ରିୟାଙ୍କୁ ଏନସିବି କଲା ଗିରଫ


ରିୟା ଚକ୍ରବର୍ତ୍ତୀ ଗିରଫ । ଲଗାତର ୩ ଦିନ ଜେରା ପରେ ଆଜି ଗିରଫ ହେଲେ ରିୟା ଚକ୍ରବର୍ତ୍ତୀ । ଡ୍ରଗ୍ସ ମାମଲାରେ ଗିରଫ କଲା ଏନସିବି । ଡ୍ରଗ୍ସ ମାମଲାରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁର(ଏନସିବି) ରିୟାକୁ ଗିରଫ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ଏନେଇ ଅଫିସିଆଲ୍ ଘୋଷଣା ହୋଇନି ।

ସୁଶାନ୍ତ ସିଂହ ରାଜପୁତ କେସରେ ଡ୍ରଗ୍ସ ଆଙ୍ଗେଲରୁ ଏନସିବି ରିୟା ଚକ୍ରବର୍ତ୍ତୀକୁ ଗିରଫ କରିଛି । ରିୟାଙ୍କ ଓକିଲ କହିଥିଲେ ଯେ ଯଦି ପ୍ରେମ କରିବା ଅପରାଧ ତେବେ ରିୟା ଗିରଫ ହେବା ପାଇଁ ପ୍ରସ୍ତୁତ ଅଛନ୍ତି । ଏବେ ଏନସିବି ରିୟାଙ୍କ ଡ୍ରଗ୍ସ ମାମଲାରେ ଗିରଫ କରିଛି । ରିୟାଙ୍କ ଭାଇ ପୂର୍ବରୁ ଗିରଫ ହୋଇସାରିଛନ୍ତି ।


Share It

Comments are closed.