ଆରମ୍ଭ ହେଲା ଫିଲ୍ମ “ଜିିରୋ”ର ପ୍ରମୋସନ


ଶାହାରୁଖ ଖାନଙ୍କ ଆଗାମୀ ଫିଲ୍ମ “ଜିିରୋ”ର ପ୍ରମୋସନ ଆରମ୍ଭ ହେଇଯାଇଛି । ଫିଲ୍ମଟି ଏହି ବର୍ଷ କ୍ରିସମାସରେ ରିଲିଜ ହେବାର ସମ୍ଭାବନା ରହିଛି । ଆନନ୍ଦ ଏଲ ରାଇଙ୍କ ଏହି ଫିଲ୍ମରେ ଶାହାରୁଖ ଏକ ବାମନ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଶାହାରୁଖଙ୍କ ନାମ “ବଉଆ ସିଂହ” ରହିବା ସହ ଟ୍ୱିଟର ହ୍ୟାଣ୍ଡେଲରେ ବଉଆ ନିଜର ପ୍ରମୋସନ କରିବା ମଧ୍ୟ ଆରମ୍ଭ କରିଦେଲେଣି । ସାଧାରଣତଃ ବରୁଣ ଧୱନ ଏବଂ ଅନୁଷ୍କା ଶର୍ମାଙ୍କ ଭଲି ଅଭିନେତ୍ରୀ ନିଜର ଫିଲ୍ମ ରିଲିଜ ହେବା ପୂର୍ବରୁ ନିଜ ଆକାଉଣ୍ଟର ନାମ ପରିବର୍ତ୍ତନ କରି ଫିଲ୍ମରେ ଅଭିନୟ କରିଥିବା ଭୂମିକାଙ୍କ ନାମରେ ରଖିଦେଇଥାନ୍ତି ।
କିନ୍ତୁ ବର୍ତ୍ତମାନ ଶାହାରୁଖ ଏକ ପାଦ ଆଗକୁ ଯାଇ ଜିରୋ ଫିଲ୍ମରେ ସମସ୍ତ ଭୂମିକାକୁ ଗୋଟେ ଫ୍ରେମରେ ନେଇ ଆସିଛନ୍ତି । ବଉଆ ନିଜର ପ୍ରଥମ ଟ୍ୱିଟ କରି ଲେଖିଛନ୍ତି ଯେ, “ମେଁ ଜୋ ହୁ, ମେଁ ବଉଆ ସିଂହ ହୁ ଜନାବ । ଇସ ବାତ କୋ ଆପ ବେହତ ଲିହାଜ କିଜିଏଗା ଓର ଜୋ ନେହି କରେଗା, ଉନସେ ମୋହବତ କରକେ ମେଁ ଉହ୍ନେ ମାର ଡାଲୁଗା । ”

ଏହି ଫିଲ୍ମରେ ଶାହାରୁଖଙ୍କ ସହ ନଜର ଆସିବେ କ୍ୟାଟରିନା ଏବଂ ଅନୁଷ୍କା । ପୂର୍ବରୁ କ୍ୟାଟରିନାଙ୍କ ଏକ ଲୁକ ରିବିଜ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁଷ୍କାଙ୍କ କୌଣସି ବି ଲୁକ ରିଲିଜ ହୋଇ ନାହିଁ । ଏମାନଙ୍କ ସମେତ ଫିଲ୍ମରେ ଅଭୟ ଦେୱଲ ମଧ୍ୟ ନଜର ଆସିବେ ।
ମିଳିଥିବା ସୂଚନା ମୁତାବକ ଫିଲ୍ମର ପ୍ରଥମ ସଲମାନ ଖାନଙ୍କୁ ଅଫର କରାଯାଇଥିଲା ସେ ଏହାକୁ ନେଇ ମଧ୍ୟ ବେଶ ଉତ୍ସାହିତ ଥିଲେ । କିନ୍ତୁ ସଲମାନ ଏକ ସର୍ତ୍ତ ରଖିଥିଲେ ଯେ, ତାଙ୍କର ବାମନ ରୋଲର ଖବର କେହି ଯେପରି ନଜାଣିବେ କିନ୍ତୁ ଏହି କୌଣସି ପ୍ରକାରରେ ଲିକ ହୋଇଯାଇଥିଲା । ଯାହା ଫଳରେ ସେ ଏହି ଫିଲ୍ମ ନକରିବା ପାଇଁ ମନା କରିଦେଇଥିଲେ । ଏହା ପରେ ଏହି ଫିଲ୍ମରେ ଶାହାରୁଖଙ୍କୁ ଚୟନ କରାଯାଇଥିଲା ।


Share It

Comments are closed.