ଏନସିବି ଆଗରେ ୨୫ ବଲିଉଡ ତାରକାଙ୍କ ନାମ ଓଗାଳିଲେ ରୀୟା ଚକ୍ରବର୍ତୀ


ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଡ୍ରଗ ଆଙ୍ଗଲର ଅନୁଧ୍ୟାନ କରୁଥିବା ନାର୍କୋଟିକ୍ସ ବ୍ୟୁରୋ (ଏନସିବି) ଟିମ୍ ଏହାର ଏକ ଡୋଜିୟର ପ୍ରସ୍ତୁତ କରିନେଇଛି। ଏହି ଡୋଜିୟରରେ ପ୍ରାୟ ୨୫ ଜଣ ବଲିଉଡ ସେଲିବ୍ରିଟି ମଧ୍ୟ ଅଛନ୍ତି, ଯେଉଁମାନଙ୍କର ନାମ ରିୟା ଚକ୍ରବର୍ତ୍ତୀଙ୍କ ଠାରୁ ମିଳିଥିବା ଇଲେକ୍ଟ୍ରୋନିକ୍ ଡିଭାଇସରୁ ପ୍ରକାଶ ପାଇଛି | ଏହି ବଲିଉଡ ସେଲିବ୍ରିଟିମାନଙ୍କ ନାମ ଏନସିବିର ଏହି ଡୋଜିଅରରେ କାର୍ଟେଲ ଏ, କାର୍ଟେଲ ବି, ସି ଅଂଶରେ ସ୍ଥାନ ପାଇଛି | ଏହି ନାମଗୁଡିକ ମଧ୍ୟରୁ କେତେକ ଶୋଭିକ୍ ଏବଂ ରିୟା ଚକ୍ରବର୍ତ୍ତୀଙ୍କ ଦ୍ୱାରା ଏନସିବି ସମ୍ମୁଖରେ ପ୍ରକାଶ କରାଯାଇଛି |

ମିଳିଥିବା ସୂତ୍ରରୁ ଜଣାପଡ଼ିଛି ଯେ ଏନସିବି ଡ୍ରଗ୍ସ ବିକ୍ରେତାଙ୍କଠାରୁ ଜବତ କରିଥିବା ଇଲେକ୍ଟ୍ରୋନିକ୍ ଡିଭାଇସରୁ ବଲିଉଡର ଅନେକ ସଂଯୋଗ ମିଳିଛି। ଯାହାପରେ ହିଁ ଏନସିବିର ଏସଆଇଟି ଦଳ ଦ୍ୱାରା ଡୋଜିଅର୍ ପ୍ରସ୍ତୁତ କରାଯାଇଛି | ବର୍ତ୍ତମାନ ଏନସିବି ଦ୍ବାରା ଶୀଘ୍ର ଏମାନଙ୍କୁ ସମନ ପଠାଯିବ ଏବଂ ଏପରିକି ଏମାନଙ୍କୁ ପଚରାଉଚରା ପାଇଁ ଡକାଯାଇପାରେ | ବର୍ତ୍ତମାନ ଏହି ତାଲିକା ଏନସିବିର ବରିଷ୍ଠ ଅଧିକାରୀଙ୍କ ନିକଟକୁ ପଠାଯାଇଛି।

କେବଳ ଏତିକି ନୁହେଁ, ରିୟା ଚକ୍ରବର୍ତ୍ତୀ ଏନସିବି ସାମ୍ନାରେ ଦେଇଥିବା ବିବୃତ୍ତିରେ କହିଛନ୍ତି ଯେ ସେ ଗଞ୍ଜେଇ ସହ କିଛି କେମିକାଲ ମଧ୍ୟ ବ୍ୟବହାର କରୁଥିଲେ। ଆହୁରି ମଧ୍ୟ ସୁଶାନ୍ତଙ୍କ ଫିଲ୍ମ ସେଟରେ ଡ୍ରଗ୍ସ ବ୍ୟବହାର କରାଯାଉଥିବା ସେ ପ୍ରକାଶ କରିଛନ୍ତି। କେବଳ ଏତିକି ନୁହେଁ, ରିୟା ଚକ୍ରବର୍ତ୍ତୀ ମଧ୍ୟ ଏନସିବିକୁ ସେହି ପାର୍ଟିଗୁଡ଼ିକର ନାମ ଦେଇଛନ୍ତି ଯେଉଁଠାରେ ଡ୍ରଗ୍ସ ବ୍ୟବହାର କରାଯାଉଥିଲା। ଅସଲରେ, ଏନସିବି ରିୟାଙ୍କୁ ତାଙ୍କ ଭୂମିକା ଏବଂ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ବିଷୟରେ ଲଗାତାର ପ୍ରଶ୍ନ କରିଥିଲା, ଯାହା ପରେ ରୀୟାଙ୍କ ଠାରୁ ଅନେକଗୁଡ଼ିଏ ଖୁଲାସା ହୋଇଛି ।


Share It

Comments are closed.