ସ୍ୱାଭିମାନ ଅଂଚଳରେ ଏୟାରଟେଲ୍‌ର ମୋବାଇଲ ନେଟୱାର୍କ ସେବା


ମାଲକାନାଗିରି: ନକ୍ସଲ ପ୍ରବଣ ଅଂଚଳ ନାମରେ ଜଣାଶୁଣା ମାଲକାନାଗିରିର ସ୍ୱାଭିବାନ ଅଚଂଳରେ ଆଜି ଏୟାରଟେଲ୍ ପକ୍ଷରୁ ୭ଟି ମୋବାଇଲ ଟାୱାରର ଶୁଭାରମ୍ଭ କରାଯାଇଛି । ଏୟାରଟେଲ୍ ହେଉଛି ପ୍ରଥମ ଟେଲିକମ୍ କମ୍ପାନୀ, ଯିଏକି ଏହିପରି ଦୁର୍ଗମ ଅଂଚଳରେ ଟାୱାର ସ୍ଥାପନ କରିପାରିଛି । ଯାହାଦ୍ୱାରା ଉକ୍ତ ଅଂଚଳର ଅଧିବାସୀମାନେ ବର୍ତମାନ ହାଇସ୍ପିଡ଼୍ ଡ଼ାଟା ପାଇପାରିବେ ଏବଂ ନକ୍ସଲମାନେ ମଧ୍ୟ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ । ଏହି ଟାୱାର ଗୁଡ଼ିକୁ ଆଜି ମାଲକାନାଗିରି ଜିଲ୍ଲାର ହାନ୍ତାଗୁଡ଼ା, ଟିକିଲିପଦର, ଜନତାସାହି ଏବଂ ବାରଲାବେଡ଼ାରେ ରାଜ୍ୟ ସରକାର ଏବଂ ଓଡ଼ିଶା ପୋଲିସ୍ ସହାୟତାରେ ଶୁଭାରମ୍ଭ ହୋଇଛି । ଗତ ଅଗଷ୍ଟ ୨୯ ତାରିଖରେ ଡ଼ିଜିପି, ଅଭୟଙ୍କ ମାଲକାନାଗିରି ଗସ୍ତ ସମୟରେ ଏହି ଟାୱାର ଗୁଡ଼ିକୁଦେଖି ସେ ଉଲ୍ଲେଖ କରିଛନ୍ତିଯେ, ଗତ ୬ ମାସ ମଧ୍ୟରେ ଏହି ଅଚଂଳର ବାସ୍ତବରେ ଖୁବ୍ ଉନ୍ନତ ହୋଇପାରିଛି । ଏବଂ ଏହା କେବଳ ଏହିସବୁ ଟେଲିକମ୍ ଟାୱାର ପାଇଁ ସମ୍ଭବ ହୋଇପାରିଛି । ଏୟାରଟେଲର ଏହି ପ୍ରୋଜେକ୍ଟରେ କୋରାପୁଟ ପୋଲିସ ଡ଼ି.ଆଇ.ଜି, ଶେଫିନ୍ ଅହମ୍ମଦ କେ ମଧ୍ୟ ଅନେକ ସହାୟତାର ହାତ ବଢାଇଛନ୍ତି ।
ଏହି ପରିପ୍ରେକ୍ଷୀରେ ଭାରତୀ ଏୟାରଟେଲ ପକ୍ଷରୁ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଓଡ଼ିଶା, ମନିଶ ଖାଣ୍ଡୁଜା କହିଛନ୍ତିଯେ, “ଓଡ଼ିଶା ଟେଲିକମ୍ ସର୍କଲରେ ସବୁଠାରୁ ବୃହତ ସେବା ପ୍ରଦାନକାରୀ ହିସାବରେ ଅଧିକ ଆବଶ୍ୟକ କରୁଥିବା ଅପହଂଚ ଇଲାକାରେ ସେବା ଯୋଗାଇଦେବା ହେଉଛି ଆମର ବଡ଼ ପ୍ରାଥମିକତା । ଆମର ନେଟୱାର୍କ ଟିମ୍ ଏବଂ ସହଯୋଗୀମାନେ ଓଡ଼ିଶା ସରକାରଙ୍କ ସହାୟତାରେ ବଡ଼ ବଡ଼ ଆହ୍ୱାନର ସମ୍ମୁଖିନହୋଇ ଏହାକୁ ସଫଳ ରୂପାୟନ ଦେବାରେ ନିରନ୍ତର କାର୍ଯ୍ୟ କରିଆସିଛନ୍ତି । ଏବଂ ଏହି ସହାୟତା ପାଇଁ ଆମ୍ଭେମାନେ ବିଭିନ୍ନ ସରକାରୀ ସଂସ୍ଥା ମାନଙ୍କୁ ଧନ୍ୟବାଦ ଦେଉଛୁ ।


Share It

Comments are closed.