‘ତେରେ ନାମ’କୁ ନେଇ ଖୁସି ନଥିଲେ ସଲମାନ, ଫିଲ୍ମକୁ ନେଇ କହିଦେଇଥିଲେ ଏତେ ବଡ କଥା


ବଲିଉଡ ସୁପରଷ୍ଟାର ସଲମାନ ଖାନ ନିଜ କ୍ୟାରିୟରେ ଅନେକ ହିଟ ଫିଲ୍ମ ବିଲଉଡକୁ ଭେଟି ଦେଇଛନ୍ତି । ଆପଣ ସଲମାନଙ୍କ ପ୍ରଶଂସକ ହୁଅନ୍ତୁ କିମ୍ବା ନହୁଅନ୍ତୁ କିନ୍ତୁ ଏହା ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବା ଯେ, ସଲମାନ ସର୍ବଦା ଏହି କଥାକୁ ନେଇ ଚିନ୍ତିତ ଥାନ୍ତି ଯେ, ତାଙ୍କର ଫିଲ୍ମ ଯୁବକ ଏବଂ ପିଲାମାନଙ୍କ ଉପରେ ଯେପରି ଖରାପ ପ୍ରଭାବ ନପକାଉ । ଏହିଭଳି ଏକ କଥା ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେଉଁଥିରେ ନିଜର ହିଁ ଏକ ଫିଲ୍ମକୁ ନେଇ ଖୁସି ନଥିଲେ ।
‘ତେରେ ନାମ’ ସଲମାନଙ୍କ ହିଟ ଫିଲ୍ମ ମାନଙ୍କ ମଧ୍ୟରେ ଅନ୍ୟତ୍ତମ ଅଟେ । ନିକଟରେ ବଲିଉଡ ଲାଇଫକୁ ଦେଇଥିବା ଏକ ସାକ୍ଷାତକାରରେ ଫିଲ୍ମର ନିର୍ଦ୍ଦେଶକ ସତୀଶ କୌଶିକ କହିଛନ୍ତି ଯେ, ‘ତେରେ ନାମ’ ଫିଲ୍ମ ହିଟ ହେବା ସତ୍ତ୍ୱେ ମଧ୍ୟ ସଲମାନ ଏହି ଫିଲ୍ମକୁ ନେଇ ଖୁସି ନଥିଲେ । ‘ରାଧେ’ର ସ୍ୱଭାବ ଏପରି ଥିଲା ଯେ, ସେ ନିଜ ପ୍ରେମିକା ସହ ଖରାପ ବ୍ୟବହାର କରୁଥିଲା । ସଲମାନ ଏହାକୁ ନେଇ ସତୀଶଙ୍କୁ କହିଥିଲେ, “କ’ଣ ଆମେ ଏହି ଫିଲ୍ମ ଦ୍ୱାରା ସମାଜକୁ ଖରାପ ସନ୍ଦେଶ ଦେଉ ନାହୁଁ ? ।” ସଲମାନଙ୍କ ଆପତ୍ତି ନିଜ ଜାଗାରେ ଠିକ ଥିଲା ।
ଏହାପରେ ସତୀଶ, ସଲମାନଙ୍କୁ ବୁଝାଇବା ପାଇଁ ପଡଥିଲା ବୋଲି ସେ କହିଛନ୍ତି । ସେ ସଲମାନଙ୍କୁ କହିଥିଲେ ବିଭିନ୍ନ ପ୍ରକାରର ଭୂମିକା ଫିଲ୍ମରେ ଦେଖାଇବା ନିହାତି ଆବଶ୍ୟକ କିନ୍ତୁ ଅନ୍ତରେ ଖଳ ପ୍ରବୃତ୍ତି ଭୂମିକାର ବିଜୟ ଯେପରି ନହେବ ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆଜିକାଲିର ସୋସିଆଲ ମିଡିଆ ଯୁଗରେ ଯଦି ‘ତେରେ ନାମ’ ରିଲିଜ ହୋଇଥାନ୍ତା ତେବେ ତାଙ୍କୁ ଏବଂ ସଲମାନଙ୍କୁ ଅନେକ ସମାଲୋଚନାର ଶୀକାର ହେବାକୁ ପଡିଥାନ୍ତା ଏଥିପାଇଁ ସେ ଗତ ବର୍ଷ ରିଲିଜ ହୋଇଥିବା ‘କବୀର ସିଂହ’ ଫିଲ୍ମର ଉଦାହରଣ ଦେଇଛନ୍ତି ।
ପ୍ରକାଶ ଥାଉକି, ସଲମାନ ଫିଲ୍ମରେ ଅଶ୍ଲିଳତାର ଘୋର ବିରୋଧୀ ଅଟନ୍ତି । ସେ ଅନେକ ଥର ସାକ୍ଷାତକାରରେ କହିସାରିଛନ୍ତି ଯେ, ସେପରି ଫିଲ୍ମରେ କାମ କରିବାକୁ ଚାହାଁନ୍ତି ଯେଉଁଥିରେ ସେ ନିଜ ମା’ ଏବଂ ପରିବାର ଲୋକଙ୍କ ସହ ବସି ଏକାଠି ଦେଖିପାରିବେ ।


Share It

Comments are closed.