ୍ୱଦେଶ ପ୍ରଯୁକ୍ତିକୁ ଚାଷଜମିରେ ପରୀକ୍ଷଣ କରିବାର ନିଶ୍ଚିତ ସୁଯୋଗ ମିଳିବା ଦରକାର ।’’ ଏହାଛଡ଼ା ଏଏଆଇର ମୁଖ୍ୟ ଡକ୍ଟର ପରେଶ ବର୍ମା, ଏଫ୍‌ଏସ୍‌ଆଇଆଇ-ଏଆଇଆଇର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡକ୍ଟର ଶିବେନ୍ଦ୍ର ବଜାଜ ଏବଂ ଏଏଆଇର ନିର୍ଦେଶକ-ବାୟୋଟେକ୍ନୋଲୋଜି ଡକ୍ଟର ରତ୍ନ କୁମରିଆ ମଧ୍ୟ ଏହି ବିଷୟରେ ନିଜ ନିଜ ମତ ପ୍ରଦାନ କରିଛନ୍ତି ।


Share It

Comments are closed.