ଡାକ୍ତର ଏବଂ ପୋଲିସକର୍ମୀଙ୍କ ଉପରେ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କଲେ ସଲମାନ, ଭିଡିଓ ଭାଇରାଲ


ଦେଶରେ କରୋନା ବିରୋଧରେ ଚାଲିଥିବା ଲଢେଇରେ ସବୁଠାରୁ ବଡ ଭୂମିକା ରହିଛି ଡାକ୍ତର ତଥା ଚିକିତ୍ସା ସେବାରେ ନିୟୋଜିତ ଥିବା କର୍ମଚାରୀଙ୍କ । ତେବେ ଏହା ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ କରୋନା ମୁକାବିଲାରେ ନିୟୋଜିତ ଥିବା ଏହି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ କରାଯାଉଛି । ସଂଘବଦ୍ଧ ହୋଇ ଡାକ୍ତରଙ୍କୁ ମାଡ ମାରିବାର ଚିତ୍ର ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି । ଆଉ ଏପରି ଘଟଣାକୁ କଡା ନିନ୍ଦା କରିଛନ୍ତି ବଲିଉଡ ଅଭିନେତା ସଲମାନ ଖାନ୍ ।

Posted by Guru Ghantal on Wednesday, April 15, 2020

କରୋନାର କରୁଣ ପରିସ୍ଥିତିରେ ତାଲାବନ୍ଦ ନିୟମକୁ ପାଳନ କରୁନଥିବା ଏବଂ ଡାକ୍ତରଙ୍କ ଉପରେ ଆକ୍ରମଣ ପରି ନିନ୍ଦନୀୟ କାଣ୍ଡ ଘଟାଉଥିବା ଲୋକଙ୍କୁ କଠୋର ସମାଲୋଚନା କରିଛନ୍ତି ସଲମାନ । ଏହା ସହିତ ବର୍ତ୍ତମାନ ସ୍ଥିତିରେ ସମସ୍ତେ କରୋନା ବିରୋଧରେ ସତେଚନ ହୋଇ ଲଢିବା ପାଇଁ ବାର୍ତ୍ତା ଦେଇଛନ୍ତି । କରୋନା ଲଢେଇରେ ଡାକ୍ତରଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ସଲମାନ । ଅନ୍ୟପଟେ ଲକଡାଉନ କଟକଣାକୁ ଅବମାନନା କରୁଥିବା ଲୋକଙ୍କୁ କଠୋର ସମାଲୋଚନା କରିଛନ୍ତି ଭାଇଜାନ୍ । ସରକାରଙ୍କ ନିୟମ ନମାନି ବାହାରେ ବୁଲୁଥିବା ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ।


Share It

Comments are closed.