ଭାଇରସ ବଦଳରେ ଶରୀରକୁ ଆକ୍ରମଣ କରୁଛି କରୋନାରୁ ସୃଷ୍ଟି ହେଉଥିବା ଅଟୋଆଂଟିବଡି


କରୋନାରେ ପୀଡିତ କିଛି ଲୋକଙ୍କଠାରେ ଏହିପରି ‘ଅଟୋଆଂଟିବଡି’ ପ୍ରସ୍ତୁତ ହେଉଛି ଯାହା ଭାଇରସକୁ ଆକ୍ରମଣ କରିବା ପରିବର୍ତ୍ତେ ଶରୀରକୁ ଆକ୍ରମଣ କରିଦେଉଛି। ଏକ ନୂତନ ଅନୁସନ୍ଧାନରେ ଏହା ଜଣାପଡ଼ିଛି| ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ଲଙ୍ଗ୍ କୋଭିଡ ପଛରେ ଏହି ଅଟୋଆଂଟିବଡି ମଧ୍ୟ ଏକ କାରଣ ହୋଇପାରେ |

ଲଙ୍ଗ୍ କୋଭିଡ ଏକ ପରିସ୍ଥିତିକୁ ବୁଝାଏ ଯେତେବେଳେ କରୋନା ଠାରୁ ନେଗେଟିଭ ଘୋଷିତ ହେବାର ଅନେକ ସପ୍ତାହ ପରେ ମଧ୍ୟ ଲୋକମାନଙ୍କର ବିଭିନ୍ନ ସମସ୍ୟା ରହିଥାଏ | ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ କରୋନା ସଂକ୍ରମଣ ପରେ ରକ୍ଷା ପାଇଥିବା କିଛି ଲୋକଙ୍କ ଠାରେ କ୍ଷତିକାରକ ଇମ୍ୟୁନୋ ସେଲ୍ସ ବିକଶିତ ହୋଇଥାନ୍ତି।

ଜର୍ଜିଆର ଇମୋରୀ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏକ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ ଏହି ଅଟୋଆଂଟିବଡିଗୁଡିକ କେତେକ ହେପାଟାଇଟିସ୍ ରୋଗରେ ଅଟୋଇମ୍ୟୁନ୍ ରେସପନ୍ସ ସହିତ ସମାନ | ବୈଜ୍ଞାନିକମାନେ କହିଛନ୍ତି ଯେ ଏହି କାରଣରୁ ହୁଏତ ଲଙ୍ଗ୍ କୋଭିଡ ରୋଗର ଉପଶମ ପାଇବା କଷ୍ଟସାଧ୍ୟ ହୋଇପାରେ।

ଡେଲି ମେଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଲଙ୍ଗ କୋଭିଡ ସହ ଲଢ଼ୁଥିବା ଲୋକଙ୍କ ସଠିକ୍ ସଂଖ୍ୟା ଜାଣିବା କଷ୍ଟକର, କିନ୍ତୁ ଏହିପରି ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଅନେକ କରୋନା ରୋଗୀ ନେଗେଟିଭ ଘୋଷିତ ହେବା ପରର ଅନେକ ମାସ ପର୍ଯ୍ୟନ୍ତ ନିଜକୁ ବହୁତ ଦୁର୍ବଳ ଏବଂ ଥକ୍କା ଅନୁଭବ କରୁଛନ୍ତି|

ବ୍ରିଟେନରେ କରାଯାଇଥିବା ଏକ ଅଧ୍ୟୟନରେ ଏହା ଜଣାପଡିଛି ଯେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୧୧୦ ଜଣ କରୋନା ରୋଗୀଙ୍କ ମଧ୍ୟରୁ ୮୧ (୭୪ ପ୍ରତିଶତ) ଜଣ ଡାକ୍ତରଖାନାରୁ ଡିସଚାର୍ଜ ହେବାର ତିନିମାସ ପରେ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲଙ୍ଗ କୋଭିଡ୍ ଶିକାରରେ ସବୁ ବୟସର ଲୋକ ଅନ୍ତର୍ଭୁକ୍ତ |


Share It

Comments are closed.