ସ୍ମାର୍ଟଫୋନ୍ ଓ ହୋମ୍ ଆପ୍ଲାଏନ୍ସେସ୍ ଉପରେ ସାମ୍‌ସଙ୍ଗ ଇଣ୍ଡିଆର ମେଗା ଅଫର୍‌


ଭୁବନେଶ୍ୱର: ଚଳିତ ପାର୍ବଣ ଋତୁରେ ସାମ୍‌ସଙ୍ଗର ଅନ୍‌ଲାଇନ୍ ଷ୍ଟୋର୍‌- ସାମ୍‌ସଙ୍ଗ ଡଟ୍ କମ୍‌ରେ ସପିଙ୍ଗ କରୁଥିବା ଉପଭୋକ୍ତାଙ୍କ ପାଇଁ ସାମ୍‌ସଙ୍ଗ ପକ୍ଷରୁ ଏହାର ଏକ ବ୍ୟାପକ ଶୃଙ୍ଖଳାର ସାମସଙ୍ଗ ଉତ୍ପାଦଗୁଡିକ ଉପରେ ଆକର୍ଷଣୀୟ କ୍ୟାଶବ୍ୟାକ୍ ଅଫର୍ ଓ ମେଗା ରିହାତିର ଘୋଷଣା କରାଯାଇଛି । ସାମ୍‌ସଙ୍ଗ ଡଟ୍ କମ୍‌ରୁ ସପିଙ୍ଗ୍ କରୁଥିବା ଉପଭୋକ୍ତାମାନେ ଦେଶବ୍ୟାପୀ ୧୬୦୦୦ ପିନ୍‌କୋଡ୍‌ରେ ନିଜ ଡୋର୍‌ଷ୍ଟେପ୍‌ରେ ସାମ୍‌ସଙ୍ଗ ଉତ୍ପାଦଗୁଡିକର ୨ରୁ ୩ ଦିନ ମଧ୍ୟରେ ସୁପର୍‌ଫାଷ୍ଟ ଡେଲିଭରି ସୁବିଧା ପାଇପାରିବେ ।
ସାମ୍‌ସଙ୍ଗ ଡଟ୍ କମ୍‌ରେ ସପିଙ୍ଗ୍ ଉପରେ ଉପଭୋକ୍ତାମାନେ ସାମ୍‌ସଙ୍ଗର ଫ୍ଲାଗ୍‌ସିପ ଗ୍ୟାଲାକ୍ସି ଏସ୍‌୨୦+ ଭଳି ନିର୍ଦ୍ଧିଷ୍ଟ ଗ୍ୟାଲାକ୍ସି ସ୍ମାର୍ଟଫୋନ୍‌ଗୁଡିକ ଉପରେ ୪୦% ପର୍ଯ୍ୟନ୍ତ ରିହାତି ପାଇପାରିବେ । ସାମ୍‌ସଙ୍ଗ ୱାୟାରଲେସ୍ ଚାର୍ଜର୍ ଓ ଜେବିଏଲ୍ ସ୍ପିକର୍ ଭଳି ନିର୍ଦ୍ଧିଷ୍ଟ ଆକ୍‌ସେସରିଜ୍ ଉପରେ ୬୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି । ଉପଭୋକ୍ତାମାନେ ଟିଭି ଓ ହୋମ୍ ଆପ୍ଲାଏନ୍ସଗୁଡିକର ଏକ ବିସ୍ତୃତ ଶୃଙ୍ଖଳା ଯେପରିକି ଦ ଫ୍ରେମ୍ ଟେଲିଭିଜନ, ସ୍ପେସ୍‌ମ୍ୟାକ୍ସ ଫ୍ୟାମିଲି ହବ୍ ଫ୍ରେଂଚ୍ ଡୋର୍ ରେଫ୍ରିଜରେଟର୍ ଓ ହାଇଜିନ୍ ଷ୍ଟିମ୍ ୱାଶିଙ୍ଗ୍ ମେସିନ୍ ସହିତ ଫ୍ରଂଟ୍ ଲୋଡ୍ ଇକୋବବଲ୍ ଆଦି ଉପରେ ୪୫% ପର୍ଯ୍ୟନ୍ତ ରିହାତି