ସୁଶାନ୍ତଙ୍କୁ ଡ୍ରଗସ ଦେଉଥିବା ସ୍ୱୀକାର କଲେ ରୀୟା ଚକ୍ରବର୍ତୀ


ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ସନ୍ଦେହ ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି। ଆରମ୍ଭରୁ ଅଭିନେତ୍ରୀ ସନ୍ଦେହରେ ରହିଆସିଛନ୍ତି। ତେବେ ଆସନ୍ତୁ ଜାଣିବା ଏନସିବି ପଚରାଉଚରା ବେଳେ କ’ଣ ସବୁ ବଡ଼ ଖୁଲାସା ହୋଇଛି?

ଏନସିବି ତାଙ୍କ ଅନୁସନ୍ଧାନ ସମୟରେ ରିୟା ଚକ୍ରବର୍ତ୍ତୀଙ୍କୁ ୧୫-୨୦ ପ୍ରଶ୍ନ ପଚାରିଥିଲେ। ଏହି ପ୍ରଶ୍ନଗୁଡିକ ମଧ୍ୟରୁ କେତେକ ସାଧାରଣ ଥିଲା, ଯାହା ତାଙ୍କୁ ପୂର୍ବରୁ ପଚରାଯାଇଥିଲା | କିଛି ଜିନିଷର ଉତ୍ତରରେ, ସେ ସେହି ସମାନ ଉତରର ପୁନରାବୃତ୍ତି କରିଥିଲେ |

ରିୟା କହିଛନ୍ତି ଯେ ସେ କୌଣସି ପ୍ରକାରର ଡ୍ରଗସ ସେବନ ନିଅନ୍ତି ନାହିଁ। ଯେତେବେଳେ ବି ସେ ଦୀପେଶଙ୍କଠାରୁ ଡ୍ରଗ୍ ମାଗନ୍ତି, ତାହା ସବୁବେଳେ ସୁଶାନ୍ତ ଏବଂ ତାଙ୍କ ସାଙ୍ଗମାନଙ୍କ ପାଇଁ ହୋଇଥାଏ|ରିୟା ସ୍ପଷ୍ଟୀକରଣ ଦେବାବେଳେ ଏହା ମଧ୍ୟ କହିଛନ୍ତି ଯେ ସେ ବାସିତ ପରିହର କୁ ଲେ ପାଂଚ ଥର ଭେଟିଛନ୍ତି। ଏବଂ ସେ ତାଙ୍କ ଭାଇ ଶୋଭିକ୍ ଚକ୍ରବର୍ତ୍ତୀଙ୍କ ମାଧ୍ୟମରେ ସେ ବାସିତ ସହ ଭେଟିଥିଲେ |

ରିୟା ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ କେବେବି ଡ୍ରଗ୍ସ ବ୍ୟବହାର କରିନଥିଲେ ଏବଂ କେବଳ ସୁଶାନ୍ତ ଏବଂ ତାଙ୍କ ବନ୍ଧୁ ସର୍କଲ ପାଇଁ ଡ୍ରଗ୍ସ ମଗାଉଥିଲେ। ସେ କହିଥିଲେ ଯେ ସେ କେବଳ ମିରାଣ୍ଡା ଠାରୁ ବଡ ନେଇ ସୁଶାନ୍ତଙ୍କୁ ଦେଉଥିଲେ। ବର୍ତ୍ତମାନ ଏନସିବି, ମୁମ୍ବାଇ ପୋଲିସ ଏବଂ ସିବିଆଇ ସହିତ ଯୋଗାଯୋଗ କରାଯିବ ଏବଂ ମାମଲାର ରିପୋର୍ଟ ସେମାନଙ୍କ ନିକଟରେ ଦାଖଲ କରିବ ଯାହା ସିବିଆଇର ଯାଂଚରେ ପ୍ରଭାବଶାଳୀ ହୋଇପାରିବ। ବର୍ତ୍ତମାନ ସିବିଆଇରେ ଅଧିକ ଅନୁସନ୍ଧାନ ପରେ ଜଣାପଡ଼ିବ ଯେ ସୁଶାନ୍ତଙ୍କ ମୃତ୍ୟୁ ସହ ରିୟାଙ୍କର କୌଣସି ସମ୍ପର୍କ ଅଛି ନା ନାହିଁ ।


Share It

Comments are closed.