ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ରିଟେଲ୍ କ୍ଷେତ୍ରରେ ୨୦୨୧-୨୨ ଆର୍ଥିକ ବର୍ଷରେ ୩୦ ହଜାର କୋଟି ଟଙ୍କା ନିବେଶ
ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍) ପକ୍ଷରୁ ରିଟେଲ୍ କ୍ଷେତ୍ରରେ ୨୦୨୧-୨୨ ଆର୍ଥିକ ବର୍ଷରେ ୩୦,୦୦୦ କୋଟି ଟଙ୍କା ନିବେଶ କରାଯାଇଛି । ଏହି ଆର୍ଥିକ ବର୍ଷରେ କଂପାନି ୨,୫୦୦ ନୂଆ ଷ୍ଟୋର୍ ଯୋଡ଼ିଥିବା ବେଳେ ଏହାର ମୋଟ ଷ୍ଟୋର ସଂଖ୍ୟା ୧୫,୧୯୬ରେ ପହଂଚିଛି । ହାରାହାରି ଭାବେ ରିଲାଏନ୍ସ ରିଟେଲ୍ ଦୈନିକ ସାତଟି ଷ୍ଟୋର୍ ଖୋଲିଛି । ଏହି ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲ୍ ୧୧.୧ ନିୟୁତ ବର୍ଗଫୁଟର ଓୟାରହାଉସ୍ ସ୍ଥାନ ଯୋଡ଼ିଛି, ଫଳରେ କଂପାନିର ଓୟାରହାଉସ୍ ସ୍ଥାନ ପରିମାଣ ୨୨.୭ ନିୟୁତ ବର୍ଗଫୁଟକୁ ବୃଦ୍ଧି ପାଇଛି ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍)ର ବାର୍ଷିକ ରିପୋର୍ଟ ୨୦୨୧-୨୨ରେ ଉଲ୍ଲେଖ ରହିଛି ।
ଆର୍ଆଇଏଲ୍ର ବାର୍ଷିକ ରିପୋର୍ଟ ୨୦୨୧-୨୨ ଅନୁଯାୟୀ, ରିଲାଏନ୍ସ ରିଟେଲ୍ ୨୦୨୧-୨୨ ଆର୍ଥିକ ବର୍ଷରେ ୧.୫ ଲକ୍ଷରୁ ଅଧିକ ନିଯୁକ୍ତି ଯୋଡ଼ିଥିବାରୁ କଂପାନିର ମୋଟ କର୍ମଚାରୀ ସଂଖ୍ୟା ୩.୬୧ ଲକ୍ଷକୁ ବୃଦ୍ଧି ପାଇଛି । ନିଜର ସୋର୍ସିଂ ବ୍ୟବସ୍ଥାକୁ ଦୃଢ଼ କରିବା ଲାଗି କଂପାନି ଉତ୍ପାଦନକାରୀ, ଏମ୍ଏସ୍ଏମ୍ଇ, ସେବା ପ୍ରଦାନକାରୀ ଓ ସ୍ଥାନୀୟ ଓ ଆନ୍ତର୍ଜାତିକ ବ୍ରାଣ୍ଡ୍ କଂପାନି ସହ ଯୋଡ଼ି ହୋଇ କାମ କରିଛି ।
ପୂର୍ବବର୍ଷ ତୁଳନାରେ ୨୦୨୧-୨୨ ଆର୍ଥିକ ବର୍ଷରେ କଂପାନିର ବ୍ୟବସାୟୀ ସହଭାଗିତା ଓ ଡିଜିଟାଲ୍ କମର୍ସ ଉଲ୍ଳେଖନୀୟ ଅଭିବୃଦ୍ଧି ହାସଲ ସହିତ ମୋଟ ରାଜସ୍ୱର ୧୭ ପ୍ରତିଶତରେ ପହଂଚିଛି, ଯାହା ପୂର୍ବ ବର୍ଷ ୧୦ ପ୍ରତିଶତ ରହିଥଲା । ଆଗାମୀ ଦିନରେ ରିଲାଏନ୍ସ ରିଟେଲ୍ ଏହାର ନୂଆ ଷ୍ଟୋର୍ ସମ୍ପ୍ରସାରଣକୁ ତ୍ୱରାନ୍ୱିତ କରିବା ଓ ଡିଜିଟାଲ୍ କମର୍ସ ବ୍ୟବସାୟକୁ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିବ ବୋଲି ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛି । ୨୦୨୧-୨୨ ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲ୍ ନିଉ କମର୍ସ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି । ବ୍ୟବସାୟୀ ସହଭାଗୀଙ୍କ ସଂଖ୍ୟା ତିନି ଗୁଣା ବଢ଼ିଥିବା ବେଳେ ଡିଜିଟାଲ୍ କମର୍ସ ଅର୍ଡର ପର୍ବ ବର୍ଷ ତୁଳନାରେ ଅଢ଼େଇ ଗୁଣା ବୃଦ୍ଧି ହୋଇଛି । ସେହିଭଳି, ପଞ୍ଜୀକୃତ ଗ୍ରାହକଙ୍କ ସଂଖ୍ୟା ୨୪ ପ୍ରତିଶତ ବୃଦ୍ଧି ପାଇ ୧୯.୩ କୋଟିରେ ପହଂଚିଛି । ଏହି ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲ୍ କଂଜ୍ୟୁମର ଇଲେକ୍ଟ୍ରୋନିକ୍ସ ଓ ଫାର୍ମା ବ୍ୟବସାୟୀଙ୍କ ପାଇଁ ନିଉ-କମର୍ସ ସେବାର ଶୁଭାରମ୍ଭ କରିଥିଲା । ୨୦୨୧-୨୨ରେ କଂପାନି ଜଷ୍ଟ ଡାଏଲ୍ର ସିଂହଭାଗ ଅଂଶଧନ କିଣିବା ସହ ବହୁ ଭାରତୀୟ ଓ ବିଦେଶୀ ବ୍ରାଣ୍ଡ୍ର ଫ୍ରାଂଚାଇଜି ଅଧିକାରକୁ ଅଧିଗ୍ରହଣ କରିଥିଲା । ତାହାକୁ ନେଇ କଂପାନି ନୂଆ ବ୍ରାଣ୍ଡ୍ ବିକାଶ କରିବ, ଅଧିଗ୍ରହଣର ସମନ୍ୱୟ କରିବ ଓ ନୂଆ ବ୍ୟବସାୟର ଶୁଭାରମ୍ଭ ସହ ତାହାକୁ ବ୍ୟାପକ କରିବ ।
୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହୋଇଥିବା ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲ୍ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର କଂପାନିରେ ପରିଣତ ହୋଇଛି ଓ ଆଲୋଚ୍ୟ ଆର୍ଥିକ ବର୍ଷରେ ଏହାର ବିକ୍ରି ଓ ସେବାର ମୂଲ୍ୟ ୧,୯୯,୭୪୯ କୋଟି ଟଙ୍କା ରହିଥିଲା । ଭାରତର କ୍ଷୁଦ୍ର ସହରଗୁଡ଼ିକ ଯୋଗୁଁ ଏହି ଅଭିବୃଦ୍ଧି ସମ୍ଭବ ହୋଇଛି । ରିଲାଏନ୍ସ ରିଟେଲ୍ର ଦୁଇ ତୃତୀୟାଂଶ ଷ୍ଟୋର୍ ଟିୟର-୨ ସହର କିମ୍ବା ତା’ଠାରୁ ଛୋଟ ସହରଗୁଡ଼ିକରେ ରହିଛି । ଛୋଟ ସହରଗୁଡ଼ିକରେ ଆଗୁଆ ପହଂଚିଥିବା କାରଣରୁ କଂପାନି ଗ୍ରାହକମାନଙ୍କୁ ପାଖରେ ରଖିପାରିଛି ।
Comments are closed.