୨୦ ଏପ୍ରିଲ ପରେ ପରିସ୍ଥିତିକୁ ଦେଖି କିଛି ଅଞ୍ଚଳରେ ଲକଡାଉନକୁ କରାଯାଇପାରେ କୋହଳ


ସାରା ଦେଶରେ କରୋନାର ଭୟାବହତା ମଧ୍ୟରେ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ଲକଡାଉନ ଅବଧିକୁ ୩ ମେଇ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତି ନେଇଛନ୍ତି । ଲକଡାଉନର ୨୧ତମ ଦିନରେ ଦେଶର ଜନସାଧାରଣଙ୍କୁ ସମ୍ବୋଧିତ କରିବା ଯାଇ ପ୍ରଧାନମନ୍ତ୍ରୀ ମଙ୍ଗଳବାର ସକାଳ ୧୦ଟାରେ କରୋନାର ଭାଇରସର ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଲକଡାଉନ ଅବଧିକୁ ୩ ମେଇ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ମଧ୍ୟରେ ୨୦ ଏପ୍ରିଲ ପରେ ଯେଉଁ ଅଞ୍ଚଳମାନଙ୍କରେ କରୋନା କେସ ନଥିବା ସେହି ସ୍ଥାନମାନଙ୍କରେ ପରିସ୍ଥିତକୁ ଦେଖି ଲକଡାଉନକୁ କୋହଳ କରାଯାଇପାରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶର ଜନସାଧାରଣ ଯେଉଁଭଳି ଭାବରେ ନିଜର ତ୍ୟାଗ ଏବଂ ତପସ୍ୟାର ପରିଚୟ ଦେଇଛନ୍ତି, ତାହା କରୋନା ବିରୋଧୀ ଲଢେଇରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ କରୋନାର ପ୍ରକୋପକୁ ଦେଶରେ ପ୍ରତିହତ କରିବା ପାଇଁ ୨୪ ମାର୍ଚ୍ଚରେ ୨୧ ଦିନ ପାଇଁ ଦେଶବ୍ୟାପୀ ଲକଡାଉନର ଘୋଷଣା କରିଥିଲେ । ଏହି ୨୧ ଦିନିଆ ଲକଡାଉନର ଅବଧି ଆଜି ଶେଷ ହେବାକୁ ଯାଉଛି ।
କରୋନାର ବଢୁଥିବା ପ୍ରକୋପକୁ ଦେଖି ସାରା ବିଶ୍ୱରେ ସମସ୍ତ ଦେଶର ସରକାରଙ୍କୁ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇ ଦେଇଛି । ଭାରତରେ କରୋନା ବିରୋଧୀ ଲଢେଇ ଆଗକୁ କିପରି ବଢିବ, ଆମେ କିପରି ବିଜୟୀ ହେବା, ଲୋକଙ୍କ ସମସ୍ୟା କିପରି କମ ହେବ ଏହି ସମସ୍ତ କଥାକୁ ନେଇ ମୁଁ ନିରନ୍ତର ଭାବେ ସମସ୍ତ ରାଜ୍ୟର ପ୍ରତିନିଧିଙ୍କ ସହ ପଙ୍ଖାନୁପଙ୍ଖ ଆଲୋଚନା କରିଥିଲି ବୋଲି ପ୍ରଧାନମନ୍ତ୍ରୀ କହିଥିବାବେଳେ ଅନେକ ରାଜ୍ୟ ପୂର୍ବରୁ ଲକଡାଉନ ଅବଧିକୁ ଘୁଞ୍ଚାଉ ସାରିଥିଲେ । ସେ ଆଗକୁ ଆହୁରୀ କହିଛନ୍ତି, ସମସ୍ତ ପରାମର୍ଶକୁ ଧ୍ୟାନରେ ରଖି ଭାରତରେ ଲକଡାଉନ ଅବଧିକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ନିଷ୍ପତି ନିଆଯାଇଛି ଏହାର ଅର୍ଥ ଏହା ଯେ, ଦେଶର ସମସ୍ତ ଜନସାଧାରଣଙ୍କୁ ୩ ମେ ପର୍ଯ୍ୟନ୍ତ ଲକଡାଉନରେ ରହିବାକୁ ପଡିବ । ଏହା ମଧ୍ୟରେ ଆମେ ଅନୁଶାସନକୁ ସେହିଭଳି ପାଳନ କରିବୁ ଯେଉଁଭଳି ଆମେ ପୂର୍ବରୁ କରିଆସିଥିଲୁ ।


Share It

Comments are closed.