ରୀୟାଙ୍କ ନ୍ୟାୟିକ ହେପାଜତର ଆଜି ହେଉଛି ଶେଷଦିନ, ୧୪ ଦିନ ଧରି ଜେଲରେ ବନ୍ଦୀ ଥିଲେ ଅଭିନେତ୍ରୀ
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଜଡିତ ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ଗିରଫ କରିଥିଲା ଏବଂ ପରେ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ଆଜି ରିୟାଙ୍କ ହେପାଜତର ଶେଷ ଦିନ | ଏହି ଅଭିନେତ୍ରୀ ମୁମ୍ବାଇର ବାଇକୁଲ୍ଲା ଜେଲରେ ରହିଛନ୍ତି। ରିୟା କୋର୍ଟରେ ଦୁଇଥର ନିବେଦନ କରିଥିଲେ, ଯାହାକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ।
ରିୟା ଚକ୍ରବର୍ତ୍ତୀଙ୍କୁ ସୁଶାନ୍ତ ସିଂଙ୍କ ମାମଲାରେ ଡ୍ରଗ୍ସ ସମ୍ବନ୍ଧରେ ଅନୁସନ୍ଧାନ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦଳ ସେପ୍ଟେମ୍ବର ୮ ରେ ଗିରଫ କରିଥିଲା। ଏହାପୂର୍ବରୁ ତାଙ୍କୁ ଅନେକ ରାଉଣ୍ଡ ପଚରାଉଚରା କରାଯାଇଥିଲା। ପ୍ରକାଶ ଥାଉ ଯଦି ଏହି ମାମଲାରେ ରିୟା ଚକ୍ରବର୍ତ୍ତୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ୧୦ ବର୍ଷ ଜେଲରେ ରହିବାକୁ ପଡିପାରେ |
ବଲିଉଡ ଅଭିନେତାଙ୍କ ମୃତ୍ୟୁ ସମ୍ପର୍କରେ ଜାଣିବା ପାଇଁ ଏନସିବି ଡ୍ରଗ୍ସ ମାମଲାର ତଦନ୍ତରେ ଜଡିତ ଅଛି। ପଚରାଉଚରା ବେଳେ ଏନସିବି ଅନେକ ଗୁରୁତ୍ୱପୂର୍ଣ୍ଣ ସୂତ୍ର ହାସଲ କରିଛି। ସେଥିପାଇଁ ଏନସିବି ଏପର୍ଯ୍ୟନ୍ତ ୧୭ ରୁ ଅଧିକଜଣଙ୍କୁ ଗିରଫ କରିଛି। ରିୟା, ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ, ସାମୁଏଲ ମିରାଣ୍ଡାଙ୍କ ସମେତ ଏନସିବି ଏପର୍ଯ୍ୟନ୍ତ ମୁମ୍ବାଇ ଏବଂ ଗୋଆର ଅନେକ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଛି। ଏନସିବି ବ୍ୟତୀତ ସିବିଆଇ ଏବଂ ଇଡି ମଧ୍ୟ ଏହି ମାମଲାର ତଦନ୍ତ କରୁଛନ୍ତି।
Comments are closed.