ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କ ବିରୁଦ୍ଧରେ ଠକେଇ ଅଭିଯୋଗରେ କେସ ଦାୟର କଲେ ରୀୟା ଚକ୍ରବର୍ତୀ


ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲା ଏବେ ନୂଆ ମୋଡ଼ ନେଇଛି। ନକଲି ଡାକ୍ତରୀ ପ୍ରେସକ୍ରିପସନ୍ ପାଇଁ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂ ଏବଂ ରାମ ମନୋହର ଲୋହିଆ ହସ୍ପିଟାଲର ଡାକ୍ତର ତରୁଣ କୁମାରଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। ଜାଲିଆତି, ଏନଡିପିଏସ ଆକ୍ଟ ଏବଂ ଟେଲି ମେଡିସିନ୍ ପ୍ରାକ୍ଟିସ ଗାଇଡଲାଇନ ୨୦୨୦ ବିରୋଧରେ ରିୟା ଏକ ମାମଲା ଦାୟର କରିଛନ୍ତି।

ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ସତୀଶ ମନଶିନ୍ଦଙ୍କ ଅନୁଯାୟୀ, ଜୁନ୍ ୮ ରେ ସୁଶାନ୍ତ ସିଂ ରାଜପୁତଙ୍କୁ ତାଙ୍କ ଭଉଣୀ ପ୍ରିୟଙ୍କା ସିଂଙ୍କ ଦ୍ୱାରା ରାମ ମନୋହର ଲୋହିଆ ଡାକ୍ତରଖାନାର ଡାକ୍ତର ତରୁଣ କୁମାରଙ୍କ ନିକଟକୁ ଏକ ନକଲି ମେଡିକାଲ ପ୍ରେସକ୍ରିପସନ୍ ପଠାଯାଇଥିଲା। ସେହି ପ୍ରେସକ୍ରିପସନ୍ ସେହି ଔଷଧଗୁଡିକୁ ସୂଚିତ କରୁଛି, ଯାହା ଏନଡିପିଏସ ଅଧିନିୟମ ଅଧୀନରେ ରହିଥାଏ ଏବଂ ନିଷେଧ ଅଟେ |


Share It

Comments are closed.