ଭୂତ ସହ ‘ଲିଭ ଇନ ରିଲେସନ’ରେ ଥିଲେ ଏହି ମହିଳା, କ’ଣ କହୁଛନ୍ତି ଶୁଣନ୍ତୁ


ଆଜିର ଏହି ବିଜ୍ଞାନ ଯୁଗରେ ଭୂତ-ପ୍ରେତ ଉପରେ ବିଶ୍ୱାସ କରିବା ହୁଏତ କିଛି ଲୋକଙ୍କ ପାଇଁ ସହଜ ହୋଇନପାରେ । କିନ୍ତୁ ବେଳେବେଳେ ଏମିତି ଅନେକ ମାମଲା ସାମ୍ନାକୁ ଆସିଥାଏ ଯାହା ସମସ୍ତଙ୍କୁ ଚକିତ କରିଥାଏ । ଏମିତି ଏକ ମାମଲା ସାମ୍ନାକୁ ଆସିଛି । ଜଣେ ମହିଳା, ଭୂତକୁ ନେଇ ଏକ ଚକିତ କରିବା ଭଳି ଖୁଲାସା କରିଛନ୍ତି । ବ୍ରିଟେନର ଜଣେ ମହିଳା କହିଛନ୍ତି ଯେ ସେ ଭୂତ ସହିତ ରିଲେସନସିପରେ ଥିଲେ ।

 

ଏମଥିଷ୍ଟ ରିଲ୍ମ ନାମକ ଜଣେ ମହିଳା କହିଛନ୍ତି କି ସେ ଏକ ଭୂତ ସହିତ ବନ୍ଧୁତା କରିଥିଲେ । ସେ ତା ସହିତ ଛୁଟି ବିତାଉଥିଲେ । ତାଙ୍କ କହିବା ଅର୍ଥ ସେ ଭୂତ ସହିତ ସିରିଏସ ରିଲେସନସିପରେ ଥିଲେ । ତେବେ ବର୍ତ୍ତମାନ ସେହି ରିଲେସନସିପ୍ ସମାପ୍ତ ହୋଇସାରିଛି । ରିଲ୍ମଙ୍କ କହିବାନୁସାରେ ସେ ଉଭୟ ପରସ୍ପର ସହିତ ପ୍ରେମରେ ଗଭୀର ଭାବେ ଡୁବି ଯାଇଥିଲେ । ସେ ୨୦୧୮ରେ ଅଷ୍ଚ୍ରେଲିଆ ଛୁଟି ବିତାଇଥିଲେ । କିନ୍ତୁ ଫେରିବା ପରେ ଭୂତର ବ୍ୟବହାର ବଦଳିଗଲା । ବୋଧହୁଏ ସେ ଆଉ କାହା ପ୍ରେମରେ ପଡିଯାଇଥିବ ବୋଲି ସେ କହିଥିଲେ । ଏହା ପରେ ଉଭୟଙ୍କ ସମ୍ପର୍କ ଖରାପ ହୋଇଯାଇଥିଲା । ରିଲ୍ମ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ଗତ କିଛି ବର୍ଷରେ ସେ ଆଉ ଭୂତ ସହିତ ସମ୍ପର୍କରେ ନାହାଁନ୍ତି ।


Share It

Comments are closed.