ଲୁଣ ଦ୍ୱାରା ଦୂର କରନ୍ତୁ ଆପଣଙ୍କ ବାସ୍ତୁ ଦୋଷ


ଦୈନଦିନ ଜୀବନରେ ଲୁଣ ଖାଦ୍ୟ ପାଇଁ ଏକ ଅପରିହାର‌୍ୟ୍ୟ ପଦାର୍ଥ । ବିନା ଲୁଣରେ ଆମେ ଖାଦ୍ୟକୁ ଖାଇବା ଅସମ୍ଭବ । କେବଳ ଖାଦ୍ୟ ଦୃଷ୍ଟିରୁ ମଧ୍ୟ ଲୁଣର ଅନେକ ମହତ୍ତ୍ୱ ରହିଛି । କୁହାଯାଏ ଲୁଣର ଭିନ୍ନ ଭିନ୍ନ ବ୍ୟବହାର ଦ୍ୱାରା ଘରେ ନକାରାତ୍ମକ ଶକ୍ତି ନଷ୍ଟ ହେବା ସହିତ ସକାରତ୍ମକ ଶକ୍ତି ପ୍ରଭାବିତ ହୋଇଥାଏ । ବିଶେଷ କରି ମାନସିକ ଶାନ୍ତି, ସମୃଦ୍ଧି ଓ ସୁଖ ଏବଂ ଅର୍ଥ ସମ୍ବନ୍ଧରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଲୁଣ ବିଶେଷତଃ ଦୁଇ ପ୍ରକାରର ଯଥା ସାମୁଦ୍ରିକ ତଥା ପାହାଡୀ । ବିଶେଷକରି ସାମୁଦ୍ରିକ ଲୁଣ ବ୍ୟବହାର କରାଯାଇନଥାଏ ।
ଆସନ୍ତୁ ଏହା ସମ୍ବନ୍ଧରେ କିଛି ରୋଚକ ତଥ୍ୟ ଜାଣିବା
– ନିତ୍ୟ ବ୍ୟବହାର‌୍ୟ୍ୟରେ ଲୁଣର ବ୍ୟବହାରରେ ସାବଧାନତା କରିବା ଜରୁରୀ ।
– ଲୁଣକୁ ସବୁବେଳେ କାଚ ପାତ୍ରରେ ରଖିବା ଜରୁରୀ
– ଲୁଣକୁ ସିଧାସଳଖ କାହା ହାତରେ ଦେବା ଉଚିତ ନୁହେଁ ।
– ଲୁଣକୁ ତଳେ ଫୋପାଡୁନ୍ତୁ ନାହିଁ ଏବଂ ତାହାକୁ ନଷ୍ଟ ନକରିବାକୁ ଚେଷ୍ଟା କରନ୍ତୁ ।
– ବାସ୍ତୁ ବିଶେଷଜ୍ଞଙ୍କ ଅନୁସାରେ ଘରକୁ ଲୁଣ ପାଣିରେ ପୋଛିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତିର ବିନାଶ ହୋଇଥାଏ ।
– ଯେତେବେଳେ କାଚ ପାତ୍ରରେ ଲୁଣ ଭରି କରି ରଖୁଛନ୍ତି, ସଥିରେ ଗୋଟାଏ ଲବଙ୍ଗ ପାକାଇ ରଖନ୍ତୁ । ଏହାର ଦ୍ୱରା ଘରକୁ ସୁଖ ସମୃଦ୍ଧି ଏବଂ ଘରକୁ ଅର୍ଥ ଆଗମନ ହୋଇଥାଏ ।
– ଲୁଣ ଦ୍ୱାରା ମାନସିକ ଶାନ୍ତି ମଧ୍ୟ ମିଳି୍ଥାଏ । ଯଦି ଆଶନ୍ତିରେ ରହୁଛନ୍ତି ତେବେ ଗାଧୋଇବା ପାଣିରେ କିଛି ପରିମାଣରେ ଲୁଣ ପକାଇ ଗାଧାନ୍ତୁ ଏବଂ ପାହଡୀ ଲୁଣକୁ ଘରେ ଏକ କୋଣରେ ରଖନ୍ତୁ । ଏହା ଦ୍ୱାରା ନକାରତ୍ମାକ ଶକ୍ତି ଦୂର ହୋଇଯାଇଥାଏ ।
– ଯଦି ଘରେ ବହୁଦିନ ଧରି କେହି ଅସୁସ୍ଥ ଥାନ୍ତି, ତେବେ ତାଙ୍କ ବିଛଣାରେ ଏକ କାଚ ବୋତଲରେ ଲୁଣ ଭରିକି ରଖନ୍ତୁ । ଏବଂ ପ୍ରତି ମାସରେ ଏହାକୁ ବଦଳାଇ ଦିଅନ୍ତୁ । ଏହା କରିବା ଦ୍ୱାରା ଏହି ପରିସ୍ଥିତିରେ ସୁଧାର ମିଳିବ ।


Share It

Comments are closed.