ପାଇବାପାରିବେ । ସାମ୍‌ସଙ୍ଗ ପକ୍ଷରୁ ପ୍ରମୁଖ ବ୍ୟାଙ୍କ ଯେପରିକି ଏଚ୍‌ଡିଏଫ୍‌ସି, ଆଇସିଆଇସିଆଇ ବ୍ୟାଙ୍କ ଓ ଏସ୍‌ବିଆଇ ଆଦି ସହିତ ସହଭାଗିତା କରାଯାଇଛି- ଯାହାଫଳରେ ଉପଭୋକ୍ତାମାନେ ଚଳିତ ପାର୍ବଣ ଋତୁରେ ସାମ୍‌ସଙ୍ଗ ଡଟ୍ କମ୍‌ରେ ଅନ୍‌ଲାଇନ୍ ସପିଙ୍ଗ୍ ସମୟରେ ନିଜ କ୍ରୟ ଉପରେ ୧୨.୫% ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ପାଇପାରିବେ ।
ଏହି ରିହାତି ଓ ଅଫର୍‌ଗୁଡିକ ଏକ ସୀମିତ ଅବଧି ପାଇଁ, ଆସନ୍ତା ଅକ୍ଟୋବର ୧୫ରୁ ନଭେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିବ । ଏହି ଆକର୍ଷଣୀୟ ରିହାତି ଓ କ୍ୟାଶବ୍ୟାକ୍ ଅଫର୍‌ଗୁଡିକ ସହିତ ଉପଭୋକ୍ତାମାନେ ସାମ୍‌ସଙ୍ଗ ୨୦କେ ଆଡ୍‌ଭାନ୍‌ଟେଜ୍‌, ସାମ୍‌ସଙ୍ଗ ରେଫେରାଲ ଆଡ୍‌ଭାନ୍‌ଟେଜ୍‌, ସାମ୍‌ସଙ୍ଗ ଷ୍ଟୁଡେଂଟ୍ ଆଡ୍‌ଭାନ୍‌ଟେଜ୍ ଭଳି ଅଫରର ବ୍ୟବହାର କରି ପ୍ରତ୍ୟେକ କ୍ରୟ ଉପରେ ଲାଭ ପାଇପାରିବେ । ଏସମ୍ପର୍କରେ ସାମ୍‌ସଙ୍ଗ ଇଣ୍ଡିଆର ବରିଷ୍ଠ ଉପାଧ୍ୟକ୍ଷ, ଆସିମ୍ ୱାରସି୍ କହିଛନ୍ତି, “ଚଳିତ ପାର୍ବଣ ଋତୁରେ ସାମ୍‌ସଙ୍ଗ ଡଟ୍ କମ୍ ଅନ୍‌ଲାଇନ୍ ଷ୍ଟୋର୍ ସମସ୍ତ ସାମ୍‌ସଙ୍ଗ ଉତ୍ପାଦଗୁଡିକ ପାଇଁ ପହଂଚଯୋଗ୍ୟ ଗନ୍ତବ୍ୟସ୍ଥଳରେ ପରିଣତ ହେବ । ଉପଭୋକ୍ତାମାନେ ନିର୍ଦ୍ଧିଷ୍ଟ ଉତ୍ପାଦ ଉପରେ ସର୍ବାଧିକ ୬୦% ପର୍ଯ୍ୟନ୍ତ ରିହାତି ଓ କ୍ୟାଶବ୍ୟାକ୍ ଅଫର୍ ପାଇପାରିବେ । କିନ୍ତୁ ସମସ୍ତ ଉତ୍ପାଦ ଉପରେ ନିଶ୍ଚିତ ଆକର୍ଷଣୀୟ ଉପହାର ରହିଛି ।”


Share It

Comments are closed.