ଏବେ ପାକିସ୍ତାନ ସହ କଥାବାର୍ତ୍ତା ନୁହେଁ ସିଧା ଲଢେଇ ହେବ ଦରକାର


ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ଘଟିଥିବା ଆତ୍ମଘାଟି ବିସ୍ପୋରଣରେ ମୃତ୍ୟୁବରଣ କରିଥିବା ସୈନିକଙ୍କ ପାଇଁ ଭାରତୀୟ ଦଳର ପୂର୍ବତ୍ତନ କ୍ରିକେଟର ଗୌତମ ଗମ୍ଭୀର ଗଭୀର ଦୁଃଖ ପ୍ରକାଶ କରିବା ସହ ପାକିସ୍ତାନକୁ କଡା ସମାଲୋଚନା ମଧ୍ୟ କରିଛନ୍ତି । ଗମ୍ଭୀର ପାକିସ୍ତାନକୁ କଡା ସମାଲୋଚନା କରିବା ସହ କହିଛନ୍ତି ଯେ, “ପାକିସ୍ତାନ ସହ ଏବେ ଟେବୁଲରେ ବସି କୌଣସି କଥାବାର୍ତ୍ତା ହେବାର ନାହିଁ ବର୍ତ୍ତମାନ ଯାହା କଥାବାର୍ତ୍ତା ଅଛି ସିଧା ଯୁଦ୍ଧ କ୍ଷେତ୍ରରେ କଥା ବାର୍ତ୍ତା ହେବାର ଅଛି ।”
ଗମ୍ଭୀର ଏହି ଘଟଣାକୁ ନେଇ ମର୍ମାହତ ହେବା ସହ ନିଜ ଟ୍ୱିଟର ଲେଖିଥିଲେ ଯେ, “ବର୍ତ୍ତମାନ ପୃଥକତାବାଦୀ ଏବଂ ଆତଙ୍କବାଦୀ ମାମଲାରେ ପାକିସ୍ତାନ ସହ ଏକାସାଙ୍ଗରେ ଟେବୁଲରେ ବସି କୌଣସି କଥାବାର୍ତ୍ତା ହେବାର ସମୟ ନାହିଁ, ଯାହା ବି କଥାବାର୍ତ୍ତା ହେବାର ଅଛି ଏବେ ଯୁଦ୍ଧ କ୍ଷେତ୍ରରେ ହିଁ ହେବା ଉଚିତ । ”
ଏହାକୁ ଘଟଣାକୁ ନେଇ ଜାମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି ଯେ, “ପାକିସ୍ତାନରେ ସଫଳ ନିର୍ବାଚନ ପରେ , ସେ ଭାରତ କୌଣସି ଆତଙ୍କବାଦୀ ଅସ୍ଥିରତା ଏବଂ ଗତିବିଧି ବଢାଇପାରୁ ନଥିଲା ଯେଉଁଥିପାଇଁ ସେ ହତାଶ ହୋଇପଡିଥିଲା । ଏଥିପାଇଁ ସେ କିଛି ଅଲଗା କରୁବାକୁ ଚାହୁଁଥିଲା । ଏହ ଘଟଣା ପରେ ଆମେ ସାରା ଅଞ୍ଚଳରେ ହାଇଆଲର୍ଟ ଜାରୀ କରିଦେଇଛୁ ।”
ସେହିପରି ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, “ଏହାକୁ ମୁଁ ଦୃଢ ନିନ୍ଦା କରିବା ସହ ଆଶା କରିଛି ଯେ, ମୋଦି ସରକାର ଏହା ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ । ”
ଭାଗବତ ଆହୁରୀ ମଧ୍ୟ କହିଛନ୍ତି ଯେ, “ଆମେ ବହୁତ କିଛି ସହିଲୁ ଆଉ ସହିବୁ ନାହିଁ । ”


Share It

Comments are closed.