ଦୀର୍ଘ ବର୍ଷ ପରେ ପୁଣି ଥରେ ବ୍ରେରବ୍ରୋନ ଷ୍ଟାଡିୟମରେ ଖେଳାଯିବ ଆନ୍ତର୍ଜାତିକ ମ୍ୟାଚ


ଟିମ ଇଣ୍ଡିଆ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁଥିବା ପାଞ୍ଚଟି ଦିନିକିଆ ବିଶିଷ୍ଟ ଏହି ସିରିଜର ଚତୁର୍ଥ ମ୍ୟାଚ ବ୍ରେରବ୍ରୋନ ଷ୍ଟାଡିୟମରେ ଖେଳାଯିବାକୁ ଅଛି । ଏହିି ମ୍ୟାଚର ଉଦଘାଟନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଘଣ୍ଟି ବଜାଇ କରିବେ । ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ଏହି ସିରିଜର ଚତୁର୍ଥ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥାନ୍ତା କିନ୍ତୁ ଏହାକୁ ବ୍ରେରବ୍ରୋନ ଷ୍ଟାଡିୟମକୁ ସ୍ଥାନନ୍ତର କରାଇ ଦିଆଯାଇଛି ।
ଏହି ପରିପ୍ରେକ୍ଷୀରେ ଭାରତୀୟ କ୍ରିକେଟ କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏହି ଷ୍ଟାଡିୟମରେ ମ୍ୟାଚକୁ ଖେଳିବା ପାଇଁ ଦୁଇଟି ଟିମର ଖେଳାଳୀଙ୍କ ସମେତ ମୁମ୍ବାଇର କ୍ରିକେଟ ପ୍ରେମୀଙ୍କୁ ଏଠାରେ ବସି ଖେଳ ଦେଖିବାରେ ଅଲଗା ଅନୁଭବ ପ୍ରଦାନ କରିବ । ଏଠାରେ ପିଚକୁ ଏଭଳି ପ୍ରସ୍ତୁତ କରାଯାଉଛି ସେଥିପାଇଁ ଆଶା କରାଯାଉଛି ଯେ, ଏଠାରେ ହାଇ ସ୍କୋରିଙ୍ଗ ମ୍ୟାଚ ହେବ ।
ପ୍ରକାଶ ଥାଉକି ଦୀର୍ଘ ୯ ବର୍ଷ ପରେ ଏହି ବ୍ରେରବ୍ରୋନ ଷ୍ଟାଡିୟମରେ କୌଣସି ଆନ୍ତର୍ଜାତିକ ମ୍ୟାଛ ଖେଳାଯାଇ ନାହିଁ । ଏହି ଷ୍ଟାଡିୟମରେ ଶେଷ ଥର ପାଇଁ ୨୦୦୯ ମସିହାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା । କେବଳ ଏତିକି ନୁହେଁ ଶେଷ ଥର ପାଇଁ ୨୦୦୬ ମସିହାରେ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ପ୍ରାୟତଃ ଏଠାରେ ସବୁବେଳେ ଅଭ୍ୟାସ ମ୍ୟାଚ ଖେଳାଯାଏ କନ୍ତୁ ଅନେକ ବର୍ଷ ପରେ ଏଠାରେ ପୁଣି ଥରେ ଆନ୍ତର୍ଜାତିକ ମ୍ୟାଚ ଖେଳାଯିିବାର ଆଶା ଜୁଟିଛିି ।


Share It

Comments are closed.