ଜିଲେଟ୍ ପକ୍ଷରୁ ତିନୋଟି ବ୍ଲେଡ୍‌ଯୁକ୍ତ ଏହାର ନୂତନ ଗାର୍ଡ ୩ର ଶୁଭାରମ୍ଭ


ଭୁବନେଶ୍ୱର: ଜିଲେଟ୍ ପକ୍ଷରୁ ଭାରତୀୟ ପୁରୁଷମାନଙ୍କ ପାଇଁ ଏହାର ଅନ୍ୟ ଏକ ବୈପବ୍ଳିକ ଉତ୍ପାଦ ଗାଡ୍‌ର୍ ୩ର ଶୁଭାରମ୍ଭର ଘୋଷଣା କରାଯାଇଛି । ଏହି ନୂତନ ଗାଡ୍‌ର୍ ୩ ରେଜର ମାତ୍ର ୬୦ ଟଙ୍କାର ଏକ ସୁଲଭ ମୂଲ୍ୟରେ ୩ଟି ବ୍ଲେଡ୍ ସହିତ ଅଧିକ ଉନ୍ନତ ଓ ସୁରକ୍ଷିତ ସେଭ୍ ପ୍ରଦାନ କରୁଛି । ବର୍ତମାନର ପୁରୁଷମାନେ ଏକ ସହଜ ଓ ଦ୍ରୁତ ପ୍ରକ୍ରିୟାଯୁକ୍ତ ସେଭିଙ୍ଗ୍ ଚାହୁଁଥିବା ବେଳେ ଯୁବକମାନେ ଇନ୍‌ଷ୍ଟାଂଟ୍ ପର୍‌ଫେକ୍ସନ ଚାହୁଁଛନ୍ତି । ଏହି ପରିବର୍ତନକୁ ଗ୍ରହଣ କରି ଗାର୍ଡ ୩ରେ ଏକ ତତ୍କାଳ ସହଜ ସେଭ୍ ପାଇଁ ୩ଟି ବ୍ଲେଡ୍‌, ମଜଭୁତ ହ୍ୟାଣ୍ଡେଲ, ଉନ୍ନତ କମ୍ବ ଗାର୍ଡ ଫିଚର ଏବଂ ଛୋଟ କ୍ଷତ, କଟ୍ ଓ ଜ୍ୱଳନକୁ ହ୍ରାସ କରିବାରେ ସାହାଯ୍ୟ କରୁଥିବା ଏକ ଲୁବ୍ରା ଷ୍ଟ୍ରିପ୍ ରହିଥିବା ବେଳେ ଏହା ତ୍ୱଚାରେ ଖୁବ୍ ସରଳ ଭାବେ ଗ୍ଲାଇଡିଙ୍ଗ କରୁଥିବା ବେଳେ ଉପଭୋକ୍ତାଙ୍କୁ ଏକ ସ୍ୱଚ୍ଛ ସେଭିଙ୍ଗ ପ୍ରଦାନ କରିଥାଏ ।
ଏହା ସମ୍ପର୍କରେ ପିଆଣ୍ଡଜି ଇଣ୍ଡିଆନ୍ ସବ୍‌-କଂଟିନେଂଟ୍‌, ସେଭ୍ କେୟାର, ଆସୋସିଏଟ୍ ଡାଇରେକ୍ଟର ଓ କଂଟ୍ରି କ୍ୟାଟେଗୋରି ଲିଡର କାର୍ଭିକ୍ ଶ୍ରୀବାସ୍ତନ କହିଛନ୍ତି ଯେ, “ଜିଲେଟ୍‌ରେ ଆମେ ଭାରତୀୟ ପୁରୁଷମାନଙ୍କ ପାଇଁ ସେଭିଙ୍ଗ ଅନୁଭବକୁ ଉନ୍ନତ କରିବା ପାଇଁ ଆମର ଉତ୍ପାଦଗୁଡିକରେ ଉଦ୍ଭାବନକୁ କେବେ ବନ୍ଦ କରିବୁ ନାହିଁ । ନୂଆ ଜିଲେଟ୍ ଗାର୍ଡ ୩କୁ ଯୁବ ପିଢିର ପୁରୁଷମାନଙ୍କ ପାଇଁ ଡିଜାଇନ୍ କରାଯାଇଛି, କାରଣ ଏହା ସେମାନଙ୍କ ପାଇଁ ଏକ ଆଦର୍ଶ ପସନ୍ଦ, ଯେଉଁଠାରେ ସେ ମାତ୍ର ଗୋଟିଏ ଷ୍ଟ୍ରୋକ୍ ନେବେ ଓ ରେଜର୍ ୩ଟି ଷ୍ଟ୍ରୋକ୍ ନେବ ।”
ଜିଲେଟ୍ ଗାର୍ଡ ୩, ବ୍ରାଣ୍ଡର ଡିସ୍‌ପୋଜେବୁଲ ଓ ସିଷ୍ଟମ୍‌ସ ରେଜର, ଟ୍ରିମର ଓ ସେଭିଙ୍ଗ୍ ଉତ୍ପାଦଗୁଡିକର ସମ୍ପ୍ରସାରିତ ଉତ୍ପାଦ ଶୃଙ୍ଖଳାରେ ସାମିଲ ହୋଇଛି । ଏହି ବ୍ୟାପକ ରେଞ୍ଜର ଅଫରିଙ୍ଗ୍ ସର୍ବୋଚ୍ଚ ଗୁଣମାନର ରେଜର ବ୍ଲେଡ୍ ନିର୍ମାଣ କରିବା ନେଇ କମ୍ପାନୀର ପ୍ରତିଶ୍ରୁତି ସହ ଜଡିତ, ଯାହାଫଳରେ ସମସ୍ତ ପୁରୁଷ ବଜେଟ୍ କିମ୍ବା ଷ୍ଟାଇଲ୍‌, ତ୍ୱଚାର ସ୍ଥିତି ଓ କେଶର ପ୍ରକାର ବିଷୟରେ ଚିନ୍ତା ନକରି ଘରେ ନିଜର ସର୍ବୋତମ ସେଭ୍‌କୁ ଅନୁଭବ କରିପାରିବେ । ନୂଆ ଗାର୍ଡ ୩ ଦେଶବ୍ୟାପୀ ସମସ୍ତ ଖୁଚୁରା ଆଉଟ୍‌ଲେଟ୍ ଓ ଇକମର୍ସ ପ୍ଲାଟ୍‌ଫର୍ମଗୁଡିକରେ ଉପଲବ୍ଧ ହେଉଛି ଏବଂ ଗୋଟିଏ ରେଜର୍‌ର ମୂଲ୍ୟ ୬୦ ଟଙ୍କା ରହିଥିବା ବେଳେ ରିଫିଲ୍ କ୍ୟାଟ୍ରିଜ୍‌ଗୁଡିକୁ ପ୍ରତି କ୍ୟାଟ୍ରିଜ୍ ପିଛା ୩୫ ଟଙ୍କାରେ ଓ ପ୍ରତି ୩ଟି କ୍ୟାଟ୍ରିଜ୍‌କୁ ୯୦ ଟଙ୍କାରେ କିଣାଯାଇପାରିବ । ଚୂଡାନ୍ତ ମୂଲ୍ୟ ରିଟେଲର୍‌ଙ୍କ ନିଜସ୍ୱ ବିବେଚନାରେ ରହିଛି । ଗାର୍ଡ ୩କୁ ଆଇକୋନିକ୍ ଗାର୍ଡ ଟ୍ୟୁନ୍ ସହିତ ଏକ ମଜାଦାର ଓ ଆକର୍ଷଣୀୟ କ୍ୟାମ୍ପେନ୍ ମାଧ୍ୟମରେ ଶୁଭାରମ୍ଭ କରାଯାଇଛି ।


Share It

Comments are closed.