ଆଗାମୀ ବିଶ୍ୱ କପରେ ଦଳରେ ସାମିଲ ହୋଇପାରନ୍ତି ରିଷଭ


ଭାରତୀୟ ଯୁବ କ୍ରିକେଟର ରିଷଭ ପନ୍ତଙ୍କୁ ଆଗାମୀ ବିଶ୍ୱ କପରେ ଖେଳାଇବା ପାଇଁ ଚାଲିଥିବା କଳ୍ପନାଜଳ୍ପନାରେ ଏକ ପ୍ରକାରରେ ଅନ୍ତ ଘଟିଛି । କାରଣ ଭାରତୀୟ କ୍ରିକେଟ ଦଳର ପ୍ରମୁଖ ଚୟନକର୍ତ୍ତା ଏମଏସକେ ପ୍ରସାଦ କହିଛନ୍ତି ଯେ, ରିଷଭ ପନ୍ତ ବର୍ତ୍ତମାନ ଚାମ୍ପିଆନ କ୍ରିକେଟର ହେବାର ରାସ୍ତାରେ ଅଛନ୍ତି । ତାଙ୍କ ଭିତରେ କ୍ରିକେଟର ସବୁ ଫର୍ମାଟରେ ପାରଦର୍ଶିତା ଦେଖାଇବାର ଯୋଗ୍ୟତା ରହିଛି ଏବଂ ୨୦୧୯ ବିଶ୍ୱ କପରେ ତାଙ୍କୁ ସାମିଲ କରାଯିବା ପାଇଁ ବର୍ତ୍ତମାନ ଆମେ ଯୋଜନା ଚଳାଇଛୁ ।
ପ୍ରକାଶ ଥାଉକି ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ବିରୋଧରେ ଖେଳାଯିବାକୁ ଥିବା ଦିନିକିଆ ସିରିଜରେ ରିଷଭଙ୍କୁ ବିଶ୍ରାମ ଦିଆଯିବା ପରେ ଇଂଲଣ୍ଡ ଗସ୍ତରେ ଦଳରେ ତାଙ୍କ ସ୍ଥାନକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଥିଲା କିନ୍ତୁ ପ୍ରସାଦ, ରିଷଭ ଏବଂ ଶୁଭମଙ୍କୁ ଆଗାମୀ ସମୟରେ ଦଳରେ ସାମିଲ କରାଇବା ପାଇଁ ଯୋଜନା ଚଳାଇଛନ୍ତି ବୋଲି ସୂଚନା ଦେଇଛନ୍ତି ।
ଏହି ଅବସରରେ ପ୍ରସାଦ କହିଛନ୍ତି ଯେ, “ରିଷଭ ଅଷ୍ଟ୍ରେଲିଆରେ ତିନୋଟି ଟି-୨୦ ଏବଂ ୪ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ଏହା ଦ୍ୱାରା ତାଙ୍କ ଶରୀରରେ ଅନେକ ପ୍ରଭାବ ପଡିଛି । ସେଥିପାଇଁ ତାଙ୍କୁ ଦୁଇ ସପ୍ତାହର ବିଶ୍ରାମ ନିହାତି ଆବଶ୍ୟକ । ଏହା ପରେ ଆମେ ନିଷ୍ପତି ନେବୁ ଯେ, ସେ ଇଂଲଣ୍ଡ ଲାଏନ୍ସ ବିପକ୍ଷରେ କେତେ ମ୍ୟାଚ ଖେଳିବେ । ତେବେ ସତ କଥା ଏହା ଯେ, ସେ ବର୍ତ୍ତମାନ ଆମ ବିଶ୍ୱ କପ ଯୋଜନାରେ ଅଛନ୍ତି ।”


Share It

Comments are closed.